ସମ୍ବଲପୁର: ସମ୍ବଲପୁରର କ୍ଷେତରାଜପୁର ଥାନା ସନ୍ନିକଟସ୍ଥ ମନ୍ଦଲିଆ ଅଞ୍ଚଳରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଜଣ ବ୍ୟକ୍ତି ଅସୁସ୍ଥ ହୋଇ ପଡ଼ିଛନ୍ତି। ମନ୍ଦଲିଆ ନିବାସୀ ଦାସ ପରିବାରର ଲୋକେ ଶନିବାର ମଧ୍ୟାହ୍ନ ସମୟରେ ଛତୁ ଖାଇବାର କିଛି ସମୟରେ ପରେ ବିରାଟ, ଗୋବର୍ଦ୍ଧନ, ବିଶାଖା, ଛାୟା ଏବଂ ବିଶାଳ ଅଚାନକ ଅସୁସ୍ଥ ଅନୁଭବ କରିଥିଲେ। ଏହା ପରେ ସେମାନଙ୍କୁ ଝାଡା ବାନ୍ତି ହେବା ସହିତ ମୁଣ୍ଡ ବୁଲେଇଥିଲା। ଏଣୁ ତୁରନ୍ତ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇ ଚିକିତ୍ସା କରାଯାଉଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଅସୁସ୍ଥ ବ୍ୟକ୍ତି ମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।
Popular Categories



