www.samajalive.in
Sunday, December 14, 2025
16.1 C
Bhubaneswar

ସମ୍ବଲପୁର ଆକାଶବାଣୀ କେନ୍ଦ୍ର ସମାଚାର ବିଭାଗ ପକ୍ଷରୁ ଆଜାଦୀ କା ଅମୃତ୍‍ ମହୋତ୍ସବ

ସମ୍ବଲପୁର: ଆକାଶବାଣୀ ସମ୍ବଲପୁର କେନ୍ଦ୍ର ସମାଚାର ବିଭାଗ ପକ୍ଷରୁ ଆଜାଦୀ କା ଅମୃତ୍‍ ମହୋତ୍ସବ ପାଳିତ ହୋଇଯାଇଛି। ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମାଚାର ବିଭାଗ ପକ୍ଷରୁ ଗତ ଏକ ବର୍ଷ ଧରି ଚାଲିଥିବା କ୍ୱିଜ ପ୍ରତିଯୋଗିତାର ୫୧ ଜଣ ବିଜେତାଙ୍କୁ ଟ୍ରଫି ଏବଂ ପ୍ରମାଣପତ୍ର ଦିଆଯାଇଛି। ଏହି ଅବସରରେ ଆକାଶବାଣୀ ପରିସରରେ ଆଜାଦୀ କା ଅମୃତ୍‍ ମହୋତ୍ସବ ବିଷୟ ଉପରେ ସଭାର ଆୟୋଜନ କରାଯାଇଥିଲା। ଡକ୍ଟର କୃଷ୍ଣ କେଶବ ଷଡ଼ଙ୍ଗୀ ମୁଖ୍ୟବକ୍ତା ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଅମୃତବେଳାର ତାତ୍ପର୍ଯ୍ୟ ଏବଂ ବ୍ୟକ୍ତିତ୍ୱର ବିକାଶ ପାଇଁ ଆଜାଦୀ ଉପରେ ତାଙ୍କର ଗବେଷଣାମୂଳକ ଚିନ୍ତାଧାରାର ବ୍ୟାଖ୍ୟା କରିଥିଲେ। ଆକାଶବାଣୀ କେନ୍ଦ୍ରର ଯାନ୍ତ୍ରିକ ମୁଖ୍ୟ ରମେଶ ଚନ୍ଦ୍ର ଭୋଇ ଏବଂ କାର୍ଯ୍ୟକ୍ରମ ବିଭାଗର ମୁଖ୍ୟ ମନୋଜ ପୂଜାରୀ ଅମୃତ୍‍ ମହୋତ୍ସବରେ ଆକାଶବାଣୀର ଯୋଗଦାନ ଉପରେ ଆଲୋଚନା କରିଥିଲେ। ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର୍‍ ମହାପାତ୍ର ଏବଂ ଶିବଶଙ୍କର ନନ୍ଦ ଆଜାଦୀ କା ଅମୃତ ମହୋତ୍ସବ ଏବଂ ବାକ ସ୍ୱାଧୀନତା ବିଷୟ ଉପରେ ସେମାନଙ୍କର ଭିନ୍ନ ଭିନ୍ନ ମତ ରଖିଥିଲେ। ସମାଚାର ବିଭାଗର ମୁଖ୍ୟ ସତ୍ୟନାରାୟଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଅତିଶ କୁମାର ଶତପଥୀ ଏବଂ ସୁପ୍ରୀତି ମିଶ୍ର ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ତେଜଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଆକାଶବାଣୀ କେନ୍ଦ୍ରର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories