www.samajalive.in
Sunday, December 7, 2025
23.1 C
Bhubaneswar

କେବିସିରେ ବିଗ୍‌ ବି ଅମିତାଭଙ୍କ ସହ ନଜର ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର /କଟକ . –  ଲୋକ ପ୍ରିୟ ଟେଲିଭିଜନ କାର୍ଯ୍ୟକ୍ରମ କୌନ୍‌ ବନେଗା କରୋଡ ପତି ବା କେବିସିରେ ବିଗ୍‌ ବି ଅମିତାଭ ବଚନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଜର ଆସିବେ । ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ହକି ବିଶ୍ୱ କପ୍‌ର ପ୍ରଚାର ପ୍ରସାର ପାଇଁ ନବୀନ ପଟ୍ଟନାୟକ ଭାରତୀୟ ହକି ଦଳକୁ ଅଭିନନ୍ଦନ କରୁଥିବାର ଏକ ୫୦ ସେକେଣ୍ଡର ଭିଡିଓ ଏଥିରେ ପ୍ରସାରିତ ହେବ । ଏହାର ସୁଟିଂ ସମ୍ପୂର୍ଣ୍ଣ ହୋଇଛି ।  ସୋନି ଟିଭିରେ ଶୁକ୍ରବାର(୧୨.୧୦.୨୦୧୮) ତାରିଖରେ ଏହା ପ୍ରସାରିତ ହେବ ।

ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,  ଓଡ଼ିଶାରେ ହକି ବେଶ୍‌ ଲୋକପ୍ରିୟ  ଆଦିବାସୀ ବହୁଳ ଅଞ୍ଚଳରେ ଲୋକମାନେ ଆଗ୍ରହର ସହ ଏହି ଖେଳକୁ ଖେଳି ଥାଆନ୍ତି । ପିଲାମାନେ ଚାଲିବା ଶିଖିବା ପରେ ହକି ଖେଳକୁ ଆପଣାଇ ଥାଆନ୍ତି ବୋଲି ଏଥିରେ ପ୍ରକାଶ କରିଛନ୍ତି । ଆମେ ମାନେ ଭାରତୀୟ ହକି ଦଳକୁ ସ୍ୱାଗତ କରିବା ପାଇଁ ଉତ୍କଣ୍ଠାର ସହ ଅନାଇ ବସିଛୁ ବୋଲି ଏହି ଅବସରେ ନବୀନ ପଟ୍ଟନାୟକ କହିଛନ୍ତି ।

- Advertisement -

କେବିସିର ଏହି ସ୍ୱତନ୍ତ୍ର ଅଧ୍ୟାୟର ନାମ କର୍ମବୀର ଅଧ୍ୟାୟ । ଏଥିରେ ହକି ଖେଳାଳୀମାନେ ଅଂଶଗ୍ରହଣ କରିଛନ୍ତି ।

ହକି ବିଶ୍ୱକପ ଆୟୋଜନ ପାଇଁ ଏବେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଜୋରଦାର ପ୍ରସ୍ତୁତି ଚାଲିଛି ।  ନଭେମ୍ବର ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହାର ଉଦ୍‌ଘାଟନୀ ମ୍ୟାଚରେ  ବଲିଉଡ୍‌ର ସୁପରଷ୍ଟାର ଶାହାରୁଖ ଖାନ୍‌ ସାମିଲ ହେବେ ବୋଲି ସୂଚନା ମିଳିଛି । ଶାହାରୁଖ ନିଜର ଟ୍ୱିଟର ଆକାଉଣ୍ଟରେ ଏ ବିଷୟରେ ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ ସେ  ଭାରତୀୟ ହକି ଦଳ ବିଶ୍ୱକପ ବିଜେତା କିପରି ହେବେ ସେଥିପାଇଁ ଟିମ୍‌ର ମନୋବଳ ବୃଦ୍ଧି କରିବା ପାଇଁ ଚେଷ୍ଟା କରିବେ ବୋଲି ଟ୍ୱିଟ କରିଛନ୍ତି ।

ଶାହରୁଖ ଖାନ୍‌ ସାମିଲେ ହେଲେ ନିଶ୍ଚିତ ଭାବେ ଅଧିକ ହକି ପ୍ରେମୀ ଓ ଶାହରୁଖ ଖାନ୍‌ଙ୍କ ପ୍ରଶଂସକ ଖେଳ ଦେଖିବାକୁ ଆସିବେ  ବୋଲି  ଅନୁମାନ କରାଯାଉଛି । ଶାହାରୁଖ ନିଜର ସିନେମା ‘ଚକ ଦେ ଇଣ୍ଡିଆରେ’ ହକି ପ୍ରଶିକ୍ଷକ ଭୂମିକାରେ ଅଭିନୟ କରିଥିଲେ । ଶାହାରୁଖ ନିଜ ଟ୍ୱିଟ୍‌ରେ  ସମସ୍ତଙ୍କୁ ଭାରତୀୟ ହକି ଦଳକୁ ଉତ୍ସାହିତ କରିବା ପାଇଁ ନିବେଦନ କରିଛନ୍ତି । ସେ  ବିଶ୍ୱକପ୍‌ ହକି ମ୍ୟାଚରେ ସାମିଲ ହେଉଥିବାରୁ ବେଶ୍‌ ଆନନ୍ଦିତ ବୋଲି ଟ୍ୱିଟ କରିଛନ୍ତି ।

ହକିକୁ  ଶାହାରୁଖ ଖୁବ୍‌ ଭଲ ପାଆନ୍ତି ବୋଲି କହିଛନ୍ତି ।   ସେ ହକି ଖେଳ ଦେଖନ୍ତି । ଯୁବାବସ୍ଥାରେ ଏହାର ବଡ ପ୍ରଶଂସକ ଥିଲେ ବୋଲି ସୂଚନା ଦେଇଛନ୍ତି । ଭାରତରେ ହକି ବିଶ୍ୱ କପ୍‌ ଆୟୋଜିତ ହେଉଛି । ଭୁବନେଶ୍ୱରରେ ଏହି ମ୍ୟାଚ ଖେଳାଯିବ । ଏଥିରେ ସେ ଅଂଶ ଗ୍ରହଣ କରିବେ . ଏହା ତାଙ୍କ ପାଇଁ ଏକ ସମ୍ମାନ ବୋଲି ସେ ଉଲ୍ଲେଖ କରିଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories