www.samajalive.in
Friday, December 5, 2025
16.1 C
Bhubaneswar

ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା: ୪୮ ଘଣ୍ଟା ବିତିଲା, ମିଳୁନି ସୁରାକ

ବ୍ରହ୍ମପୁର: ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ମାମଲାକୁ ୪୮ ଘଣ୍ଟାରୁ ଅଧିକ ସମୟ ବିତି ସାରିଥିଲେ ମଧ୍ୟ ହତ୍ୟାକାରୀଙ୍କ ସୁରାକ ପାଇପାରୁନି ପୁଲିସ ା ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ଜାଣିବାକୁ ପୁଲିସ ସମସ୍ତ କଳବଳ କୌଶଳ ଲଗାଇଛି ା ଏହା ଭିତରେ ୧୫ରୁ ୨୦ ଜଣ ସନ୍ଦିଗ୍ଧଙ୍କୁ ଥାନାକୁ ଆଣି ପୁଲିସ ପଚରାଉଚରା କରିବା ପରେ ଛାଡ଼ି ଦେଇଛି। ହେଲେ ଏହି ଅମାନୁଷିକ ହତ୍ୟା ପଛରେ କିଏ ସେ ସଂକ୍ରାନ୍ତରେ କୌଣସି ପ୍ରକାର ତଥ୍ୟ ଓ ପ୍ରମାଣ ପୁଲିସର ହସ୍ତଗତ ହୋଇପାରି ନାହିଁ।

ତେବେ ୪୮ ଘଣ୍ଟା ପରେ ବ୍ରହ୍ମପୁର ପୁଲିସ ଏହି ଘଟଣାରେ ମୁହଁ ଖୋଲିଛି। ପୀତବାସଙ୍କୁ ସୁପାରୀ କିଲରମାନେ ଏକ ଦେଶୀ ବନ୍ଧୁକରୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିବା ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡା. ସର୍ବଣା ବିବେକ ଏମ ଆଜି କହିଛନ୍ତି ା ବ୍ରହ୍ମପୁର ଟାଉନ ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରିୟସରଞ୍ଜନ ଛୋଟରାୟଙ୍କ ନେତୃତ୍ବରେ ୬ ପୁଲିସ ଟିମ ଗଠନ ହୋଇଛି। ପୁଲିସ ଦଳ ସହରର ବିଭିନ୍ନ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରି ଏହାର ତଥ୍ୟ ବିଶ୍ଳେଷଣ କରୁଛନ୍ତି। ସେହିପରି ସାଇଣ୍ଟିଫିକ ଦଳର ତଥ୍ୟ ସହ ପୀତବାସଙ୍କ ହତ୍ୟାର ସମସ୍ତ ସମ୍ଭାବ୍ୟ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଜାରି ରହିଛି ା ପୁଲିସ ପୀତବାସଙ୍କ ପରିବାର ସଦସ୍ୟ ଓ କିଛି ନିକଟତମ ବ୍ୟକ୍ତିଙ୍କୁ ତାଙ୍କର ପୂର୍ବ ଶତ୍ରୁତା ବିଷୟରେ ପଚରାଉଚରା କରିଛି ବୋଲି ଆରକ୍ଷୀ ଅଧୀକ୍ଷକ
କହିଛନ୍ତି।

- Advertisement -

ଘଟଣା ଦିନ ପୀତବାସ ଏସଏନଟି ରୋଡ଼ରେ ଥିବା ନିଜ କାର୍ଯ୍ୟାଳୟରୁ ବାହାରି ବଡ଼ବଜାର ଥାନାକୁ ଯାଇ ସେଠାରୁ ଘରକୁ ଫେରୁଥିଲେ ା ଘରକୁ ଫେରିବା ପୂର୍ବରୁ ସେ ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ଭୂପତି ହୋଟେଲକୁ ଯାଇ ଖାଦ୍ୟ ପାର୍ସଲ ଆଣିଥିଲେ। ସୁପାରୀ କିଲରମାନେ ତାଙ୍କୁ ସେଠାରୁ ଅନୁସରଣ କରିଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି । ପୀତବାସ ଏହି ହୋଟେଲରେ ଖାଦ୍ୟ କିଣୁଥିବା ବେଳେ କାଳେ ସୁପାରୀ କିଲରମାନେ ତାଙ୍କୁ ପିଛା କରି ସେହି ହୋଟେଲ ନିକଟରେ ରହିଥିଲେ କି ନାହିଁ ତାହା ଜାଣିବାକୁ ୨ ଦିନ ହେବ ପୁଲିସ ଦଳ ହୋଟେଲର ସିସିଟିଭି ଘାଣ୍ଟୁଛନ୍ତି ା ପୀତବାସଙ୍କୁ ହତ୍ୟା ପଛରେ ବିଭିନ୍ନ କାରଣ ବିଷୟରେ ଚର୍ଚ୍ଚା ଲାଗି ରହିଛି ା ପୀତବାସ ପେଷାରେ ଜଣେ ବରିଷ୍ଠ ଆଇନଜୀବୀ ଥିଲେ। ଅନେକ ଅଭିଯୁକ୍ତଙ୍କ ପାଇଁ ମାମଲା ଲଢୁଥିଲେ ା ସେହିପରି ନିକଟରେ ଘଟିଥିବା ବହୁଚର୍ଚ୍ଚିତ ଗୋପାଳପୁର ଗଣବଳାତ୍କାର ମାମଲାର ଜଣେ ଅଭିଯୁକ୍ତ ଓମ ପ୍ରଧାନଙ୍କ ପାଇଁ ସେ ମାମଲା ଲଢୁଥିଲେ ା ବାଲି ଓ ଖଣି ମାଫିଆମାନେ କୌଣସି କାରଣକୁ ନେଇ ତାଙ୍କ ଉପରେ ଖପ୍ପା ହୋଇ ରାଗ ସୁଝାଇ ଥାଇପାରନ୍ତି ବୋଲି ସହରରେ ଜୋରଦାର ଆଲୋଚନା ହେଉଛି ା ବିଭିନ୍ନ ସମୟରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିବା ସହ ଦୁର୍ନୀତି ରହସ୍ୟ ଉନ୍ମୋଚନ ପାଇଁ ସେ ଉଦ୍ୟମ କରୁଥିବାରୁ ବୃତ୍ତିଗତ ଶତ୍ରୁତା ସହ ବ୍ୟକ୍ତିଗତ ଶତ୍ରୁତା କଥା ମଧ୍ୟ ଆଲୋଚନା ହେଉଛି ା କିଛିଦିନ ତଳେ ପୀତବାସ ଓ ତାଙ୍କର କିଛି ସହଯୋଗୀ ବ୍ରହ୍ମପୁରର ଏକ ଅଞ୍ଚଳରେ କୁଆଡ଼େ ଏକ ଜମି କାରବାର କରିଥି​‌େ​‌ଲ ା ସେହି କାରବାରକୁ ନେଇ ତିକ୍ତତା ଲାଗିଥିଲା ବୋଲି ସମଗ୍ର ସହରରେ ଆଜି ଆଉ ଏକ ଆଲୋଚନା ହେଉଛି ା

ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଆଜି ଗଞ୍ଜାମ ଓକିଲ ସଂଘ ସଦସ୍ୟମାନେ ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖରଙ୍କୁ ଭେଟିଛନ୍ତି ା ସମସ୍ତ ଦିଗକୁ ନେଇ ଘଟଣାର ତଦନ୍ତ ଜାରି ରହିଛି ଏବଂ ହତ୍ୟାକାରୀମାନେ ଖୁବଶୀଘ୍ର ଚିହ୍ନଟ ହୋଇ ଧରାପଡ଼ିବେ ବୋଲି ଆଇଜି ନିଜ ପ୍ରତିକ୍ରିୟାରେ କହିଛନ୍ତି ା

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories