ଫୁଲବାଣୀ: କନ୍ଧମାଳ ଜିଲାରେ ରକ୍ତ ଅଭାବକୁ କିପରି ଦୂର କରାଯାଇପାରିବ ସେଥିପାଇଁ ଜିଲାରେ ବିଭିନ୍ନ ସଂଗଠନ ଜୋର ଦାର ପ୍ରୟାସ ଚଳାଇଛି। ସେଥି ମଧ୍ୟରୁ କୁଇ ସମାଜ ଯୁବ ପରିଷଦ କନ୍ଧମାଳ ମଧ୍ୟ ଅଣ୍ଟା ଭିଡିଛି। ଆଜି ସଂଗଠନ ତରଫରୁ ସମ୍ପାଦକ ଅଚ୍ୟୁତ ଯାନୀଙ୍କ ନେତୃତ୍ୱରେ କାହ୍ନୁଚରଣ କହଁର, ବିନୋଦ କହଁର, ଆସ୍ତିକ ମଲିକ ପ୍ରମୁଖ ଫୁଲବାଣୀ ମେଡିକାଲରେ କ୍ୟାନସର ରୋଗରେ ଚିକିତ୍ସିତ ହେଉଥିବା ରାଜକୁମାର ଦେହୁରୀଙ୍କୁ ରକ୍ତଦାନ କରି ସହଯୋଗର ହାତ ବଢ଼େଇଛନ୍ତି। ଏହି ପ୍ରୟାସ ଆଗକୁ ମଧ୍ୟ ଜାରି ରହିବ ବୋଲି କୁଇ ସମାଜ ଯୁବପରିଷଦ କନ୍ଧମାଳ ସଂଗଠନର ସମ୍ପାଦକ ଅଚ୍ୟୁତ ଯାନୀ ପ୍ରକାଶ କରିଥିଲେ।
Popular Categories



