www.samajalive.in
Saturday, December 13, 2025
18.1 C
Bhubaneswar

ଜାଣନ୍ତୁ, ଲେମ୍ବୁ ଖାଇବା ଦ୍ୱାରା କ’ଣ କ୍ଷତି ହୋଇଥାଏ

ସାଲାଡ ହେଉ କିମ୍ବା ଚାଟ୍‍ ସେଥିରେ ଲେମ୍ବୁ ରସ ଚିପୁଡିଲେ ଖାଇବାର ସ୍ୱାଦ ଦୁଇ ଗୁଣ ହୋଇଯାଏ। ଲେମ୍ବୁ ସ୍ୱାଦ ବଢାଇବା ସହ ଖରାଦିନେ ଶରୀରରେ ଅନେକ ଲାଭ ପହଞ୍ଚାଇ ଥାଏ। ଲେମ୍ବୁ ଶରୀର ପାଇଁ ଉପକାରୀ ଅଟେ ଏହା ତ ସମସ୍ତେ ଜାଣିଛନ୍ତି। କିନ୍ତୁ ଲେମ୍ବୁ ଖାଇବା ଦ୍ୱାରା ଶରୀରର କ୍ଷତି ବିଷୟରେ କେହି ଜାଣି ନଥାନ୍ତି। ଆସନ୍ତୁ ଜାଣିବା ଲେମ୍ବୁ ଖାଇବା ଦ୍ୱାରା କି କ୍ଷତି ହୋଇଥାଏ।
ଲେମ୍ବୁରେ ସାଇଟ୍ରସ ଏସିଡ ରହିଥାଏ। ଯେକୌଣସି ପାନୀୟରେ ଲେମ୍ବୁ ରସର ଅଧିକ ପାନ କରିବା ଦ୍ୱାରା ଦାନ୍ତ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଷ୍ଟ୍ର ଦ୍ୱାରା ପିଅନ୍ତୁ। ଏହାଦ୍ୱାରା ଦାନ୍ତ ଉପରେ ସିଧା ସଳଖ ପ୍ରଭାବ ପଡିପାରେ ନାହିଁ।
ଯେଉଁ ବ୍ୟକ୍ତିମାନଙ୍କର ଗ୍ୟାସ୍‍ଟିକ୍‍ ହେଉଥିବା ସେମାନେ ଲେମ୍ବୁ ଖାଇବା ଅନୁଚିତ। କାରଣ ଲେମ୍ବୁ ଖାଇବା ଦ୍ୱାରା ଶରୀରରେ ଏସିଡର ମାତ୍ରା ବଢିଯାଏ।
ବେଳେବେଳେ ଫାଷ୍ଟଫୁଡ ଖାଇ ସାରିବା ପରେ ହଜମ ପାଇଁ ଲେମ୍ବୁ ଖାଇବାକୁ ପଡିଥାଏ। କାରଣ ଲେମ୍ବୁରେ ଥିବା ଏସିଡ ହଜମ କରିବାରେ ସାହାଯ୍ୟ କରିଥାଏ। ବେଳେବେଳେ ପେଟ ଖରାପର ମୁଖ୍ୟ କାରଣ ମଧ୍ୟ ଲେମ୍ବୁ ହୋଇଥାଏ। ତେଣୁ ଖାଇବା ପରେ ଲେମ୍ବୁ ନ ଖାଇ ଖାଦ୍ୟ ସହ ମିଶାଇ ଖାଆନ୍ତୁ।
ଲେମ୍ବୁ ପାଣି ପିଇବା ଦ୍ୱାରା ଅଧିକ ପରିସ୍ରା ଲାଗିଥାଏ। ଯାହାଦ୍ୱାରା ଶରୀରରେ ଜଳୀୟ ଅଂଶର ଅଭାବ ଦେଖା ଦେଇଥାଏ। ତେଣୁ ଅଧିକ ଲେମ୍ବୁ ପାଣି ନ ପିଇବା ଉଚିତ। ଏହହାର ଅତ୍ୟଧିକ ବ୍ୟବହାର ଦ୍ୱାରା କିଡ଼ନୀ ସମସ୍ୟା ମଧ୍ୟ ଦେଖା ଦେଇଥାଏ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories