www.samajalive.in
Sunday, December 14, 2025
14.1 C
Bhubaneswar

ଇଣ୍ଡୋନେସିଆ ବନ୍ୟା ଓ ଭୂସ୍ଖଳନରେ ୨୭ ମୃତ, ୧୫ ନିଖୋଜ

ଜାକର୍ତ୍ତା : ଭୂମିକମ୍ପ ଓ ସୁନାମି ପରେ ଇଣ୍ଡୋନେସିଆରେ ବନ୍ୟା ଦାଉ ସାଧିଛି। ଦୁଇ ଦିନ ଧରି ମୂଷଳ ଧାରାରେ ପ୍ରବଳ ବର୍ଷା ଯୋଗୁଁ ଇଣ୍ଡୋନେସିଆର ସୁମାତ୍ରା ଦ୍ବୀପରେ ବନ୍ୟା ସୃଷ୍ଟି ହେବା ସହ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟିଛି। ସୁମାତ୍ରାରେ ଶୁକ୍ରବାର ବନ୍ୟା ଓ ଭୂସ୍ଖଳନରେ ୧୧ ସ୍କୁଲ ପିଲାଙ୍କ ସମେତ ୨୭ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୫ ଜଣ ନିଖୋଜ ଅଛନ୍ତି।
ସୂଚନା ଅନୁସାରେ ଶୁକ୍ରବାର ଉତ୍ତର ସୁମାତ୍ରା ଅନ୍ତର୍ଗତ ମାଣ୍ଡାଲିଂ ନାଟାଲ ଅଞ୍ଚଳର ମୁଆରା ସାଲାଡ଼ି ଗ୍ରାମର ଏକ ଇସଲାମିକ୍‍ ସ୍କୁଲକୁ ହଠାତ୍‍ ବନ୍ୟା ଜଳ ମାଡ଼ି ଆସିଥିଲା। ସେହି ସମୟରେ ସ୍କୁଲରେ ୨୯ ଜଣ ପିଲା ଥିଲେ। ସେମାନଙ୍କ ମଧ୍ୟରୁ ୧୧ ସ୍କୁଲ ପିଲାଙ୍କ ବନ୍ୟା ଜଳରେ ବୁଡ଼ି ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ ଶିକ୍ଷକ ଓ ଅନ୍ୟ ପିଲାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ସେହିପରି ସିବୋଲଗା ଜିଲାର ନୁଗରୋହୋରେ ଭୂସ୍ଖଳନରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ମାଟି ତଳେ କିଛି ଲୋକ ପୋତି ହୋଇ ରହିଥିବା ସନ୍ଦେହ କରାଯାଉଛି। ମାଣ୍ଡାଲିଂ ନାଟାଲରେ ବନ୍ୟା ସ୍ରୋତରେ ୧୫ ଜଣ ଲୋକ ନିଖୋଜ ହୋଇଯାଇଛନ୍ତି। ବନ୍ୟାରେ ଅନେକ ଘରଦ୍ୱାର ଭାଙ୍ଗି ଯାଇଥିବାବେଳେ ବହୁ ଜମି ଜଳମଗ୍ନ ହୋଇଯାଇଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନରେ ବହୁ ଘର ମାଟିରେ ମିଶିଯାଇଛି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories