www.samajalive.in
Sunday, December 14, 2025
17.1 C
Bhubaneswar

ଗଞ୍ଜେଇ ଚୋରା ଚାଲାଣ ; ଦୁଇ ଯୁବକ ଗିରଫ

କଲମପୁର/ ମୁଖୀଗୁଡା : କଳାହାଣ୍ଡି , ନବରଙ୍ଗପୁର ଜିଲ୍ଲା ସୀମାନ୍ତରେ ଥିବା ପାବଲି ଘାଟି ରାସ୍ତା ଦେଇ ବେନିୟମ ଭାବେ ଗଞ୍ଜେଇ ଚାଲାଣ କରୁଥିବା ୨ ଯୁବକଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ସୂଚନା ଅନୁସାରେ ଜୟପାଟଣା ବ୍ଳକ ବଡ଼କରଲାକୋଟ ଗ୍ରାମପଞ୍ଚାୟତ ପାବଳୀ ଘାଟି ଦେଇ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ଯୁବକକୁ ଗିରଫ କରିଛି ଅବକାରୀ ବିଭାଗ। ସୋମବାର କୋଣସି ସୂତ୍ରରୁ ଖବର ପାଇ ଧର୍ମଗଡ଼ ଅବକାରୀ ଇନିସ୍ପେକ୍ଟରଙ୍କ ସହ ଗୋଟିଏ ଟିମ ପାବଳୀ ଘାଟିରେ ଛପି ଥିଲା। ଦୁଇ ଯୁବକ ଏକ ବାଇବରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ତାଙ୍କୁ ଅଟକ ରଖିଥିବା ବେଳେ ୧୮ କିଲୋ ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି।। ପରବର୍ତ୍ତୀ ସମୟରେ ଉଭୟ ଯୁବକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories