www.samajalive.in
Monday, December 15, 2025
26.1 C
Bhubaneswar

ଏହି କାରଣରୁ ବୃଦ୍ଧି ହୋଇଥାଏ ଓଜନ

ସୁସ୍ଥ ରହିବା ପାଇଁ ଠିକ୍ ସମୟରେ ପୃଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ । ବିଶେଷ କରି ଓଜନ କମ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ଏହି ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍ । ଆଜିର ସମୟରେ ଓଜନ ବୃଦ୍ଧି ସାଧାରଣ ସମସ୍ୟା ହୋଇଗଲାଣି। ଏହାର କାରଣ ହେଉଛି ପରିବର୍ତ୍ତିତ ଜୀବନଶୌଳୀ। ଲୋକମାନେ ରାତିରେ ଠିକ୍ ସମୟରେ ଶୋଉନାହାଁନ୍ତି କିମ୍ବା ସକାଳେ ଠିକ୍ ସମୟରେ ଉଠୁନାହାନ୍ତି। ଏହା ବ୍ୟତୀତ ଆଉ ଏକ ବଡ କାରଣ ହେଉଛି ଖାଦ୍ୟ।
ଆପଣଙ୍କ ସକାଳର କିଛି ଖରାପ ଅଭ୍ୟାସ ହୋଇପାରେ। ଯାହାକୁ ଲୋକମାନେ ପ୍ରାୟତଃ ଧ୍ୟାନ ଦିଅନ୍ତିନାହିଁ। ତେବେ ଆସନ୍ତୁ ଜାଣିବା ସେହି ଅଭ୍ୟାସଗୁଡ଼ିକ କ’ଣ ଯାହା ଆପଣଙ୍କ ଓଜନ ହ୍ରାସ କରିବାରେ ବାଧା ସୃଷ୍ଟି କରେ।

କିଛି ଲୋକଙ୍କର ଅଭ୍ୟାସ ଥାଏ ଯେ, ସେମାନେ ଶଯ୍ୟାକୁ ସଫା ନକରି ଶୋଇଥାନ୍ତି ଏବଂ ସେମାନେ ପ୍ରତିଦିନ ଏପରି କରିଥାନ୍ତି। ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଯେଉଁମାନେ ନିୟମିତ ଭାବରେ ନିଜ ଶଯ୍ୟା ସଫା ନ କରି ଶୋଇଥାନ୍ତି, ସେମାନେ ଅନ୍ୟମାନଙ୍କ ଅପେକ୍ଷା ଭଲ ନିଦରେ ଶୋଇନଥାନ୍ତି। ଉତ୍ତମ ନିଦ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଉତ୍ତମ ନିଦ୍ରା ଅଭାବ ହେତୁ ମାନସିକ ସ୍ତରରେ ଚାପ ପଡିଥାଏ। ଯାହା ପରେ ଓଜନ ବୃଦ୍ଧି କାରଣ ହୋଇଥାଏ। ତେଣୁ ଶଯ୍ୟାକୁ ନିୟମିତ ସଫା କରିବା ଭଲ।

- Advertisement -

ଶରୀରକୁ ସୁସ୍ଥ ରଖିବା ପାଇଁ ରାତିରେ ୭ରୁ ୮ ଘଣ୍ଟା ଶୋଇବା ଆତ୍ୟନ୍ତ ଆବଶ୍ୟକ। ଅଧିକ କିମ୍ବା କମ୍ ନିଦ୍ରା ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାର ହୋଇପାରେ। ଅଧିକ କିମ୍ବା କମ୍ ନିଦ୍ରା ଓଜନ ହ୍ରାସ କରିା ପରିବର୍ତ୍ତେ ବୃଦ୍ଧି କରାଇଥାଏ। ତେଣୁ ଯଦି ଆପଣ ନିଜ ଶରୀରକୁ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ଆବଶ୍ୟକ ମାତ୍ରାରେ ଶୋଇବା ଉଚିତ୍।

ସକାଳେ କିଛି ଜଳଖିଆ ନ କରି ଚା କିମ୍ବା କଫି ସେବନ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ, କିନ୍ତୁ ଭାରତର ଅଧିକାଂଶ ଲୋକ ଏଥିରୁ ଦିନର ଆରମ୍ଭ କରଥାନ୍ତି। ଯଦି ଆପଣ ଓଜନ ହ୍ରାସ କରିବାକୁ ଚିନ୍ତା କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଠିକ୍ ନୁହେଁ। ତେଣୁ ଏହା ଭଲ ଯେ ଆପଣ ସକାଳର ଉଷୁମ ପାଣିରୁ ଦିନର ଆରମ୍ଭ କରନ୍ତୁ। ଯଦି ଆପଣ ଚାହାଁନ୍ତି, ପାଣିରେ ଲେମ୍ବୁ ରସ ମଧ୍ୟ ମିଶାଇ ପିଇ ପାରିବେ। ଏହା ଏକ ଘରୋଇ ରେସିପି ଯାହା ଦ୍ୱାରା ସହଜରେ ଓଜନ ହ୍ରାସ ହୋଇଥାଏ । ଏହା ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ମଧ୍ୟ ବାହାର କରିଥାଏ ଏବଂ ଓଜନକୁ ନିୟନ୍ତ୍ରଣରେ ରଖେ।

କ’ଣ ଆପଣ ଜାଣନ୍ତି କି, ସକାଳର ସୂର୍ୟ୍ୟାଲୋକ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ? ହଁ, ବାସ୍ତବରେ ସକାଳର ସୂର୍ୟ୍ୟ କିରଣ ଶରୀରରେ ଭିଟାମିନ୍-ଡି ର ଅଭାବ ପୂରଣ କରେ। ଏକ ଅନୁସନ୍ଧାନରେ ଏହା ଜଣାପଡିଛି ଯେ ଯେଉଁମାନଙ୍କର ଭିଟାମିନ୍-ଡି ଅଭାବ ଥାଏ, ସେମାନେ ପେଟର ଚର୍ବି  ହୋଇଥାଏ। ତେଣୁ, ବିଶ୍ୱାସ କରାଯାଏ ଯେ ସକାଳର ସୂର୍ୟ୍ୟ କିରଣ ସ୍ୱାସ୍ଥ୍ୟ ପାଇଁ ସବୁ କ୍ଷେତ୍ରରେ ଲାଭଦାୟକ ଅଟେ। ଏହା ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।

 

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories