ମୋହନା: ଗଜପତି ଜିଲ୍ଲା ମୋହନା ହିଲଟପ ସ୍ନାତକ ମହାବିଦ୍ୟାଳୟରେ ଆଜାଦିକା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ ସମାରୋହରେ ସମିତିର ବ୍ଲକ ସଂଯୋଜକ ବାବୁଲା ସେଠୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଭ୍ରକାନ୍ତ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ବରିଷ୍ଠ ସମାଜସେବୀ ତରଣୀସେନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶରେ ଅମୃତ ମହୋତ୍ସବ ପାଳନ ହେଉଥିବା କହିଛନ୍ତି। ବିଦେଶୀ କବଳରୁ ଦେଶକୁ ସ୍ବାଧୀନ କରିବା ପାଇଁ ଲକ୍ଷ ଲକ୍ଷ ସଂଗ୍ରାମୀ ନିଜ ଜୀବନକୁ ବଳିଦାନ କରିଛନ୍ତି। ତେବେ ଇତିହାସ ପୃଷ୍ଠାରେ ସେମାନଙ୍କ ନାମ ଲିପିବଦ୍ଧ କରାଯାଇନାହିଁ। ସେମାନଙ୍କୁ ମନେ ପକାଇବା ସହ ସ୍ଵାଧୀନତା ସଂଗ୍ରାମରେ ଗଜପତି ଜିଲ୍ଳାର ଅବଦାନ ମଧ୍ୟ ରହିଥିବା ସେ କହିଛନ୍ତି।
ମୁଖ୍ୟବକ୍ତା ଭାବେ ବରିଷ୍ଠ ଅଧ୍ୟାପକ ଭଗବାନ ବିଷୋୟୀ, ସମ୍ମାନିତ ଅତିଥି ଭାବେ ସମାଜସେବୀ ମଧୁସୂଦନ ପାଢ଼ୀ, ଅଧ୍ୟାପକ ଡ. ଅନ୍ତର୍ଯ୍ୟାମୀ ଗୌଡ଼, ଜଗନ୍ନାଥ ପଣ୍ଡା, ଏସ ରମେଶ, ଡ. ମନୋରଞ୍ଜନ ପାଣିଗ୍ରାହୀ, ମୀନକେତନ ମିଶ୍ର, ଅଧ୍ୟାପିକା ରିତା କୁମାରୀ ଶତପଥୀ ଓ ଅସ୍ମିତା ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।



