ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ସହଯୋଗରେ ଚାରା ରୋପଣ

ରେଙ୍ଗାଲିକ୍ୟାମ୍ପ : ସରଣ୍ଡା ଉଚ୍ଚ ବିଦ୍ୟାଳୟରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଅତାବିରା ସେବା କେନ୍ଦ୍ର  ପକ୍ଷରୁ ଗୁରୁବାର  ଚାରାରୋପଣ  କରାଯାଇଛି । ସେବା କେନ୍ଦ୍ରର  ବ୍ରହ୍ମାକୁମାରୀ  ବନିତା ଭଉଣୀଙ୍କ ତତ୍ବାବଧାନରେ ତଥା ସରଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ମେହେରଙ୍କ  ସହଯୋଗିତାରେ ବିଦ୍ୟାଳୟ ପଡିଆର ଚତୁଃ ପାର୍ଶ୍ଵରେ ୧୦୦ରୁ ଉର୍ଦ୍ଧ  ବହୁ ମୂଲ୍ୟବାନ ଚାରା ରୋପଣ କରାଯାଇଛି । ଏହି ଇଶ୍ୱରୀୟ ବିଶ୍ଵବିଦ୍ୟାଳୟରେ ମଣିଷର  ଅନ୍ତଃ ପରିବେଶକୁ ସୁସ୍ଥ ଓ ସୁନ୍ଦର କରି ଗଢି ତୋଳିବା ପାଇଁ ଯେମିତି ଉପଯୁକ୍ତ ମାର୍ଗ ଦର୍ଶନ କରାଯାଇଥାଏ, ଠିକ୍ ସେମିତି  ବାହ୍ୟ ପରିବେଶକୁ ମଧ୍ୟ  ସୁସ୍ଥ କରି ଗଢ଼ିବା ପାଇଁ ନିରନ୍ତର ପ୍ରୟାସ କରି ଅନେକ ପରିବେଶ ସୁରକ୍ଷା ଭିତ୍ତିକ କାର୍ଯ୍ୟ କରାଯାଇଥାଏ ।
prayash
 ପରିବେଶ ସୁରକ୍ଷା ପାଇଁ କାମ କରୁଥିବା  “କଳ୍ପତରୁ” ଯାହାର ମୁଖ୍ୟାଳୟ ମାଉଣ୍ଟ ଆବୁ,ଏବଂ ଏହି ଠାରୁ ହିଁ  କଳ୍ପତରୁର କାର୍ଯ୍ୟ ଆରମ୍ଭ ହୋଇଛି, ଆଜି ତା’ର ସଫଳ ରୂପାୟନ କରିବା ପାଇଁ  ଏହି  ଚାରା ରୋପଣ କରାଯାଇଛି। ବ୍ରହ୍ମାକୁମାରୀ କୁନ୍ତୀ, ଜ୍ୟୋତି, ପୁତୁଲି, ସୁବର୍ଣ୍ଣ ମାତା  ଓ ବ୍ରହ୍ମା କୁମାର ତ୍ୟାଗୀ, ମନୋରଞ୍ଜନ ଓ ପଞ୍ଚାନନ, ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ, ଅଭିଭାବକ- ଅଭିଭାବିକା, ଶିକ୍ଷକ- ଶିକ୍ଷୟିତ୍ରୀ ,କର୍ମଚାରୀ ତଥା ସମସ୍ତ ଛାତ୍ରଛାତ୍ରୀ ସକ୍ରିୟ ସହଯୋଗ କରିଥିଲେ। ଏହି ଅବସରରେ ବନିତା ଭଉଣୀ ପ୍ରଧାନ ଶିକ୍ଷକ ଶ୍ରୀ ମେହେରଙ୍କୁ  ଈଶ୍ଵରୀୟ ଉପହାର ପ୍ରଦାନ କରି ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଇଁ  ଶୁଭେଚ୍ଛା ଜଣାଇଥିଲେ । ସ୍ଵର୍ଣିମ ଭାରତ ନିର୍ମାଣରେ ଉପସ୍ଥିତ  ସମସ୍ତ  ଭାଇ ଭଉଣୀଙ୍କ  ପାଇଁ ରହିଥିବା ପରମାତ୍ମାଙ୍କ  ସନ୍ଦେଶ ପ୍ରଦାନ କରିଥିଲେ। ଶେଷରେ ସଚିଦାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
kalyan agarbati

Comments are closed.