www.samajalive.in
Monday, December 8, 2025
17.1 C
Bhubaneswar

ଆଇସିଏଲ ଫିନକର୍ପ ପକ୍ଷରୁ ଓଡ଼ିଶାରେ ପ୍ରଥମ ବାର୍ଷିକୀ ଉତ୍ସବ ପାଳନ

ଭୁବନେଶ୍ୱର: ଦକ୍ଷିଣ ଭାରତର ମୁଖ୍ୟ ଏନବିଏଫସି, ଆଇସିଏଲ ଫିନକର୍ପ, ଓଡ଼ିଶାରେ ନିଜର ସେବାକୁ ବିସ୍ତାର କରିବାର ଏକ ବର୍ଷ ପୂରଣ କରିଛି । ଓଡ଼ିଶାରେ ଏହି ଉନ୍ମୋଚନ ଆଇସିଏଲ ଫିନକର୍ପର ସର୍ବଭାରତୀୟ ଉପସ୍ଥିତିର ଆରମ୍ଭ ଏବଂ ସମଗ୍ର ଭାରତର ଲୋକମାନଙ୍କ ପାଇଁ ନିଜର ସେବାଗୁଡ଼ିକୁ ସୁଲଭ କରାଇବା ନେଇ ବ୍ରାଣ୍ଡର ଦୃଷ୍ଟିକୋଣକୁ ଚିହ୍ନିତ କରିଛି । ଏହି ଉପଲବ୍ଧିଗୁଡ଼ିକୁ ଚିହ୍ନଟ କରିବା ପାଇଁ ଆଇସିଏଲ ବର୍ତମାନ ଓଡ଼ିଶାରେ ଅଶୋକ ନଗର, ବି.କେ ରୋଡ଼, ବାଲେଶ୍ୱର, ବ୍ରହ୍ମପୁର, ଯାଜପୁର ଟାଉନ, ଖୋର୍ଦ୍ଧା, ଲିଙ୍କ ରୋଡ଼୍‌, ନିଆଳି, ନିମାପଡ଼ା, ସହୀଦ ନଗର, ସାକ୍ଷୀଗୋପାଳ ଏବଂ ସାଲେପୁରରେ ନିଜର ୧୨ ଟି ନୂତନ ଶାଖାଗୁଡ଼ିକର ଶୁଭାରମ୍ଭ କରିଛି । ନୂତନ ଶାଖାଗୁଡ଼ିକ ଚଳିତ ୧୯ ଅଗଷ୍ଟରେ ଆଇସିଏଲ ଫିନକର୍ପ ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ, ଓକିଲ କେ.ଜି ଅନିଲ କୁମାରଙ୍କ ଦ୍ୱାରା ଉଦଘାଟିତ ହୋଇଛି ଏବଂ ଏହି କାର୍ଯ୍ୟକ୍ରମରେ ଅନେକ ସାମାଜିକ-ରାଜନୈତିକ ତଥା ସାଂସ୍କୃତିକ ମାନ୍ୟଗଣ ବ୍ୟକ୍ତିମାନେ ଯୋଗ ଦେଇଛନ୍ତି ।

ଏହି ଉପଲବ୍ଧିର ସ୍ମୃତିରକ୍ଷା କରିବା ପାଇଁ ଆଇସିଏଲ ଫିନକର୍ପ ନିଜର ଗ୍ରାହକଙ୍କ ପାଇଁ ପ୍ରଥମ ବାର୍ଷିକୀ ଧମାଲ ଲକି ଡ୍ର ଉପସ୍ଥାପିତ କରିଛି । ଯେଉଁମାନେ ଓଡ଼ିଶାର ୨୨ଟି ଶାଖାରୁ ସୁନା ବାବଦେ ଋଣ ପାଇଛନ୍ତି, ସେମାନେ ୧୦ଟି ସୁନା ମୁଦ୍ରା ଜିତିବାର ସୁଯୋଗ ପାଇଛନ୍ତି । ଅନ୍ୟ ବ୍ୟାଙ୍କ କିମ୍ବା ଆର୍ଥିକ ପ୍ରତିଷ୍ଠାନରୁ ସେମାନଙ୍କ ସୁନା ବାବଦେ ଋଣ ପାଇଁ ସ୍ଥାନାନ୍ତର କରୁଥିବା ଗ୍ରାହକଙ୍କ ପାଇଁ ମଧ୍ୟ ଏହି ଅଫର ବୃଦ୍ଧି କରାଯାଇଛି । ଡ୍ର’ରେ ଥିବା ୧୦ ଭାଗ୍ୟଶାଳୀ ବିଜେତାଙ୍କ ବିଷୟରେ ଜାନୁଆରୀ ୧, ୨୦୨୩ରେ ଘୋଷଣା କରାଯିବ । ପୂର୍ବଥର ହୋଇଥିବା ଲକି ଡ୍ର’ର ବିଜେତାଙ୍କ ତାଲିକା ଓଡ଼ିଶାର ପ୍ରତ୍ୟେକ ଶାଖାରେ ଘୋଷଣା କରାଯିବ । ଏହାର ସିଏମଡି ଶ୍ରୀ କେ.ଜି ଅନିଲକୁମାରଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଏବଂ ଭାରତୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ମାନକ ପାଳନ କରିବା ସହିତ ଆଇସିଏଲ ଫିନକର୍ପ ସର୍ବୋତମ ସୁଧହାର ଏବଂ ଋଣକୁ ଶ୍ରୀଘ୍ର ପ୍ରକ୍ରୟାକରଣ କରି ନିଜର ଓଡ଼ିଶାର ଗ୍ରାହକଙ୍କ ବିଶ୍ୱାସ ଅର୍ଜନ କରିଛି । ଓଡ଼ିଶାରେ ନୂତନ ଶାଖାଗୁଡ଼ିକର ଶୁଭାରମ୍ଭ ହେବା ସହିତ ଆଇସିଏଲ ଓଡ଼ିଆ ଲୋକଙ୍କ ପାଇଁ ଉନ୍ନତ ସେବା ଯୋଗାଇ ସମଗ୍ର ଭାରତରେ ଏକ ବୃହତ ଉପସ୍ଥିତି ସୃଷ୍ଟି କରିବାକୁ ଆଶା ରଖିଛି ।

- Advertisement -

ଗତ ୩୧ ବର୍ଷ ମଧ୍ୟରେ ଆଇସିଏଲ କେରଳ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଓଡ଼ିଶା ଏବଂ ମଧ୍ୟ ପୂର୍ବରେ ଥିବା ଗୋଷ୍ଠୀ କମ୍ପାନୀଗୁଡ଼ିକରେ ୨୫୦ ରୁ ଅଧିକ ଶାଖା ବିସ୍ତାର କରିବା ସହିତ ଏକ ଅଗ୍ରଣୀ ଆର୍ଥିକ ସଙ୍ଗଠନ ହୋଇପାରିଛି । ଆଇସିଏଲ ସାଲେମ ଇରୋଡ଼ ଇନଭେଷ୍ଟମେଂଟ ଲିମିଟେଡ ନାମକ ଏକ ତାଲିକାଭୁକ୍ତ ଅଣ ବ୍ୟାଙ୍କିଙ୍ଗ କମ୍ପାନୀକୁ ମଧ୍ୟ ଅଧିଗ୍ରହଣ କରିଛି । ଆଇସିଏଲ ଫିନକର୍ପ ସୁନା ଋଣ, କିସ୍ତିରେ ଟଙ୍କା ଦେଇ କିଣିବା ଋଣ, ନିବେଶ ବିକଳ୍ପ, ଟଙ୍କା ସ୍ଥାନାନ୍ତର, ବୈଦେଶିକ ମୁଦ୍ରା ବିନିମୟ, ବ୍ୟବସାୟ ଋଣ, ଗୃହ ବୀମା, ସ୍ୱାସ୍ଥ୍ୟ ବୀମା ଏବଂ ଜୀବନ ବୀମା ସହିତ ଲୋକଙ୍କୁ କ୍ରମାଗତ ଭାବରେ ସର୍ବୋତମ ସେବା ପ୍ରଦାନ କରିଆସୁଛି ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories