www.samajalive.in
Sunday, December 14, 2025
16.1 C
Bhubaneswar

ଫକୀର ପଟ୍ଟନାୟକଙ୍କୁ ପଦ୍ମଶ୍ରୀ ସମ୍ମାନ ଦାବି କଲା ସମ୍ବଲପୁରୀ ଏକତା ମଞ୍ଚ

ସମ୍ବଲପୁର: ସମ୍ବଲପୁର ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାରରେ ଲାଗିଥିବା ଅନୁଷ୍ଠାନ ସମ୍ବଲପୁରୀ ଏକତା ମଞ୍ଚ ପକ୍ଷରୁ ପଶ୍ଚିମ ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସ୍ୱର୍ଗତ ଫକୀର ପଟ୍ଟନାୟକଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିବାକୁ ଦାବି କରାଯାଇଛି। ଏ ସର୍ମ୍ପକରେ ରାଜ୍ୟ ସାହିତ୍ୟ, ଭାଷା ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କୁ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ସ୍ୱର୍ଗତ ଫକୀର ପଟ୍ଟନାୟକ ସମ୍ବଲପୁରୀରେ ଶତାଧିକ ସୁପରହିଟ ସଙ୍ଗୀତ ଗାନ କରି ଜନତାଙ୍କ ମଧ୍ୟରେ ଅତ୍ୟନ୍ତ ଲୋକପ୍ରିୟ ହୋଇ ପାରିଛନ୍ତି। ଏଣୁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବା ଉଚିତ ବୋଲି ମଞ୍ଚ ପକ୍ଷରୁ କରାଯାଇଛି। ଏଥି ସହ ସମ୍ବଲପୁରର ଗଙ୍ଗାଧର ମଣ୍ଡପ ଠାରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଏହା ଅତ୍ୟନ୍ତ ଜର୍ଜର ଅବସ୍ଥାରେ ରହିଛି। ଏଠାରେ ଲୋକ ମହୋତ୍ସବ।ାରମ୍ଭ ହୋଇଥିବା ବେଳେ ଏହା ଏବେ ଅବହେଳିତ ଅବସ୍ଥାରେ ରହିଛ। ଏଣୁ ତୁରନ୍ତ ଏହାର ମଧ୍ୟ ପୁର୍ନଉଦ୍ଧାର କରାଯାଉ ବୋଲି ମଞ୍ଚ ତରଫରୁ ଦାବି କରାଯାଇଛି। ମନ୍ତ୍ରୀ ଶ୍ରୀ ପାତ୍ର ଙ୍କୁ ସାକ୍ଷାତକାର କରିଥିବା ସମ୍ବଲପୁରୀ ଏକତା ମଞ୍ଚର ପ୍ରତିନିଧି ମଣ୍ଡଳରେ ଆବାହକ ସମୀର ରଞ୍ଜନ ବାବୁ, ସୁଶାନ୍ତ କୁମାର ମିଶ୍ର, ପ୍ରବୀଣ ବେହେରା, ସଞ୍ଜୟ ବାବୁ, ସଞ୍ଜିତ ମହାନ୍ତି, ରାମଶଙ୍କର ମିଶ୍ର, ସୁର୍ଯ୍ୟ ପ୍ରକାଶ ଗୁରୁ, ହାସିମ ରାଜା, ସୁମିତ କୁମାର ପଟେଲ, ମନୋରଞ୍ଜନ ଭୋଇ, ରାଜୀବ ଲୋଚନ ସାହୁ, ଡା. ସଞ୍ଜୀବ କୁମାର ମିଶ୍ର ପ୍ରମୁଖ ସାମିଲ ରହିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories