ଶନିବାର ରାଶିଫଳ (୦୬/୦୮/୨୦୨୨) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Aug 6, 2022 Share ମେଷ : ବନ୍ଧୁମିଳନ ଶୁଭଦାୟକ ହେବ। ବ୍ୟବସାୟ ଲାଭଜନକ ହେବ। ମନରେ ଅହଂଭାବ ଜାଗ୍ରତ ହୋଇପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ପତ୍ନୀଙ୍କ ସ୍ବାସ୍ଥ୍ୟରକ୍ଷା ପାଇଁ ଯତ୍ନଶୀଳ ହେବାକୁ ପଡ଼ିବ। ବୃଷ : ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। କୌଶଳ ପ୍ରୟୋଗ କରି ଶତ୍ରୁ ଦମନ କରିପାରନ୍ତି। ଚାକିରିରେ ଚମତ୍କାରିକ ଲାଭପ୍ରାପ୍ତ ହେବେ। କରଜ ଶୁଝିବେ। ମିଥୁନ : ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶାସ୍ତ୍ରଜ୍ଞ ହୋଇପାରନ୍ତି। ଧାର୍ମିକ ଓ ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। କର୍ମଚଞ୍ଚଳ ରହିବେ। କର୍କଟ : ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିପାରନ୍ତି। ଦାନଶୀଳ ହେବେ। ଉଦାର ଚରିତସମ୍ପନ୍ନ ହେବେ। ଫସଲ ପ୍ରସ୍ତୁତିର ଉଦ୍ୟମ ଜାରି ରଖିବେ। ପ୍ରେମୀ ଓ ବୁଦ୍ଧିମାନ୍ ହେବେ। ସିଂହ : ମନରେ ପ୍ରସନ୍ନତା ଭାବ ଦେଖାଦେବ। ଆତ୍ମବିଶ୍ବାସୀ ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡାକଫରେ ଆକ୍ରାନ୍ତ ହେବାର ସୂଚନା ମିଳୁଛି। ମେଳାପୀ ପ୍ରକୃତିର ହେବେ। ପ୍ରତି କାର୍ଯ୍ୟରେ ସଫଳତା ମିଳିବ। କନ୍ୟା : ଧନ ଅର୍ଜନ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିପାରନ୍ତି। ସହନଶୀଳ ମନୋଭାବର ହୋଇପାରନ୍ତି। ଜୀବନ ସୁଖପ୍ରଦ ହେବ। କର୍ମଚଞ୍ଚଳ ରହିବେ। ଆକସ୍ମିକ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। Related Posts ଖରାରେ ପିଇବା ପାଇଁ ମିଳୁନି ପାଣି, ଗରା… May 1, 2024 କୁଆପଥର ମାଡରେ ବିମାନ କ୍ଷତିଗ୍ରସ୍ତ-… May 1, 2024 ତୁଳା : ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ରୋଜଗାର ଊଣା ହେବ ନାହିଁ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ। ବିଛା : ଆୟ ତୁଳନାରେ ବ୍ୟୟ ଅଧିକ ହେବ। ଲୋକସମ୍ପର୍କ ବୃଦ୍ଧି ହେବ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ବାରା ପ୍ରଶଂସିତ ହେବେ। ସହନଶୀଳ ହୋଇପାରନ୍ତି। ବ୍ୟବସାୟକୁ ସମ୍ପ୍ରସାରିତ କରିବେ। ଧନୁ : କରିତ୍କର୍ମା ହେବେ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅସାଧ୍ୟ ସାଧନ କରିପାରନ୍ତି। ବ୍ୟବହାର ଭଦ୍ରୋଚିତ ହେବ। ବିଭିନ୍ନ ସ୍ତରରେ ସମ୍ମାନିତ ହେବେ। ଆୟ ଆଶାନୁରୂପ ହେବ। ମକର : ବ୍ୟବସାୟ ଲାଭଜନକ ହେବ। କୁଳ ପ୍ରଦୀପ ହେବେ। ପାରିବାରିକ ସ୍ନେହଶ୍ରଦ୍ଧା ଅତୁଟ ରହିବ। ଦୟାର୍ଦ୍ର ମନୋବୃତ୍ତିର ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ସରକାରଙ୍କ କୃପାପାତ୍ର ହେବେ। କୁମ୍ଭ : ସେବା ଧର୍ମର ଉଳ ପ୍ରଦୀପ ହେବେ। ସଂକଳ୍ପ ଓ ସମର୍ପଣ ଭାବ ହିଁ ଶୀର୍ଷାସନ ଦେବ। କ୍ଷମତାର ସଦୁପଯୋଗ କରି ଅନୁଗତଙ୍କ ଆସ୍ଥାଭାଜନ ହେବେ। ପାରିବାରିକ ଜୀବନ ସୁଖପ୍ରଦ ହେବ। ମୀନ : କାର୍ଯ୍ୟରେ ବିଘ୍ନ ଉପୁଜିପାରେ। ପଡ଼ୋଶୀଙ୍କ ସହାୟତା ଗ୍ରହଣ କରିବାରେ କୁଣ୍ଠା ପ୍ରକାଶ କରିବେ। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ଆଜି ପୂର୍ବାହ୍ଣରେ ସର୍ତକତାରେ ଚଳିବାକୁ ପଡ଼ିବ। n Share FacebookTwitterWhatsApp
Comments are closed.