www.samajalive.in
Sunday, December 14, 2025
19.1 C
Bhubaneswar

ଜବାନଙ୍କ ମୁହଁରେ ହସ ଫୁଟାଇଲେ ବିଦ୍ୟାଳୟ ଛାତ୍ରଛାତ୍ରୀ

ଫୁଲବାଣୀ: ଆଜି ହେଉଛି ରକ୍ଷା ବନ୍ଧନ। ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧୀ ଜୀବନ ସାରା ସୁରକ୍ଷାର ବଚନ ଦେଇଥାଏ। ଏଭଳି ସ୍ଥଳେ ଜିଲାକୁ ସୁରକ୍ଷା ଦେବାକୁ ସାମିଲ୍‍ ହୋଇଥିବା ବିଭିନ୍ନ ଅଞ୍ଚଳର ଜବାନ ମାନେ ନିଜ ନିଜ ଅଞ୍ଚଳ ଛାଡ଼ି କନ୍ଧମାଳ ଜିଲାର ବିଭିନ୍ନ କର୍ମ କ୍ଷେତ୍ରରେ ସୁରକ୍ଷା ପାଇଁ ସାମିଲ୍‍ ହୋଇଥିବା ବେଳେ ସେହି ସବୁ ଜବାନ ମାନଙ୍କ ମହୁଁରେ ରାକ୍ଷୀ ବାନ୍ଧି ହସ ଫୁଟାଇବାକୁ ପ୍ରୟାସ କରିଛନ୍ତି ସ୍ୱାମୀ ଚିନ୍ଦାନନ୍ଦ ବିଦ୍ୟାଳୟର ଛାତ୍ରୀ ମାନେ। ବିଦ୍ୟାଳୟର ଛାତ୍ରୀ ମାନେ ଫୁଲବାଣୀ ପୁଲିସ୍‍ ରିଜର୍ଭରେ ଥିବା ଏସ୍‍ଏସବିଏନ୍‍ ଜବାନ ସମତେ ୨୦ରୁ ଉର୍ଦ୍ଧ ପୁଲିସ୍‍ କର୍ମଚାରୀଙ୍କ ହାତରେ ରାକ୍ଷୀ ବାନ୍ଧିବା ସହିତ ସଦରଥାନାରେ କାର୍ଯ୍ୟରତ ସମସ୍ତ ପୁଲିସ୍‍ କର୍ମଚାରୀ ଓ ସୁରକ୍ଷା ପାଇଁ ସେଠାରେ ନିୟୋଜିତ ଥିବା ଆଇଆରବିଏନ୍‍ ଜବାନ ମାନଙ୍କୁ ମଧ୍ୟ ରାକ୍ଷୀ ବାନ୍ଧି ସେମାନଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରିଥିଲେ।

ଏହି ଅବସରରେ ସାମିଲ୍‍ ହୋଇଥିବା ଛାତ୍ରୀ ମାନଙ୍କୁ ଜବାନ ମାନେ ଆର୍ଶିବାଦ ମଧ୍ୟ ଦେଇଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ବହୁ ଶିକ୍ଷକ ଓ ଶିକ୍ଷୟତ୍ରୀ , ନିର୍ଦ୍ଦୋକ ଓ ପରିଚାଳକ ଓ ଅନ୍ୟମାନେ ସାମିଳ୍‍ ହୋଇଥିଲେ। ଛାତ୍ରୀମାନେ ବୀର ଜବାନ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହିତ ରକ୍ଷା ବନ୍ଧନ କରିଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories