www.samajalive.in
Saturday, December 6, 2025
26.1 C
Bhubaneswar

ଏପରି ଉପାୟରେ ଅର୍ଜିତ ଧନ ଆପଣଙ୍କୁ ଧନୀ ନୁହେଁ କରିଥାଏ ଦରିଦ୍ର

ଆଜିର ସମୟରେ ଅର୍ଥର ମୂଲ୍ୟ କିଏ ବା ନଜାଣେ ଏବଂ ଯଦି ଟଙ୍କା ଅଛି, ତେବେ ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଜୀବନରେ ସମସ୍ତ ପ୍ରକାରର ଭୌତିକ ସୁବିଧା ପାଇବା ସହ ଏକ ବିଳାସପୂର୍ଣ୍ଣ ଜୀବନ ବଞ୍ଚିପାରିବ। କିନ୍ତୁ କିଛି ଲୋକ ଖୁବ୍ ଶୀଘ୍ର ଧନୀ ହେବା ଆଶାରେ ବିଭିନ୍ନ ରାସ୍ତା ଆପଣାଇ ଥାଆନ୍ତି। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ମାଧ୍ୟମରେ ଅସତ୍‌ ଉପାୟ ଅର୍ଜିତ ଧନ ବିଷୟରେ ଏପରି କିଛି କହିଛନ୍ତି, ଯାହା ପ୍ରତ୍ୟେକ ବ୍ୟକ୍ତି ଜାଣିବା ଆବଶ୍ୟକ।

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ଯେଉଁମାନେ ଭୁଲ ତଥା ଅସତ୍‌ ଉପାୟରେ ଅର୍ଥ ଉପାର୍ଜନ କରନ୍ତି, ଏହିପରି ଟଙ୍କା ସେମାନଙ୍କୁ କିଛି ସମୟ ପାଇଁ ଅନୁଭବ କରାଇପାରେ ଯେ ସେମାନେ ଧନୀ। ଏହି ଅର୍ଥ ଦ୍ବାରା ଆପଣ କିଛି ସୁଖ ସୁବିଧା ନିଶ୍ଚୟ ପାଇପାରିବେ, କିନ୍ତୁ ଏପରି ଟଙ୍କା ନିଶ୍ଚିତ ଭାବରେ ଆପଣଙ୍କ ମନରେ ଆତ୍ମଗ୍ଲାନୀ ଅନୁଭବ କରାଇବ।

- Advertisement -

ଚୋରୀ ଅର୍ଥ : ଆଚାର୍ଯ୍ୟ ଚାଣକ୍ୟଙ୍କ କହିବାନୁସାରେ, ଯଦି ଆପଣ ଟଙ୍କା ଚୋରି କରି ନିଜ ଧନ ବୃଦ୍ଧି କରୁଥାଆନ୍ତି, ତେବେ ଏହା ଅଧିକ ସମୟ ତିଷ୍ଠି ନଥାଏ। ଏହି ଧନ ଆପଣଙ୍କୁ କେବେହେଲେ ସୁଖ ଦେଇପାରିବ ନାହିଁ। ଯଦି ଆପଣ କୌଣସି ପ୍ରକାରେ ଏପରି ଟଙ୍କା ରୋଜଗାର କରନ୍ତି, ତେବେ ଏହା ଆପଣଙ୍କ ସହିତ ଅଧିକ ସମୟ ରହେ ନାହିଁ ଏବଂ ଏହା କୌଣସି କାର୍ଯ୍ୟରେ ବ୍ୟର୍ଥ ହୋଇଯାଏ।

ପ୍ରତାରଣା କରି ଅର୍ଥ ଉପାର୍ଜନ : ଯଦି କାହା ସହ ପ୍ରତାରଣା କରି ଅର୍ଥାତ୍‌ ଧୋକା ଦେଇ ଆପଣ ତାଙ୍କ ଧନ ପ୍ରାପ୍ତ କରୁଛନ୍ତି, ତେବେ ଏହା ଆପଣଙ୍କ ପାଖରେ ଅଧିକ ଦିନ ରହେନାହିଁ। ଜଣାପଡ଼ିବା ପରେ ଏପରି ଲୋକଙ୍କୁ ସମାଜରେ ସମ୍ମାନ ମିଳେନାହିଁ। ଯଦି ଆପଣ କାହାକୁ ପ୍ରତାରଣା କରି ଟଙ୍କା ରୋଜଗାର କରନ୍ତି, ତେବେ ଏପରି ଟଙ୍କା କଦାପି ସୁଖସମୃଦ୍ଧ ଆଣିବ ନାହିଁ ଏବଂ ଏହା ଆପଣଙ୍କ ହାତରୁ ବର୍ବାଦ ହୋଇଯିବ।

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ଯେଉଁମାନେ ଭୁଲ କାମ କରି ଟଙ୍କା ରୋଜଗାର କରନ୍ତି କିମ୍ବା ଗରୀବଙ୍କ ଟଙ୍କା ହାତେଇ ନିଅନ୍ତି, ଏପରି ଲୋକଙ୍କ ଘରେ କେବେହେଲେ ଲକ୍ଷ୍ମୀ ବାସ କରନ୍ତି ନାହିଁ। ଏହିପରି ଲୋକଙ୍କ ଟଙ୍କା ଦୁର୍ଘଟଣା କିମ୍ବା କିଛି ରୋଗରେ ଖର୍ଚ୍ଚ ହୋଇଥାଏ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories