www.samajalive.in
Monday, December 15, 2025
26.1 C
Bhubaneswar

ଶୋଇପଡ଼ିଲେ ପାଇଲଟ୍‌ ; ଅବତରଣ ସ୍ଥଳରୁ ଆଗକୁ ଚାଲିଗଲା ବିମାନ

ଆଡିସ୍‌ ଏବାବା  : ଇଥିଓପିଆର ବୋଇଂ ୭୩୭ ବିମାନର ଦୁଇ ପାଇଲଟ୍‌ ବିମାନଟି ଆକାଶରେ ୩୭ହଜାର ଫୁଟ ଉଚ୍ଚରେ ଥିବା ବେଳେ ଶୋଇ ପଡ଼ିବା ଯୋଗୁଁ ବିମାନଟି ଅବତରଣ ସ୍ଥଳରୁ ଆଗକୁ ଚାଲି ଯାଇଥିବା ଭଳି ଚାଞ୍ଚଲ୍ୟକର ଖବର ହସ୍ତଗତ ହୋଇଛି।
ଆଭିଏସନ୍‌ ହେରାଲ୍ଡ ତରଫରୁ ପ୍ରକାଶିତ ଖବର ଅନୁଯାୟୀ ସୁଦାର ଖାରଟୋମ୍‌ରୁ ଆଡି ଏବାବାକୁ ଇଥିଓପିଆନ୍‌ ଏୟାର ଲାଇନ୍ସର ଏକ ବୋଇଂ ବିମାନ ଯାତ୍ରା କରୁଥିଲା। ତେବେ ବିମାନଟି ୩୭ ହଜାର ଫୁଟ୍‌ରେ ଥିବା ବେଳେ ବିମାନକୁ ଅଟୋ ପାଇଟଲ୍‌ ବ୍ୟବସ୍ଥାରେ ରଖି ଦୁଇଜଣ ପାଇଟଲ୍‌ ଶୋଇ ପଡ଼ିଥିଲେ। ବିମାନଟି ଆଡିସ୍‌ ଏବାବା ବିମାନ ବନ୍ଦରରେ ନ ଓହ୍ଲାଇବାରୁ ଏୟାର ଟ୍ରାଫିକ୍‌ କ​‌େ​‌ଣ୍ଟ୍ରାଲ୍‌ ତରଫରୁ ବିମାନ ଚାଳକଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲା। ତେବେ ପାଇଲଟ୍‌ ଦ୍ବୟ ଗଭୀର ନିଦରେ ଥିବାରୁ ଯୋଗାଯୋଗ ସମ୍ଭବପର ହୋଇ ପାରିନଥିଲା। ଫଳରେ ବିମାନଟି ଅବତରଣସ୍ଥଳରୁ ବହୁ ଆଗକୁ ଚାଲିଯାଇଥିଲା। ତେବେ କିଛିସମୟ ପରେ ଅଟୋ ପାଇଲଟ୍‌ ବ୍ୟବସ୍ଥା କାମ କରିବା ବନ୍ଦ କରି ଦେବା ସହ ସାଇରନ୍‌ ବାଜି ଉଠିବାରୁ ଶୋଇଥିବା ଦୁଇ ପାଇଲଟ୍‌ଙ୍କ ନିଦ ଭାଙ୍ଗିଥିଲା। ପରେ ଦୁଇ ପାଇଲଟ୍‌ ବିମାନର ନିୟନ୍ତ୍ରଣ ନିଜ ହାତକୁ ଆଣି ପଛକୁ ଫେରି ଆଡିସ୍‌ ଏବାବା ବନ୍ଦରରେ ଅବତରଣ କରାଇଥିଲେ। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଦୁଇ ପାଇଲଟ୍‌କୁ କାମରୁ ଅନ୍ତର କରାଯାଇଛି।
ଅନ୍ୟପକ୍ଷରେ ପାଇଲଟ୍‌ମାନଙ୍କ ଉପରେ ଅଧିକ କାର୍ଯ୍ୟଭାର ରହୁଥିବାରୁ ଏପରି ଘଟଣା କ୍ରମାଗତ ଭାବେ ଘଟୁଥିବା ବିମାନ ସୁରକ୍ଷା ବିଶେଷଜ୍ଞମାନେ ମତ ଦେବା ସହ ପାଇଲଟଙ୍କୁ ଉପଯୁକ୍ତ ବିଶ୍ରାମ ପ୍ରଦାନ କରିବାକୁ ବିମାନ ଚଳାଚଳ କମ୍ପାନୀମାନଙ୍କୁ ପରାମର୍ଶ ଦେଇଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories