www.samajalive.in
Monday, December 15, 2025
27.1 C
Bhubaneswar

ମୁମ୍ବାଇ: ଚାହୁଁ ଚାହୁଁ ଭୁଶୁଡ଼ିଲା ୫ ମହଲା କୋଠା, ଦେଖନ୍ତୁ ଭିଡିଓ

ମୁମ୍ବାଇ: ମହାରାଷ୍ଟ୍ରରେ ଶୁକ୍ରବାର ଘଟିଛି ଏକ ବଡ଼ ଅଘଟଣ। ଏଠାରେ ଥିବା ବୋରିଭଲି ପଶ୍ଚିମର ସାଇବାବା ନଗରରେ ଏକ ପାଞ୍ଚ ମହଲା କୋଠା ଭୁଶୁଡି ପଡିଛି। ସୌଭାଗ୍ୟବଶତଃ, କୋଠାଟି ଖାଲି ଥିଲା ଏବଂ ଦୁର୍ଘଟଣାରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ। ତେବେ ମାଟି ତଳେ କେହି ଫଶି ରହିଛନ୍ତି କି ନାହିଁ ଦମକଳ କର୍ମଚାରୀ ସେ ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି।

ସୂଚନା ଅନସାରେ, ବୋରିଭଲି ପଶ୍ଚିମର ସାଇବାବା ନଗରରେ ସାଇବାବା ମନ୍ଦିର ନିକଟରେ ଥିବା ଗୀତାଞ୍ଜଳି ବିଲ୍ଡିଂ ଦିନ ପ୍ରାୟ ୧୨ଟା ସମୟରେ ଭୁଶୁଡ଼ି ପଡ଼ିଥିଲା। ଖବର ପାଇ ମୁମ୍ବାଇ ଦମକଳର ପ୍ରାୟ ଆଠଟି ଗାଡ଼ି, ଦୁଇଟି ଉଦ୍ଧାରକାରୀ ଭ୍ୟାନ ଏବଂ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବିଏମସି ଅଧିକାରୀ କହିବା ଅନୁଯାୟୀ, କୋଠାଟିକୁ ବିପଦସଙ୍କୁଳ ଘୋଷଣା କରାଯାଇ ଖାଲି କରି ଦିଆଯାଇଥିଲା।

- Advertisement -

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories