www.samajalive.in
Sunday, December 14, 2025
14.1 C
Bhubaneswar

ବନ୍ୟା ସ୍ଥିତି ସମୀକ୍ଷା କଲେ ବିଧାୟକ ନାଉରୀ ନାୟକ

ସମ୍ବଲପୁର: ସମ୍ବଲପୁର ଜିଲା ଅର୍ନ୍ତଗତ ଧନକଉଡା ବ୍ଲକରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ ବନ୍ୟା ପରିସ୍ଥିତି ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଜାରି ରହିଥିବା ନିରନ୍ତର ବର୍ଷା ଏବଂ ହୀରାକୁଦ ଡ୍ୟାମରୁ କିଛି ଦିନ ତଳେ ୪୦ଟି ଦ୍ୱାର ବନ୍ୟା ଜଳ ନିଷ୍କାସନ ନିମନ୍ତେ ଖୋଲାଯାଇଥିବାରୁ ଧନକଉଡା ବ୍ଲକ ଅର୍ନ୍ତଗତ କୁଦ ଗୁଣ୍ଡେରପୁର ପଞ୍ଚାୟତ କୁଦ – ଜାମପାଲି, କୁଦ – ମହଦା, ପାଦଖାଇ, କୁଦ – ଅମଲିପାଲି ଏବଂ କୁଦ – ତବଡା ଅଞ୍ଚଳରେ ବନ୍ୟା ଜଳ ମାଡି ଯାଇଛି। ଏହି ୬ଟି ଗ୍ରାମର ଚର୍ତୁପାର୍ଶ୍ବରେ ମହାନଦୀ ରହିଥିବାରୁ ହୀରାକୁଦ ନଦୀବନ୍ଧର ୪୦ଟି ଦ୍ୱାର ଖୋଲାଯିବାରୁ ଏହି ଅଞ୍ଚଳରେ ରହିଥିବା ଚାଷ ଜମି ଗୁଡିକରେ ଜଳ ପ୍ରାୟ ୮ ଦିନ ଧରି ଜମି ରହିବାରୁ ଚାଷୀ ମାନଙ୍କର କଷ୍ଟାର୍ଜିତ ଧାନ ଫସଲ ପଚି ନଷ୍ଟ ହୋଇଯାଇଛି। ଏଥି ସହ ଚାଷ ଜମି ଗୁଡିକରେ ବାଲି ଚରି ଯାଇଥିବାରୁ ବନ୍ୟା ଜଳ କମିବା ପରେ ଚାଷୀ ମାନେ ପଲ୍ଲା ମଧ୍ୟ ଜଗାଇ ପାରୁ ନାହାନ୍ତି।

ରେଙ୍ଗାଲି ବିଧାୟକ ନାଉରୀ ନାୟକ ବିଗତ କିଛି ଦିନ ଏହି ଅଞ୍ଚଳ ପରିଦର୍ଶନ ସମୟରେ ଚାଷୀ ମାନଙ୍କର କ୍ଷୟକ୍ଷତି ବିଷୟରେ ଚାଷୀ ଦୁର୍ଯ୍ୟୋଧନ ଦୀପ, ବୁଧରାମ ଚିର୍ଗୁଣ, ନୀଳମଣି ଷଣ୍ଢ, ସୁର୍ଦଶନ ଦୀପ, ଅନାଦୀ ଭୁଏ, ବିକ୍ରମ ଦୀପ, ହରିଚନ୍ଦ୍ର ପାତ୍ର, ପାଞ୍ଚ ଦୀପ, ଅଭିମନ୍ୟୁୁ ଭୂଏ, ଚନ୍ଦ୍ରମଣି ଭୂଏ, ଶରତ ଭୋସାଗର ଆଦି ଙ୍କ ସହିତ ଆଲୋଚନା କରି ଧାନ ଫସଲ ନଷ୍ଟ ବିଷୟରେ ଅବଗତ ହୋଇଥିଲେ। ଚାଷୀ ମାନଙ୍କ ସହିତ ଆଲୋଚନା ପରେ ଚିପିଲିମାର ରାଜସ୍ୱ ନିରୀକ୍ଷକ ରଘୁନନ୍ଦନ ବଢ଼େଇ ଏବଂ ଜିଲା କୃଷି ଅଧିକାରୀଙ୍କ ସହିତ କଥାବାର୍ତ୍ତା କରି କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହ ପିଡିତ ମାନଙ୍କୁ ତୁରନ୍ତ ଜରି ପାଲ ସମେତ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ଅଧିକାରୀ ମାନଙ୍କୁ ବିଧାୟକ ନାୟକ କହିଛନ୍ତି। ବିଧାୟକ ନାୟକ ଙ୍କ ସହିତ ଗସ୍ତ ସମୟରେ ଦେବେନ୍ଦ୍ର ନାୟକ, ମନୋଜ ସାହୁ, ସଂଯୁକ୍ତ ପଧାନ, ବିଶ୍ୱବିଦ୍ୟା ବଢ଼଼ାଇ, ସୁଷମା ସାହୁ, ମୁରଲୀଧର ଛୁରିଆ, ତ୍ରିଲୋଚନ ପ୍ରଧାନ, କ୍ଷୀରେଶ୍ୱର ପ୍ରଧାନ, ଗୋପେନ୍ଦ୍ର ପୁରୋହିତ, ସୁର୍ଯ୍ୟ ପାଢ଼ୀ, ସନ୍ତୋଷ ବାଗ, କୃପାସିନ୍ଧୁ ଦାସ, ଚିତ୍ତ ସେଟ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories