www.samajalive.in
Monday, December 15, 2025
16.1 C
Bhubaneswar

୪-୧ରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିଲା ଭାରତ

ଲୌଡରହିଲ : ଘରୋଇ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୪-୧ରେ ଜିତିନେଇଛି। ରବିବାର ୫ମ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଇଣ୍ଡିଜ୍‌କୁ ୮୮ ରନ୍‌ରେ ଭାରତ ପରାସ୍ତ କରିଛି । ଶ୍ରେୟାସ ଆୟରଙ୍କ ଅର୍ଦ୍ଧଶତକ ବଳରେ ଭାରତ ୮ ୱିକେଟରେ ୧୮୮ ରନ୍‌ କରିଥିଲା। ପରେ ସିମ୍ରନ୍ ହେତ୍‌ମେୟରଙ୍କ ଲଢ଼ୁଆ ଅର୍ଦ୍ଧଶତକ ସତ୍ତ୍ବେ ୱେଷ୍ଟଇଣ୍ଡିଜ୍‌ ୧୫.୪ ଓଭରରେ ୧୦୦ ରନ୍‌କରି ଅଲ୍‌ଆଉଟ୍‌ ହୋଇଥିଲା।
ୱେଷ୍ଟଇଣ୍ଡିଜ୍‌ ୧୮୯ ରନ୍‌ର ପିଛା କରିଥିବା ବେଳେ ପ୍ରଥମ ଓଭରରେ ଜେସନ୍ ହୋଲ୍‌ଡର ବିନା ସ୍କୋର୍‌ରେ ଆଉଟ୍‌ ହୋଇଥିଲେ। ଏହାସହ ଅକ୍ଷର ପଟେଲ କ୍ରମାଗତ ୩ଟି ୱିକେଟ ନେଇଥିଲେ। ସମାରା ବ୍ରୁକ୍‌ସ ୧୩, ଡେଭନ୍ ଥମାସ୍ ୧୦ ଓ ଅଧିନାୟକ ନିକୋଲାସ୍ ପୁରନ୍‌ ୩ ରନ୍‌କରି ଆଉଟ୍‌ ହୋଇଥିଲେ। ଏହାସହ ୬ ରନ୍‌ରେ ୪ଟି ୱିକେଟ ପଡ଼ିଥିଲା। ସିମ୍ରନ୍ ହେତ୍‌ମେୟର ୩୫ ବଲ୍‌ରୁ ୪ଟି ଛକା ଓ ୫ଟି ଚୌକା ସହ ୫୬ ରନ୍‌ କରିଥିଲେ। ରବି ବିଷ୍ଣୋଇ ୪ଟି ଏବଂ ଅକ୍ଷର ପଟେଲ ଓ କୁଲଦୀପ ଯାଦବ ୩ଟି ଲେଖାଏଁ ୱିକେଟ ନେଇଥିଲେ। ଅକ୍ଷର ପଟେଲ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ। ଏହି ମ୍ୟାଚ୍‌ରେ ଭାରତ ଏକାଧିକ ନିୟମିତ ଖେଳାଳିଙ୍କୁ ବିଶ୍ରାମ ଦେଇଥିଲା। ତଥାପି ୱେଷ୍ଟଇଣ୍ଡିଜ୍‌ ବିନା ଲଢ଼େଇରେ ଆତ୍ମ ସମର୍ପଣ କରିଥିଲା। ଟସ୍ ଜିତି ଭାରତ ବ୍ୟାଟିଂ ନେଇଥିଲା। ଈଶାନ୍ କିଷନ ୧୧ ରନ୍‌କରି ଆଉଟ୍‌ ହେବା ପରେ ଶ୍ରେୟାସ ଆୟର ଓ ଦୀପକ ହୁଡା ୭ ଓଭରରେ ୭୬ ରନ୍‌ ଯୋଡ଼ିଥିଲେ। ହୁଡା ୨୫ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୩୮ ରନ୍‌ କରିଥିଲେ। ଆୟର ୪୦ ବଲ୍‌ରୁ ୨ଟି ଛକା ଓ ୮ଟି ଚୌକା ସହ ୬୪ ରନ୍‌ କରିଥିଲେ। ଅଧିନାୟକ ହାର୍ଦିକ ପାଣ୍ଡ୍ୟା ମାତ୍ର ୧୬ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୮ ରନ୍‌ କରିଥିଲେ। ସଞ୍ଜୁ ସାମ୍‌ସନ ୧୧ ବଲ୍‌ରୁ ୧୫ ଓ ଦିନେଶ କାର୍ତ୍ତିକ ୯ ବଲ୍‌ରୁ ୧୨ ରନ୍‌ କରିଥିଲେ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories