www.samajalive.in
Friday, December 12, 2025
16.1 C
Bhubaneswar

ଟିମ ହ୍ୟୁମାନିଟି କନ୍ଧମାଳ କରିଲା ଶବ ସତ୍କାର

ଫୁଲବାଣୀ: ଆଜି ଟିମ୍ ହ୍ୟୁମାନିଟି କନ୍ଧମାଳର ସଦସ୍ୟଙ୍କ ଆଉ ଏକ ମହାନ୍ କାର୍ଯ୍ୟ ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଗୁଟିଙ୍ଗିଆ ଗ୍ରାମର ୬୨ ବର୍ଷୀୟ ନାର୍ଷୁ ପାତ୍ର ନାମକ ଜଣେ ମହିଳାଙ୍କ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିଲା। କିନ୍ତୁ ଶବ ସତ୍କାର ପାଇଁ ପାଖରେ କେହି ପରିବାର ସଦସ୍ୟ ନ ଥଲେ। ଏଭଳି ଅସହାୟ ପରିସ୍ଥିତିରେ ଟିମ୍ ହ୍ୟୁମାନିଟି କନ୍ଧମାଳର ଟିକାବାଲି ଶାଖାର ସଦସ୍ୟ ହିରୋ ନାୟକଙ୍କ ସହ ଯୋଗାଯୋଗ କରି ନିଜର ଅସହାୟତା ବିଷୟରେ ଜଣେଇଥିଲେ। ଟିମ୍ ସଦସ୍ୟ ହିରୋ ନାୟକ, ନୀଳମାଧଵ ପାତ୍ର, ଗୋବିନ୍ଦ ସ୍ୱାଇଁ, ପ୍ରମେଶ ଦିଗାଲ ତୁରନ୍ତ ପଦକ୍ଷେପ ନେଇ ମୃତ ବ୍ୟକ୍ତିଙ୍କ ଘରେ ପହଞ୍ଚି ଥିଲେ। ସବ ସତ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରି ଟିମର ନିଜସ୍ଵ ସ୍ବର୍ଗ ରଥ ଆମ୍ବୁଲାନ୍ସରେ ନିକଟସ୍ଥ ସ୍ମଶାନରେ ହିନ୍ଦୁ ରୀତି ଅନୁଯାୟୀ ଶବ ଦାହ ବ୍ୟବସ୍ଥା କରେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories