www.samajalive.in
Sunday, December 14, 2025
19.1 C
Bhubaneswar

ସୁନ୍ଦରଗଡ଼ରେ ‘ଏମଏମଭି’ ; ଲୋକଙ୍କୁ ଦୁଆର ମୁହଁରେ ମିଳୁଛି ମାଗଣାରେ ସ୍ୱାସ୍ଥ୍ୟ ସେବା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ଲୋକଙ୍କୁ ଦୁଆର ମୁହଁରେ ମିଳୁଛି ମାଗଣାରେ ସ୍ୱାସ୍ଥ୍ୟ ସେବା ।  ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଲୋକଙ୍କ ଦୁଆର ମୁହଁରେ ମାଗଣାରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ରହିଛି “ମୋବାଇଲ ମେଡିକାଲ ଭ୍ୟାନ ବା ଏମଏମଭି’। ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପ ଯୋଗୁଁ ୨୦୧୭ ଏପ୍ରିଲରୁ ୨୦୨୨ ଜୁଲାଇ ସୁଦ୍ଧା ଜିଲ୍ଲାର ୧୯ ଲକ୍ଷରୁ ଅଧିକ ଲୋକ ବିଶେଷ ଭାବେ ଉପକୃତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଏହି ସେବା ଯୋଗାଇଦେବା ପାଇଁ ୨୫ଟି ଏମଏମଭିକୁ ନିୟୋଜିତ କରାଯାଇଛି।

ପ୍ରତି ଏମଏମଭି ନିୟମିତ ଭାବେ ବିଭିନ୍ନ ଗାଁକୁ ଯାଇ ସ୍ଥାନୀୟ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଛି। ତା’ଛଡ଼ା ବିଭିନ୍ନ ସ୍କୁଲ, ବାଳାଶ୍ରମ ଓ ବୃଦ୍ଧାଶ୍ରମ ଆଦି ସ୍ଥାନରେ କ୍ୟାମ୍ପ କରି ଏମଏମଭି ହିତାଧିକାରୀମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛି।

ପ୍ରତିଦିନ ଏହି ସେବାରୁ ୮୦୦ରୁ ୯୦୦ ଲୋକ ଉପକୃତ ହେଉଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ସବୁ ଲୋକଙ୍କ ପାଖରେ ପ୍ରାଥମିକ ଚିକିତ୍ସା ସେବା ପହଞ୍ଚାଇବାରେ ମୋବାଇଲ ମେଡିକାଲ ଭ୍ୟାନ ଆଜି ପ୍ରମୁଖ ଭୂମିକା ଗ୍ରହଣ କରିଛି। ୨୦୧୭ ଏପ୍ରିଲରୁ ୨୦୨୨ ଜୁଲାଇ ସୁଦ୍ଧା ୧୯ ଲକ୍ଷରୁ ଅଧିକ ଲୋକଙ୍କୁ ଏହି ସେବା ମିଳିଛି। ଏହି ସେବାକୁ ନେଇ ଗ୍ରାମବାସୀ , ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ମଧ୍ୟ ଖୁବ ଖୁସି ବ୍ୟକ୍ତ କରିଛନ୍ତି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories