www.samajalive.in
Monday, December 15, 2025
16.1 C
Bhubaneswar

୧୦ ଦିନରେ କୋଟିଏରୁ ଅଧିକ ଜାତୀୟ ପତାକା ବିକିଛି ଡାକ ବିଭାଗ

୪.୨ ଲକ୍ଷ ଡାକ କର୍ମଚାରୀ ଦେଶର କୋଣ ଅନୁକୋଣରେ “ହର ଘର ତିରଙ୍ଗା” ବାର୍ତ୍ତାକୁ ପ୍ରଚାର କରିଛନ୍ତି

ନୂଆଦିଲ୍ଲୀ : ଡାକ ବିଭାଗ ନିଜର ୧.୫ ଲକ୍ଷ ଡାକ ଘରର ନେଟ୍‌ୱର୍କ ସହିତ ଦେଶର ପ୍ରତ୍ୟେକ ନାଗରିକଙ୍କୁ ‘ହର ଘର ତିରଙ୍ଗା’ ବା ଘରେ ଘରେ ତିରଙ୍ଗା କାର୍ଯ୍ୟକ୍ରମରେ ସାମିଲ କରୁଛି । ୧୦ ଦିନର ସ୍ୱଳ୍ପ ଅବଧି ସମୟରେ ଡାକ ବିଭାଗ ଲୋକ ମାନଙ୍କୁ ୧ କୋଟିରୁ ଅଧିକ ଜାତୀୟ ପତାକା ବିକ୍ରି କରିଛି। ଏହି ଜାତୀୟ ପତାକାକୁ ବିଭାଗ ଦ୍ୱାରା ମାତ୍ର ୨୫ ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଛି । ଅନ୍ ଲାଇନ୍‌ରେ ଡାକ ବିଭାଗ ସାରା ଦେଶରେ କୌଣସି ଠିକଣାରେ ମଧ୍ୟ ଏହାକୁ ଡେଲିଭରି ଦେୟ ନ ନେଇ ସିଧାସଳଖ ପହଞ୍ଚାଇଛି। ଇ-ପୋଷ୍ଟ ଅଫିସ୍ (ଇ-ଡାକ ଘର) ସୁବିଧା ମାଧ୍ୟମରେ ଲୋକ ମାନେ ଅନ୍‌ଲାଇନ୍‌ରେ ୧.୭୫ ଲକ୍ଷରୁ ଅଧିକ ପତାକା କ୍ରୟ କରିଛନ୍ତି ।

୪.୨ ଲକ୍ଷ ଦୃଢ଼ ଡାକ କର୍ମଚାରୀ ମାନେ ଦେଶର କୋଣ ଅନୁକୋଣରେ ଅର୍ଥାତ୍ ସହର, ନଗର, ଗ୍ରାମ ଗୁଡିକରେ, ସୀମାବର୍ତ୍ତୀ କ୍ଷେତ୍ରରେ, ବାମପନ୍ଥୀ ଉଗ୍ରବାଦ ପ୍ରବଣ ଜିଲ୍ଲା ଗୁଡିକରେ ଏବଂ ପାହାଡ ଏବଂ ଜନଜାତୀୟ ଅଞ୍ଚଳ ଗୁଡିକରେ ‘ହର ଘର ତିରଙ୍ଗା’ ବାର୍ତ୍ତାକୁ ଅତି ଉତ୍ସାହର ସହିତ ପ୍ରଚାର କରିଛନ୍ତି ।

- Advertisement -

ପ୍ରଭାତ ଫେରି, ମୋଟର ସାଇକେଲ୍ ରାଲି, ଚୌପାଲ ସଭା (ଗ୍ରାମ ସଭା) ଗୁଡିକ ମାଧ୍ୟରେ , ଭାରତୀୟ ଡାକ ସମାଜର ସମସ୍ତ ବର୍ଗ ମଧ୍ୟରେ ‘ହର ଘର ତିରଙ୍ଗା’ର ବାର୍ତ୍ତାକୁ ପହଞ୍ଚାଇଛି । ଡିଜିଟାଲ୍ ରୂପରେ ଯୋଡି ହୋଇଥିବା ଲୋକ ମାନଙ୍କ ମଧ୍ୟରେ ଏହି ବାର୍ତ୍ତାକୁ ବ୍ୟାପକ କରିବା ନିମନ୍ତେ ଟ୍ୱିଟର ଏବଂ ଫେସ୍‌ବୁକ୍ ଭଳି ସାମାଜିକ ମାଧ୍ୟମକୁ ଉପକରଣ ଭାବରେ ବ୍ୟାପକ ରୂପରେ ବ୍ୟବହାର କରା ଯାଇଛି ।

ଡାକଘର ଗୁଡିକ ମାଧ୍ୟମରେ ଜାତୀୟ ପତାକାର ବିକ୍ରି ୧୫ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ଖୋଲା ରହିଛି । ନାଗରିକ ମାନେ ନିକଟତମ ଡାକ ଘର ଗୁଡିକୁ ଯାଇ ଏହାକୁ କ୍ରୟ କରି ପାରିବେ କିମ୍ବା ଇ – ଡାକ ଘର (epostoffice. gov. in) ମାଧ୍ୟମରେ ନିଜର ଜାତୀୟ ପତାକାକୁ କ୍ରୟ କରି ପାରିବେ ଏବଂ ‘ହର ଘର ତିରଙ୍ଗା’ ଅଭିଯାନର ଅଂଶ ବିଶେଷ ହୋଇ ପାରିବେ ।  ନାଗରିକ ମାନେ ପତାକା ସହିତ ନିଜର ଏକ ସେଲ୍ଫି ନେଇ ପାରିବେ  ଏବଂ ତାହାକୁ  www.harghartiranga.com ରେ ଅପଲୋଡ୍ କରି ପାରିବେ ଏବଂ ନୂତନ ଭାରତର ସବୁଠାରୁ ବଡ ଉତ୍ସବରେ ନିଜର ଭାଗୀଦାରୀତାକୁ ପ୍ରଦର୍ଶନ କରି ପାରିବେ ।

Hot this week

ବହିଷ୍କୃତ ହେବା ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories