www.samajalive.in
Sunday, December 14, 2025
19.1 C
Bhubaneswar

ରାସ୍ତା ମଝିରେ ବରାଟ ଗର୍ତ୍ତ; ଦୁର୍ଘଟଣା ଘଟିବା ସମ୍ଭାବନା

ମୁଖୀଗୁଡା: ମୁଖୀଗୁଡା ଚାରି ଛକ ଠାରୁ ପାୱାର ହାଉସ ରାସ୍ତା ଗ୍ରମ୍ୟ ବ୍ୟାଙ୍କ ନିକଟସ୍ଥ ରାସ୍ତାରେ ଏକ ଗର୍ତ୍ତ ସୃଷ୍ଟି ହୋଇଥବାରୁ କୌଣସି ମୁହୂର୍ତ୍ତରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ଗତ ୨ମାସ ତଳେ ଜୟପାଟଣା-ମୁଖୀଗୁଡା ରାସ୍ତା ନିର୍ମାଣ ହୋଇଥିଲା । ପୂର୍ତ୍ତି ବିଭାଗ ଏହାର ତଦାରଖ ଦାୟିତ୍ବରେ ଥିବାବେଳେ  ରାସ୍ତା ନିର୍ମାଣ କାମ ନିମ୍ନମାନର ହୋଉଥିବା ସମ୍ପର୍କରେ ‘ସମାଜ’ରେ ଖବର ପ୍ରକାଶ ପାଇଥିଲା । ହେଲେ ଅସାଧୁ କର୍ମଚାରୀ ଏବଂ ଦୁର୍ନୀତି ଗ୍ରସ୍ତ ଠିକାଦାର ନିମ୍ନ ମାନର କାମକୁ ପ୍ରଶ୍ରୟ ଦେଇଥିଲେ । ଏବେ ରାସ୍ତା ନିର୍ମାଣର ୨ମାସ ପରେ  ମୁଖୀଗୁଡା ଗ୍ରାମ୍ୟବ୍ୟାଙ୍ଗ ନିକଟ ରାସ୍ତାରେ ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ପାୱାର ଗ୍ରୀଡ ଏବଂ ଜାମନାଲିପଡ଼ା ବ୍ରିଜ ନିକଟରେ ରାସ୍ତା ଦବିବା ଆରମ୍ଭ ହେଲାଣି । ଏଥି ଯୋଗୁଁ କୌଣସି ମୁହୂର୍ତ୍ତରେ ଯେକେହି ଦୁର୍ଘଟଣାର ସମ୍ଭୁଖୀନ ନହେବେ ଏଥିରେ ସନ୍ଦେହ ନାହିଁ । ତୁରନ୍ତ ରାସ୍ତା ମରାମତି କାର୍ଯ୍ୟ କରିବା ପାଇଁ ଦାବି ହୋଉଛି ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories