www.samajalive.in
Sunday, December 14, 2025
17.1 C
Bhubaneswar

୧୬ ବର୍ଷ ପ୍ରତୀକ୍ଷାର ଅନ୍ତ : ଭାରତୀୟ ମହିଳା ହକି ଦଳକୁ କାଂସ୍ୟ

ବର୍ମିଂହାମ୍‌ : ଦୀର୍ଘ ୧୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ଭାରତୀୟ ମହିଳା ହକି ଦଳ ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କାଂସ୍ୟ ପଦକ ଜିତିଛି। ରବିବାର ୩ୟ ସ୍ଥାନ ପାଇଁ ମ୍ୟାଚରେ ଭାରତ ପୂର୍ବତନ ବିଜେତା ନ୍ୟୁଜିଲାଣ୍ଡକୁ ୧-୧ (୨-୧) ପେନାଲ୍ଟି ସୁଟ୍‌ଆଉଟ୍‌ରେ ପରାସ୍ତ କରିଛି।ଏଥି ସହିତ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ଥର ପାଇଁ କାଂସ୍ୟ ପଦକ ଜିତିବାରେ ସଫଳ ହୋଇଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା ହକି​‌େ​‌ର ଭାରତର ଏହା ତୃତୀୟ ପଦକ। ଏହା ପୂର୍ବରୁ ୨୦୦୨ ମାଞ୍ଚେଷ୍ଟରରେ ସ୍ବର୍ଣ୍ଣ ଓ ୨୦୦୬ ମେଲବୋର୍ଣ୍ଣରେ ରୌପ୍ୟ ପଦକ ଜିତିଥିଲା।
ସେମିଫାଇନାଲରେ ପରାଜିତ ହୋଇଥିବା ଭାରତୀୟ ଦଳ କାଂସ୍ୟ ପଦକ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଥିଲା। ପ୍ରଥମ କ୍ବାର୍ଟର ଖେଳରେ କେହି କାହାରିକୁ ଗୋଲ ଦେଇପାରିନଥିଲେ। ୨୯ ମିନିଟ୍‌ରେ ଭାରତ ପକ୍ଷରୁ ସାଲିମା ଟେଟେ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧ ଖେଳ ​‌େ​‌ଶଷ ସୁଦ୍ଧା ଭାରତ ୧-୦ ଗୋଲରେ ଆଗୁଆ ଥିଲା। ୩ୟ କ୍ବାର୍ଟର ଖେଳ ମଧ୍ୟ ଗୋଲଶୂନ୍ୟ ରହିଥିଲା। ୪ର୍ଥ କ୍ବାର୍ଟରରେ ନ୍ୟୁଜିଲାଣ୍ଡ ଗୋଲ ବରାବର କରିବ​‌ା ନେଇ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲା। ଏପରିକି ଖେଳ ​‌େ​‌ଶଷ ହେବ​‌ାକୁ ଆଉ ୪ ମିନିଟ ବାକି ରହିଥିବାବେଳେ ନ୍ୟୁଜିଲାଣ୍ଡ ଗୋଲରକ୍ଷକଙ୍କୁ ମଧ୍ୟ ହଟାଇ ଦେଇଥିଲା। ଖେଳ ଶେଷ ହେବାକୁ ୩୦ ସେକେଣ୍ଡ ବାକି ଥିବାବେଳେ ନ୍ୟୁଜିଲାଣ୍ଡ ପାଇଁ ଭାଗ୍ୟ ସହାୟକ ହୋଇଥିଲା। ଡି ଏରିଆରେ ଫାଉଲ ମାରିବାରୁ ରେଫରୀ ଭାରତ ବିପକ୍ଷରେ ପେନାଲ୍ଟି ଷ୍ଟ୍ରୋକ୍‌ ମିଳିଥିଲା। ଏହାକୁ ଅଧିନାୟିକା ମ୍ୟାରୀ ଓଲିଭିୟା ଗୋଲରେ ପରିଣତ କରି ମ୍ୟାଚକୁ ୧-୧ ବରାବର କରିଥିଲେ।
ନିର୍ଦ୍ଧାରିତ ସମୟ ଖେଳ ୧-୧ ଗୋଲ ବରାବର ରହିବାରୁ ପେନାଲ୍ଟି ସୁଟ୍‌ଆଉଟ୍‌ ହୋଇଥିଲା। ଏଥିରେ ଭାରତ ୨-୧ ଗୋଲରେ ବିଜୟୀ ହୋଇଥିଲା। ଭାରତ ପକ୍ଷରୁ ସୋନିକା ଓ ନବନୀତ୍ ଗୋଲ ଦେଇଥିବାବେଳେ ନେହା ଓ ସଙ୍ଗୀତା ବିଫଳ ହୋଇଥିଲେ। ଭାରତୀୟ ଦଳର ଅଧିନାୟିକା ଗୋଲରକ୍ଷକ ସବିତା ପୁନିଆ ୩ ଟି ଗୋଲ ଅଟକାଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ହୁଲ୍‌ ଏକମାତ୍ର ଗୋଲ ଦେଇଥିଲେ। ସେମିଫାଇନାଲରେ ଭାରତ ପେନାଲ୍ଟି ସୁଟ୍‌ଆଉଟ୍‌ ୦-୩ରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଥିଲା। ଭାରତୀୟ ଦଳରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଉପ ଅଧିନାୟିକା ଦୀପ୍‌ଗ୍ରେସ ଏକ୍କା ପ୍ରତିନିଧିତ୍ବ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories