ଅର୍ଥଲଗାଣ ସଂସ୍ଥା ଅଧିକାରୀ କହି ଯାତ୍ରୀବାହୀ ଅଟୋ ଲୁଟ ଉଦ୍ୟମ, ଜଣେ ଅଟକ
ପାଟଣା: ପାଟଣା ଥାନା ଅଞ୍ଚଳ ସାହାରପଡା ବଜାରରୁ ଏକ ଯାତ୍ରୀବାହି ଅଟୋକୁ ୩ ଜଣ ଯୁବକ ନିଜକୁ ଅର୍ଥଲଗାଣ ସଂସ୍ଥାର କର୍ମଚାରୀ ଓ ଏହି ଅଟୋର ଋଣ ଖିଲାପି ଥିବା କହି ନେଇ ଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଏକାଠି ହୋଇ ସେମାନଙ୍କ ପରିଚୟ ପତ୍ର ମାଗିଥିଲେ । ଏନେଇ ଉଭୟ ପକ୍ଷରୁ କଥା ଆଗକୁ ବଢୁଥିବା ବେଳେ ୨ ଜଣ ଯୁବକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଆଉ ଜଣେ ଯୁବକକୁ ଲୋକେ ଧରି ସାହାରପଡା ପୁଲିସକୁ ଜଣାଇବାରୁ ଏ.ଏସ.ଆଇ ଶିବ ପ୍ରସାଦ ଆଇଚ ଘଟଣା ସ୍ଥଳକୁ ଆସି ଜଣେ ଯୁବକକୁ ଫାଣ୍ଡିକୁ ନେଇ ଯାଇଥିଲେ । ଯୁବକ ଜଣକ ସାହାରପଡା ବ୍ଲକ ଭଣ୍ଡାରିବିଲା ଗ୍ରାମର ସେକ କମରୁଲ(୨୭) ବୋଲି ଜଣାପଡିଛି ।
ଚମ୍ପଟ ଦୁଇଜଣ କେନ୍ଦୁଝରର ବୋଲି ଜଣାପଡିଛି । ଏମାନେ ନିଜକୁ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀ କହି ଅଭିନବ ଢଙ୍ଗରେ ଯାନ ବାହାନ ଲୁଟ କରୁଥିବା ସ୍ପଷ୍ଟ ହେବାପରେ ପୁଲିସ ଘଟଣାର ଛାନଭିନ ଚଳାଇଛି । ସୂଚନା ଯୋଗ୍ୟ ଯେ ଯେଉଁ ଅଟୋଟିକୁ ଏମାନେ ଲୁଟ ଉଦ୍ୟମ କରୁଥିଲେ ତାହାର ମାଲିକ ପଧାନପଡା ଗ୍ରାମର କମଳ ଲୋଚନ ମହାନ୍ତ ଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଶଳା ପ୍ରଦୀପ ମହାନ୍ତ ଅଟୋଟିକୁ ଚଳାଉଥିଲେ।
Comments are closed.