www.samajalive.in
Tuesday, December 9, 2025
15.1 C
Bhubaneswar

ବନ୍ୟାସ୍ଥିତିରେ ଉନ୍ନତି ; ଏବେ ମଧ୍ୟ ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ

ଗୁରୁଡିଝାଟିଆ : ବନ୍ୟାର ୩ଦିନ ପରେ ମହାନଦୀରେ ଜଳସ୍ତର କମିଛି। ହେଲେ ଲୋକଙ୍କ ଦୁର୍ଦ୍ଦଶା ବୃଦ୍ଧି ପାଇବାରେ ଲାଗିଛି। ବିଦ୍ୟାଧରପୁର ଗାଁରେ ପ୍ରତ୍ୟେକଙ୍କ ବାଡିରେ ବନ୍ୟାଜଳ ଜମି ରହିଥିବାରୁ ନିସ୍କାସନର କୌଣସି ବାଟ ନଥିବାରୁ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଏବେ ବି ଯାତାୟାତ ହୋଇପାରୁନାହିଁ। ନିଧିପୁର ଗଡାରେ ସାଢେ ୩ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। କାପ୍ତାବରାଇ ନିକଟସ୍ଥ ପନ୍ଥେଇ ଠାକୁରାଣୀଙ୍କ ନିକଟରେ ରାସ୍ତା ଉପରେ ଅଢେଇଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ତେଣୁ ନୂଆପାଟଣା ଠାରୁ ପୁରୁରା କଟକ-ସମ୍ବଲପୁର ରାସ୍ତାରେ ଆଠଗଡ ଯିବା ଅସମ୍ଭବ ହୋଇପଡିଛି। ସେହିପରି କଖଡିରୁ ବ୍ରାହ୍ମଣବସ୍ତ ଦେଇ ୫୫ ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା ଉପରେ ୩ଫୁଟର ବନ୍ୟାଜଳ ପାଟୁଳିଗାଡିଆ ନିକଟରେ ପ୍ରବାହିତ ହେଉଛି। ମହାନଦୀର ବନ୍ୟାଜଳ ଯଦିଓ ହ୍ରାସ ପାଇଛି ସ୍ୱଭ।ବିକ ଅବସ୍ଥାକୁ ଆସିବାକୁ ହେଲେ ଅନ୍ୟୁନ ଫୁଟ ଜଳସ୍ତର ହ୍ରାସ ପାଇଲେ ପୁରୁଣା କଟକ-ସମ୍ବଲପୁର ରାସ୍ତାର ବନ୍ୟାଜଳ ହ୍ରାସ ପାଇପାରିବ। ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବରେ ବନ୍ୟାକ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ ପହଞ୍ଚି ପାରିନାହିଁ ଏବଂ ଗୋଖାଦ୍ୟ ପହଞ୍ଚି ପାରିନଥିବାରୁ ୫ଦିନ ଧରି ଗୃହପାଳିତ ପ୍ରାଣୀମାନେ ଭୋକ ଉପାସରେ ରହିଛନ୍ତି। ସରକାରଙ୍କ ତରଫରୁ କେବେ ସରକାରୀ ସହାୟତା ମିଳିବ ତାହା ଜନସାଧାରଣ ଚାହିଁ ବସିଛନ୍ତି। ଯଦିଓ ସରକାର ବିପନ୍ନ ଅଞ୍ଚଳରେ ସରକାର ରନ୍ଧାଖାଦ୍ୟ ପ୍ରଦାନ କରିଛନ୍ତି ଓ ଦଳ ତରଫରୁ ବିଭିନ୍ନ ପଞ୍ଚାୟତରେ ଶୁଖିଲାଖାଦ୍ୟ ବଣ୍ଟନ କରିଛନ୍ତି। ହେଲେ  ବିଧିବଦ୍ଧ ଭାବରେ କେବେ ରିଲିଫ ପ୍ରଦାନ କରିବେ ତାହାକୁ ଜନସାଧାରଣ ଚାହିଁ ବସିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories