www.samajalive.in
Tuesday, December 9, 2025
15.1 C
Bhubaneswar

ଜେଲରେ ଥିବା ରାମରହିମଙ୍କ ପୂର୍ବତନ ଅଙ୍ଗରକ୍ଷୀର ଆତ୍ମହତ୍ୟା

ପଞ୍ଚକୂଳା : ଜେଲରେ ବନ୍ଦୀ ଥିବା ଡେରା ସଚ୍ଚାସୌଦା ମୁଖ୍ୟ ଗୁରମିତ ରାମରହିମଙ୍କ ପୂର୍ବତନ ଅଙ୍ଗରକ୍ଷୀ ହରିୟାଣା ପୁଲିସ୍‍ ଯବାନ ରାମ ସିଂହ ବୁଧବାର ସନ୍ଧ୍ୟାରେ ବିଷ ଖାଇ ଆତ୍ମହତ୍ୟା କରିଛି। ପୁଲିସ୍‍ କହିବା ଅନୁସାରେ ବ୍ୟକ୍ତିଗତ କାରଣରୁ ରାମ ସିଂହ ଆତ୍ମହତ୍ୟା କରିଛନ୍ତି। ରାମ ସିଂହଙ୍କ ଭାଇ ନାମଧାରୀ ଅଭିଯୋଗ କରିଛନ୍ତି ଯେ ରାମ ରହିମଙ୍କ ସୁରକ୍ଷା ଦଳରେ ତାଙ୍କ ଭାଇଙ୍କୁ ମୁତୟନ କରାଯାଇଥିଲା। ହେଲେ ପଞ୍ଚକୂଳା ହିଂସାରେ ରାମ ସିଂହଙ୍କ ନାମ ଆସିବା ପରଠାରୁ ସେ ମାନସିକ ଦୁଶ୍ଚିନ୍ତାରେ ଗତି କରୁଥିଲେ ଓ ନିଜ ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତିତ ଥିଲେ। ବୁଧବାର ସନ୍ଧ୍ୟା ବେଳେ ସେ ବିଷ ଖାଇ ଆତ୍ମହତ୍ୟା କରିଥିଲେ। ମୃତ ଅଙ୍ଗରକ୍ଷୀଙ୍କ ଘର ସିର୍ସା ଚୋପଟାରେ ବୋଲି ଜାଣିବାକୁ ମିଳିଛି। ଚୋପଟା ପୁଲିସ୍‍ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଉଲ୍ଲେଖଯୋଗ୍ୟ ଯେ ମହିଳା ଅନୁଗାମୀଙ୍କୁ ବଳାତ୍କାର ମାମଲାରେ ଡେରା ସଚ୍ଚାସୌଦା ମୁଖ୍ୟ ଗୁରମିତ ରାମରହିମ ୨୦ବର୍ଷ ପାଇଁ ଜେଲ୍‍ଦଣ୍ଡ ଭୋଗୁଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories