www.samajalive.in
Saturday, December 6, 2025
17.1 C
Bhubaneswar

ବନ ବିଭାଗ ଦ୍ଵାରା ଅଜଗର ଉଦ୍ଧାର

ମ, ରାମପୁର : କଳାହାଣ୍ଡି ଜିଲ୍ଲା ମ, ରାମପୁର ରେଞ୍ଜ ଅନ୍ତର୍ଗତ ତଳସାଗର ପଡ଼ା ନିକଟ ବାପୁଜୀ ନଗର ଠାରେ ଗତ କାଲି ବିଳମ୍ବିତ ରାତିରେ ଏକ ଅଜଗର କାହ୍ନୁ ଚରଣ ନାଏକଙ୍କ ଘର ପାଖରେ ରହିଥିଲା। ରାତି ପ୍ରାୟ ଦଶଟାରେ ଘର ପାଖର ଆଉ ଜଣେ ବାହାରକୁ ଆସିଥିବା ବେଳେ ସାପ ଦେଖିଥିଲେ, ପରେ ବନ ବିଭାଗକୁ ଖବର ଦେଇଥିଲେ। ଏ ନେଇ ବନ ବିଭାଗକୁ ଖବର ଦେବା ପରେ ବନ ପାଳ ରମେଶ କୁମାର ବାଗ, ବନ ରକ୍ଷୀ ବାଳ କୃଷ୍ଣ ଜାଲ୍ ଓ ଦାମୋଦର ସାହୁଙ୍କୁ ଆସି ଉକ୍ତ ଅଜଗରକୁ ସୁରକ୍ଷିତ ଭାବରେ ଉଦ୍ଧାର କରି ନିକଟସ୍ଥ ଟାପରେଙ୍ଗ ଗ୍ରାମ୍ୟ ଜଙ୍ଗଲରେ ଛାଡ଼ି ଥିବା ଜଣାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ, ଗତ ଜୁଲାଇ ମାସ ୧୩ ତାରିଖରେ ଏହି ରେଞ୍ଜ ଅନ୍ତର୍ଗତ ମଟୋ ଗଣ୍ଡା ଗ୍ରାମ ନିକଟରେ ମଧ୍ୟ ଏକ ଆହତ ଅଜଗର ଉଦ୍ଧାର କରାଯାଇ ଥିଲା।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories