www.samajalive.in
Saturday, December 6, 2025
23.1 C
Bhubaneswar

ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ, ପ୍ରସ୍ତୁତି ଚୂଡାନ୍ତ

ଡେସ୍କ: ଆସନ୍ତାକାଲି ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ସଂସଦ ଭବନ ମଧ୍ୟରେ ଭୋଟ୍‍ ଗ୍ରହଣ ହେବ। ଏହି ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ଜଣାପଡିଛି। ଉପରାଷ୍ଟ୍ରପତି ପଦ ପାଇଁ ଏନ୍‍ଡିଏରୁ ଜଗଦୀପ ଧଙ୍କଡ଼ ପ୍ରାର୍ଥୀ ହୋଇଥିବା ବେଳେ ମାର୍ଗାରେଟ୍‍ ଆଲ୍‍ଭା ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି।

ସଂସଦର ଉଭୟ ସଭାର ସାଂସଦମାନେ ଉପରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିଥାନ୍ତି। ସଂସଦର ମୋଟ୍‍ ସଦସ୍ୟ ସଂଖ୍ୟା ୭୮୮।ସେମାନଙ୍କ ମଧ୍ୟରେ ୫୪୩ ଜଣ ଲୋକସଭା ସଦସ୍ୟ ଥିବା ବେଳେ ୨୩୩ ଜଣ ରାଜ୍ୟସଭା ସଦସ୍ୟ ଅଛନ୍ତି। ଏହା ବ୍ୟତୀତ ୧୨ ଜଣ ମନୋନୀତ ସଦସ୍ୟ ମଧ୍ୟ ଅଛନ୍ତି। ଆସନ୍ତାକାଲି ଭୋଟ୍‍ ଗ୍ରହଣ ଶେଷ ହେବା ପରେ ସଂସଦ ଭବନରେ ଭୋଟ୍‍ ଗଣତି ହେବ। ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଆସନ୍ତା ୧୦ ତାରିଖରେ ଶେଷ ହେବ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories