www.samajalive.in
Saturday, December 13, 2025
18.1 C
Bhubaneswar

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ହକିର ବିଜୟ ଗାଥା

ବର୍ମିଂହାମ୍‌ : ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସେମିଫାଇନାଲରେ ଭାରତୀୟ ମହିଳା ହକି ଦଳ ପ୍ରବେଶ କରିଛନ୍ତି। ବୁଧବାର ପୁଲ-ଏ ର ଶେଷ ଲିଗ୍‌ ମ୍ୟାଚରେ ଭାରତ ୩-୨ ଗୋଲରେ କାନାଡାକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ଅନ୍ୟପକ୍ଷରେ ଏହି ପରାଜୟ ସହ କାନାଡା ନକ୍‌ଆଉଟକୁ ଉନ୍ନୀତ ହେବାରେ ବିଫଳ ହୋଇଛି। ପୁଲ-ଏରୁ ଇଂଲଣ୍ଡ ଓ ଭାରତ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଭାରତ ୪ଟି ମ୍ୟାଚରୁ ୩ଟି ବିଜୟ ଓ ଗୋଟିଏ ପରାଜୟ ସହ ୯ ପଏଣ୍ଟ ପାଇ ଗ୍ରୁପରେ ଦ୍ବିତୀୟ ସ୍ଥାନ ହାସଲ କରିଛି।
କାନାଡା ଓ ଭାରତ ଉଭୟଙ୍କ ପାଇଁ କର ବା ମର ମ୍ୟାଚ ଥିଲା। ଉଭୟ ଦଳ ବିଜୟ ହାସଲ ନେଇ ପଡିଆକୁ ଓହ୍ଳାଇଥିଲେ। ଖେଳର ୩ ମିନିଟ୍‌ରେ ଭାରତକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଲାଲରେମସିଆମି ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ପ୍ରଥମ କ୍ବାର୍ଟରରେ ଭାରତ ୧-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟ କ୍ବାର୍ଟର ତଥା ଖେଳର ୨୨ ମିନିଟ୍‌ରେ ନବନୀତ କୌର ଭାରତ ପକ୍ଷରୁ ଦ୍ବିତୀୟ ଗୋଲ ଦେଇଥିଲେ। ୨୩ ମିନିଟ୍‌ରେ କାନାଡା ପକ୍ଷରୁ ବ୍ରିନେ ଷ୍ଟାରିସ ଗୋଲ ଦେଇ ମ୍ୟାଚକୁ ୧-୨ ସ୍ତରକୁ ଆଣିଥିଲେ। ୩୯ ମିନିଟ୍‌ରେ କାନାଡାକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ହାନା ହୁଗାନ ଗୋଲରେ ପରିଣତ କରି ମ୍ୟାଚକୁ ୨-୨ ବରାବର କରିଥିଲେ। ୩ୟ କ୍ବାର୍ଟର ଖେଳ ​‌େ​‌ଶଷ ସୁଦ୍ଧା ଖେଳ ୨-୨ ରହିଥିଲା। ଅନ୍ତିମ କ୍ବାର୍ଟର ଖେଳ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଉଭୟ ଦଳ ଗୋଲ ଦେବା ନେଇ ଆକ୍ରମଣ ପ୍ରତି ଆକ୍ରମଣ କରିଥିଲେ। ଖେଳର ୫୧ ମିନିଟ୍‌ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଲାଲରେମସିଆମି ଗୋଲରେ ପରିଣତ କରି ଭାରତକୁ ୩-୨ରେ ଆଗୁଆ କରିଥିଲେ । କାନାଡା ଗୋଲ ବରାବର କରିବା ନେଇ ଶେଷ ମିନିଟ୍‌ ପର୍ଯ୍ୟନ୍ତ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲା। ଶେଷରେ ଭାରତ ମ୍ୟାଚକୁ ଜିତିବାରେ ସଫଳ ହୋଇଥିଲା। ଭାରତ ପ୍ରଥମ ମ୍ୟାଚରେ ଘାନାକୁ ୫-୦ ଗୋଲରେ, ଦ୍ବିତୀୟ ମ୍ୟାଚରେ ୩-୧ ଗୋଲରେ ୱେଲ୍‌ସକୁ ପରାସ୍ତ କରିଥିବାବେଳେ ୩ୟ ମ୍ୟାଚରେ ଇଂଲଣ୍ଡ ନିକଟରୁ ୧-୩ ଗୋଲରେ ପରାଜିତ ହୋଇଥିଲା। ଭାରତ ୫​ରେ‌ ଅଷ୍ଟ୍ରେଲିଆ ସହ ସେମିଫାଇନାଲ ମ୍ୟାଚ ଖେଳିବ।

କାନାଡାକୁ ହରାଇ ପୁଲ ଶୀର୍ଷରେ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୁରୁଷ ହକି ଦଳ ଦ୍ବିତୀୟ ବିଜୟ ସହ ଗ୍ରୁପ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି। ବୁଧବାର ଗ୍ରୁପ-ବି ର ଖେଳାଯାଇଥିବା ମ୍ୟାଚରେ ଭାରତ ହରମାନପ୍ରୀତ ସିଂହ ଓ ଆକାଶଦୀପ୍‌ ସିଂହଙ୍କ ଦୁଇଟି ଲେଖାଏଁ ଗୋଲ ବଳରେ ୮-୦ ଗୋଲରେ କାନାଡାକୁ ପରାସ୍ତ କରିିଛି।ଏଥି ସହିତ ଭାରତ ୭ ପଏଣ୍ଟ ପାଇ ପୁଲ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି।
ଏକତରଫା ଭାବେ ଖେଳାଯାଇଥିବା ମ୍ୟାଚରେ ଭାରତ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ଖେଳର ୭ ମିନିଟ୍‌ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ହରମାନପ୍ରୀତ ସିଂହ ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ୧୦ ମିନିଟ୍‌ରେ ଅମିତ ରୋହିଦାସ ଦ୍ବିତୀୟ ଗୋଲ ​‌େ​‌ଦଇଥିଲେ। ପ୍ରଥମ କ୍ବାର୍ଟର ଖେଳ ଶେଷ ସୁଦ୍ଧା ଭାରତ ୨-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟ କ୍ବାର୍ଟର ତଥା ଖେଳର ୨୦ ମିନିଟ୍‌ରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଲଳିତ କୁମାର ଉପାଧ୍ୟାୟ ଗୋଲରେ ପରିଣତ କରି ଦଳକୁ ୩-୦ରେ ଆଗୁଆ କରିଥିଲେ। ୨୭ ମିନିଟ୍‌ରେ ଗୁରୁଜାଣ୍ଟ ସିଂହ ଭାରତ ପକ୍ଷରୁ ୪ର୍ଥ ଗୋଲ ଦେଇଥିଲେ। ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଭାରତ ୪-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟ କ୍ବାର୍ଟରରେ ମଧ୍ୟ ଭାରତର ଗୋଲ ଦେବା ପ୍ରକ୍ରିୟା ଜାରି ରହିଥିଲା। ୩୭ ମିନିଟ୍‌ରେ ଭାରତ ପକ୍ଷରୁ ଆକାଶଦୀପ୍‌ ସିଂହ ୫ମ ଗୋଲ ଦେଇଥିଲେ। ଖେଳର ଶେଷ ୪ ମିନିଟ୍‌ରେ ଭାରତ ୩ଟି ଗୋଲ ଦେଇଥିଲା। ଖେଳର ୫୬ ମିନିଟ୍‌ରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ହରମାନପ୍ରୀତ ସିଂହ ଗୋଲରେ ପରିଣତ କରି ଦଳକୁ ୬-୦ରେ ଆଗୁଆ କରିଥିଲେ। ୫୮ ମିନିଟ୍‌ରେ ମନଦୀପ୍ ସିଂହ ୭ମ ଓ ୬୦ ମିିନିଟ୍‌ରେ ଆକାଶଦୀପ୍‌ ସିଂହ ୮ମ ଗୋଲ ଦେଇଥିଲେ। ଭାରତ ପ୍ରଥମ ମ୍ୟାଚରେ ୧୧-୦ ଗୋଲରେ କାନାଡାକୁ ପରାସ୍ତ କରିଥିବାବେଳେ ଦ୍ବିତୀୟ ମ୍ୟାଚ ଇଂଲଣ୍ଡ ସହ ୪-୪ ବରାବର ରଖିଥିଲା। ଶେଷ ଲିଗ୍‌ ମ୍ୟାଚ ୪ରେ ୱେଲ୍‌ସ ସହିତ ଖେଳିବ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories