www.samajalive.in
Monday, December 15, 2025
14.1 C
Bhubaneswar

ଜନ୍ମାଷ୍ଟମୀ : ଆପଣାନ୍ତୁ ଏହି ସରଳ ବାସ୍ତୁ ଉପାୟ

ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ। ଏହି ଦିନ କିଛି ସରଳ ଉପାୟ କରିବା ଦ୍ୱାରା ପ୍ରଭୁ ଶ୍ରୀକୃଷ୍ଣଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ବାସ୍ତୁ ଶାସ୍ତ୍ରରେ ଜନ୍ମାଷ୍ଟମୀ ପାଇଁ କିଛି ସରଳ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ସେହି ଉପାୟ ଆପଣାଇବା ଦ୍ୱାରା ଜୀବନରେ ଥିବା ବାଧାବିଘ୍ନ ଦୂର ହେବା ସହ ସୁଖସମୃଦ୍ଧି, ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ଜାଣନ୍ତୁ..
ଯେଉଁ ଘରେ ବଂଶୀ ଥାଏ, ସେଠାରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ସର୍ବଦା କୃପା ରହିଥାଏ। ଜନ୍ମାଷ୍ଟମୀ ଦିନ ଘରକୁ ବଂଶୀ ଆଣିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହି ଦିନ ଘରକୁ ବଂଶୀ ଆଣି ରାତିରେ ପ୍ରଭୁଙ୍କୁ ଅର୍ପଣ କରନ୍ତୁ। ୨ୟ ଦିନ ଏହି ବଂଶୀକୁ ଘରର ପୂର୍ବ କାନ୍ଥରେ ଲଗାନ୍ତୁ। ଏହାଦ୍ୱାରା ଘରେ ଥିବା ବାସ୍ତୁ ଦୋଷ ଦୂର ହୋଇଥାଏ।
ଘରର ମୁଖ୍ୟଦ୍ୱାରରେ ୨ଟି ବଂଶୀ ଲଗାଇବା ଦ୍ୱାରା କର୍ମକ୍ଷେତ୍ରରେ ସଫଳତା ମିଳିଥାଏ।
କାର୍ଯ୍ୟାଳୟ କିମ୍ବା ବ୍ୟବସାୟ ସ୍ଥାନରେ ମୁଖ୍ୟଦ୍ୱାରରେ ବଂଶୀ ଲଗାଇବା ଦ୍ୱାରା ଉନ୍ନତି ହୋଇଥାଏ।
ଦାମ୍ପତ୍ୟ ଜୀବନକୁ ସୁଖମୟ କରିବା ପାଇଁ ବଂଶୀରେ ଲାଲ ରଙ୍ଗର ରେଶମୀ ସୂତା ବାନ୍ଧନ୍ତୁ।
ମୟୁରପୁଚ୍ଛ ମଧ୍ୟ ପ୍ରଭୁଙ୍କୁ ଖୁବ ପ୍ରିୟ। ଘରେ ମୟୁରପୁଚ୍ଛ ରଖିବା ଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସହ ସୁସମ୍ପର୍କ ଓ ଭଲ ପାଇବା ରହିଥାଏ। ପରିବାରରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ପିଲାମାନେ ଅଯଥାରେ ଜିଦି କରୁଥିଲେ ସେମାନଙ୍କ ବହିରେ ମୟୁରପୁଚ୍ଛ ରଖନ୍ତୁ। ଏହି ଦିନ ଘରକୁ ଶଙ୍ଖ ଆଣନ୍ତୁ।
ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା ସମୟରେ ପୂଜାପାଠରେ ଫୁଲର ବ୍ୟବହାର କରନ୍ତୁ। ପ୍ରଭୁଙ୍କୁ ହଳଦିଆ ବସ୍ତ୍ର, ଚନ୍ଦନ ଅର୍ପଣ କରନ୍ତୁ। ପୂଜାରେ କଳାରଙ୍ଗର ବ୍ୟବହାର କରନ୍ତୁ ନାହିଁ। ହଳଦିଆ ଭୋଗ ପ୍ରଭୁଙ୍କୁ ଅର୍ପଣ କରନ୍ତୁ। ପ୍ରଭୁଙ୍କୁ ଲାଲ ରେଶମୀ ସୂତା ଅର୍ପଣ କରନ୍ତୁ। ତୁଳସୀପତ୍ର ଅର୍ପଣ କରନ୍ତୁ। ଲହୁଣୀ ଓ ମିଶ୍ରି ଅର୍ପଣ କରନ୍ତୁ। ପ୍ରଭୁଙ୍କୁ ତୁଳସୀ ଅର୍ପଣ କରନ୍ତୁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories