www.samajalive.in
Sunday, December 7, 2025
26.1 C
Bhubaneswar

ମୁଁ ହକି ଗୋଲରକ୍ଷକ ଥିଲି: ନବୀନ

ଭୁବନେଶ୍ୱର : ପ୍ରାୟତଃ ଅଳ୍ପ କଥା କହୁଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ସୁଲେଖକ, ଦକ୍ଷ ପ୍ରଶାସକ ନୁହନ୍ତି, ତାଙ୍କ ଭିତରେ ମଧ୍ୟ ଜଣେ କ୍ରୀଡା ପ୍ରତିଭା ରହିଛି ବୋଲି ଜାଣିବାକୁ ମିଳିଛି। ଶୁକ୍ରବାର ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଦ୍ୱାରା ପରିଚାଳିତ କୌନ ବନେଗା କରୋଡପତି (କେବିସି) କାର୍ଯ୍ୟକ୍ରମରେ ହକି ଉପରେ ଏକ ସ୍ୱତନ୍ତ୍ର ଅଧ୍ୟାୟ ପ୍ରସାରିତ ହୋଇଥିବାବେଳେ ହକି ଖେଳ ପ୍ରତି ତାଙ୍କର ଦୁର୍ବଳତା ରହିଛି ବୋଲି ନବୀନ ସୂଚନା ଦେଇଛନ୍ତି।
ଏହି ଅବସରରେ ହକି ବିଶ୍ୱକପକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିଡିଓ ବାର୍ତ୍ତାଳାପ ପ୍ରଦର୍ଶିତ ହୋଇଥିଲା। ଅମିତାଭଙ୍କ କେତେକ ପ୍ରଶ୍ନର ଉତ୍ତରରେ ନବୀନ କହିଥିଲେ ଯେ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ହକି ଏକ ଲୋକପ୍ରିୟ ଖେଳ। ଯେଉଁ ବୟସରେ ପିଲାମାନେ ଚାଲିବା ଶିଖିଥାନ୍ତି, ସେହି ବୟସରେ ଓଡ଼ିଶା ପିଲା ହକି ଖେଳିବା ଆରମ୍ଭ କରିଥାନ୍ତି। ଆପଣ ପିଲାଦିନେ କେଉଁ ଖେଳ ଖେଳୁଥିଲେ ବୋଲି ଅମିତାଭ ପ୍ରଶ୍ନ କରିଥିଲେ। ଜବାବରେ ନବୀନ ସ୍ମିତହାସ୍ୟ ଦେଇ କହିଥିଲେ ଯେ ସ୍କୁଲରେ ସେ ବିଭିନ୍ନ ଖେଳ ଖେଳୁଥିଲେ। ଏପରିକି ଗୋଲରକ୍ଷକଭାବେ ହକି ଖେଳିଥିବା ନବୀନ ସ୍ୱୀକାର କରିଥିଲେ। ନବୀନଙ୍କ ଏହି ବକ୍ତବ୍ୟରେ ହଟ୍‍ ସିଟ୍‍ରେ ବସିଥିବା ଭାରତୀୟ ଦଳର ଅଧିନାୟକ ତଥା ଗୋଲରକ୍ଷକ ଶ୍ରୀଜେସ ଅତ୍ୟନ୍ତ ଉଲ୍ଲସିତ ହୋଇପଡିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ଦୁଇ ହକି ତାରକା ଦୀପସାନ ତିର୍କୀ ଓ ବୀରେନ୍ଦ୍ର ଲାକ୍ରା ଉପସ୍ଥିତ ଥିଲେ।
ରାଜ୍ୟରେ ଏଭଳି ମେଗା ଇଭେଣ୍ଟର ସଫଳ ଆୟୋଜନ କରି ହକି ଖେଳକୁ ଅଧିକ ଲୋକପ୍ରିୟ କରିବା ତାଙ୍କ ସରକାରଙ୍କ ଲକ୍ଷ୍ୟ ବୋଲି ନବୀନ କହିଛନ୍ତି। ଏଥିପାଇଁ ଓଡ଼ିଶା ସରକାର ପାଞ୍ଚବର୍ଷ ପାଇଁ ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ପ୍ରାୟୋଜିତ କରୁଛନ୍ତି। ସରକାରଙ୍କ ଏହି ପଦକ୍ଷେପକୁ ଅମିତାଭଙ୍କ ସହ ଉପସ୍ଥିତ ହକି ଖେଳାଳି ଭୂୟସୀ ପ୍ରଶଂସା କରିଥିଲେ। ନବୀନ ଏହି ଅବସରରେ ବିଶ୍ୱକପ ଉଦ୍‍ଘାଟନୀ ଉତ୍ସବରେ ଯୋଗଦେବାକୁ ଅମିତାଭଙ୍କୁ ଆମନ୍ତ୍ରଣ ଜଣାଇଛନ୍ତି। ସୂଚନାଯୋଗ୍ୟ ନଭେମ୍ବର ୨୮ରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ରାଜ୍ୟରେ ଏଭଳି ଏକ ମେଗା ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ନିମନ୍ତେ ଓଡ଼ିଶା ସରକାର ସମସ୍ତ ପ୍ରସ୍ତୁତିକୁ ଚୂଡାନ୍ତ ରୂପରେଖ ଦେବାରେ ଜୋରସୋର ଲାଗିପଡିଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories