ପଞ୍ଚକୂଳା : ଜେଲରେ ବନ୍ଦୀ ଥିବା ଡେରା ସଚ୍ଚାସୌଦା ମୁଖ୍ୟ ଗୁରମିତ ରାମରହିମଙ୍କ ପୂର୍ବତନ ଅଙ୍ଗରକ୍ଷୀ ହରିୟାଣା ପୁଲିସ୍ ଯବାନ ରାମ ସିଂହ ବୁଧବାର ସନ୍ଧ୍ୟାରେ ବିଷ ଖାଇ ଆତ୍ମହତ୍ୟା କରିଛି। ପୁଲିସ୍ କହିବା ଅନୁସାରେ ବ୍ୟକ୍ତିଗତ କାରଣରୁ ରାମ ସିଂହ ଆତ୍ମହତ୍ୟା କରିଛନ୍ତି। ରାମ ସିଂହଙ୍କ ଭାଇ ନାମଧାରୀ ଅଭିଯୋଗ କରିଛନ୍ତି ଯେ ରାମ ରହିମଙ୍କ ସୁରକ୍ଷା ଦଳରେ ତାଙ୍କ ଭାଇଙ୍କୁ ମୁତୟନ କରାଯାଇଥିଲା। ହେଲେ ପଞ୍ଚକୂଳା ହିଂସାରେ ରାମ ସିଂହଙ୍କ ନାମ ଆସିବା ପରଠାରୁ ସେ ମାନସିକ ଦୁଶ୍ଚିନ୍ତାରେ ଗତି କରୁଥିଲେ ଓ ନିଜ ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତିତ ଥିଲେ। ବୁଧବାର ସନ୍ଧ୍ୟା ବେଳେ ସେ ବିଷ ଖାଇ ଆତ୍ମହତ୍ୟା କରିଥିଲେ। ମୃତ ଅଙ୍ଗରକ୍ଷୀଙ୍କ ଘର ସିର୍ସା ଚୋପଟାରେ ବୋଲି ଜାଣିବାକୁ ମିଳିଛି। ଚୋପଟା ପୁଲିସ୍ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଉଲ୍ଲେଖଯୋଗ୍ୟ ଯେ ମହିଳା ଅନୁଗାମୀଙ୍କୁ ବଳାତ୍କାର ମାମଲାରେ ଡେରା ସଚ୍ଚାସୌଦା ମୁଖ୍ୟ ଗୁରମିତ ରାମରହିମ ୨୦ବର୍ଷ ପାଇଁ ଜେଲ୍ଦଣ୍ଡ ଭୋଗୁଛନ୍ତି।
ଜେଲରେ ଥିବା ରାମରହିମଙ୍କ ପୂର୍ବତନ ଅଙ୍ଗରକ୍ଷୀର ଆତ୍ମହତ୍ୟା
Popular Categories



