www.samajalive.in
Monday, December 15, 2025
17.1 C
Bhubaneswar

କମିସନରେଟ ପୁଲିସ୍ ତରଫରୁ ଗଣେଶ ପୂଜା ପ୍ରସ୍ତୁତି ବୈଠକ

ଚୌଦ୍ୱାର : ଆଗାମୀ ଗଣେଶ ପୂଜାକୁ ଶୃଙ୍ଖଳାର ସହ ପାଳନ କରିବା ଲକ୍ଷରେ କମିସନରେଟ ପୁଲିସ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି ।ଚୌଦ୍ୱାର ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କ ଅଧ୍ୟକ୍ଷତାରେ ଥାନା ପରିସରରେ ଗୁରୁବାର ଦିନ ଆୟୋଜିତ ପ୍ରସ୍ତୁତି ବୈଠକରେ ଏଡିସିପି ଅନୀଲ କୁମାର ମିଶ୍ର ଓ ଏସିପି ଅରୁଣ କୁମାର ସ୍ୱାଇଁ ଅତିଥି ଭାବେ ଯୋଗଦେଇ ଆସନ୍ତା ୩୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଗଣେଶ ପୂଜାକୁ ଶୃଖଳାର ସହିତ ପାଳନ କରିବାକୁ ଉପସ୍ଥିତ ବିଭିନ୍ନ କ୍ଲବ୍ ଓ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ। ସମସ୍ତ ମେଢ଼ ମଣ୍ଡପରେ କରୋନା ନିୟମାବଳୀ ପାଳନ କରିବା, ୬୫ ଡେସିବିଲରୁ କମରେ ଡାକବାଜି ଯନ୍ତ୍ର ବଜାଇବା, ଭସାଣ ଶୋଭାଯାତ୍ରାରେ ବାଣ ନଫୁଟାଇବା, ୬ରୁ ଅଧିକ ସାଉଣ୍ଡ ବକ୍ସ ବ୍ୟବହାର ନକରିବା ଆଦି ଉପରେ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ସ୍ୱାଇଁ ସୂଚନା ଦେଇଥିଲେ। ମେଢ଼ ମଣ୍ଡପ ଗୁଡ଼ିକ ଭସାଣ ଶୋଭାଯାତ୍ରା ପାଇଁ ଡିସିପି କାର୍ଯ୍ୟାଳୟ ପରିବର୍ତ୍ତେ ଥାନାରୁ ଅନୁମତିପତ୍ର ନେବାକୁ ସୂଚନା ଦିଆ ଯାଇଥିଲା । ଚୌଦ୍ୱାର ସହର ଏବଂ ଏହାର ଆଖପାଖ ଗ୍ରାମାଞ୍ଚଳରେ ୧୫୦ରୁ ଅଧିକ ମେଢ଼ ପୂଜା ହେଉଥିବାରୁ ପୂଜାପର ୩ଟି ରବିବାରରେ ପର୍ଯ୍ୟାୟକ୍ରମେ ଭସାଣ ହେବ ବୋଲି ପୁଲିସ ତରଫରୁ ସୂଚନା ଦିଆ ଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପୂଜା ମଣ୍ଡପର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories