www.samajalive.in
Sunday, December 7, 2025
26.1 C
Bhubaneswar

ଗ୍ୟାଷ୍ଟ୍ରିକ, ପେଟ ଯନ୍ତ୍ରଣା ଓ ପାଚନ ଜନିତ ସମସ୍ୟାକୁ ଦୂର କରେ : ଅମୃତଭଣ୍ଡା

ଶରୀରକୁ ସୁସ୍ଥ ରହିବା ନିମନ୍ତେ ଆମେ ବିଭିନ୍ନ ଖାଦ୍ୟ ଓ ଫଳମୂଳ ଖାଇଥାଉ। ସେଭଳି କିଛି ଫଳ ଓ ପନିପରିବା ମଧ୍ୟରେ ଅମୃତଭଣ୍ଡାର ବହୁ ଔଷଧୀୟ ଗୁଣ ରହିଛି। ଅଧିକାଂଶ ଲୋକେ ପାଚିଲା ଅମୃତଭଣ୍ଡା କିମ୍ବା କଞ୍ଚା ଅମୃତଭଣ୍ଡାକୁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ଭାବେ ପ୍ରସ୍ତୁତ କରି ଖାଇଥାଆନ୍ତି। ମାତ୍ର ସିଧାସଳଖ କଞ୍ଚା ଅମୃତଭଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ବୋଲି ଅଧିକାଂଶ ଲୋକେ ହୁଏତ ଜାଣିନଥିବେ। ଜାଣନ୍ତୁ..

ନିୟମିତ ଭଣ୍ଡା ଖାଇଲେ ଚର୍ମ ଜନିତ ରୋଗରୁ ମୁକ୍ତି ମିଳିଥାଏ। ଅମୃତଭଣ୍ଡାରେ ଭିଟାମିନ ଏ , ସି ଆଦି ରହିଥିବାରୁ ଏହା ଆମକୁ ଶକ୍ତି ଯୋଗାଇବା ସହ ବହୁ ରୋଗରୁ ରକ୍ଷା କରିଥାଏ।

- Advertisement -

ନିୟମିତ ଥଣ୍ଡା କାଶ , ଜ୍ୱର ହେଉଥିଲେ ଅମୃତଭଣ୍ଡା ପତ୍ରକୁ ବାଟି ଏହାର ପାଣିକୁ ପିଇଲେ ଏହା ସଂପୂର୍ଣ୍ଣ ଭଲ ହୋଇଥାଏ।
ପାଚିଲା ଅମୃତଭଣ୍ଡାରେ ବହୁ ଭିଟାମିନ ରହିଥିବାରୁ ଏହା ଖାଇବା ମଧ୍ୟ ଶରୀର ପାଇଁ ଖୁବ ହିତକାରକ ଅଟେ।

ଏହାର ପତ୍ରକୁ ବାଟି ଡ଼େଙ୍ଗୁ ରୋଗୀଙ୍କୁ ପିଇବାକୁ ମଧ୍ୟ ଦିଆଯାଏ। ଏହାର ପତ୍ରକୁ ବ୍ୟବହାର କରି ଡ଼େଙ୍ଗୁର ଚିକିତ୍ସା ନିମନ୍ତେ ଔଷଧ ମଧ୍ୟ ପ୍ରସ୍ତୁତ କରାଯାଏ।
ଭଣ୍ଡା ଖାଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ସିଝା ଭଣ୍ଡାକୁ ନିୟମିତ ଖାଇଲେ ଶରୀରରେ ବହୁ ମାତ୍ରାରେ ରକ୍ତ ହୋଇଥାଏ।
ଏହାକୁ ମୁହଁରେ ଲଗାଇଲେ ମୁହଁ ଖୁବ ଉଜ୍ଜଳ ହୋଇଥାଏ।
ପାଚିଲା ଅମୃତଭଣ୍ଡା ଭଳି କଞ୍ଚା ଅମୃତଭଣ୍ଡା ମଧ୍ୟ ପେଟ ପାଇଁ ଖୁବ ଲାଭଦାୟକ। ଏହା ଗ୍ୟାଷ୍ଟ୍ରିକ, ପେଟ ଯନ୍ତ୍ରଣା ଓ ପାଚନ ଜନିତ ସମସ୍ୟାକୁ ଦୂର କରିଥାଏ। ଖାଦ୍ୟକୁ ମଧ୍ୟ ଭଲ ଭାବେ ହଜମ କରିଥାଏ।
କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦୂର ପାଇଁ ମଧ୍ୟ ଲାଭଦାୟକ।
କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ଓଜନ ହ୍ରାସ ପାଇଁ ବେଶ ସହାୟକ ହୋଇଥାଏ। ଏହାକୁ ନିୟମିତ ଖାଇବା ବେଶ ଉପକାରୀ।
ମଧୁମେହ ରୋଗୀଙ୍କ ପାଇଁ କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ଆଶ୍ଚର୍ୟ୍ୟଜନକ ଲାଭ ହୋଇଥାଏ। ଏହା ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିଥାଏ।
କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ଯକୃତ ପାଇଁ ଲାଭଦାୟକ ହେବା ସହ ଯକୃତ ଜନିତ ବିଭିନ୍ନ ସମସ୍ୟା ଦୂର ହେବାରେ ବେଶ ସହାୟକ ହୋଇଥାଏ।
ଏହାସହ କଞ୍ଚା ଅମୃତଭଣ୍ଡାରେ ଭିଟାମିନ ଇ,ସି,ଏ ସହ ଆଣ୍ଟି-ଅକ୍ସିଡାଣ୍ଟ, ଅନ୍ୟାନ୍ୟ ପୋଷକ ତତ୍ତ୍ୱ କର୍କଟ ରୋଗରୁ ରକ୍ଷା କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories