www.samajalive.in
Sunday, December 7, 2025
26.1 C
Bhubaneswar

ରେଳ, ବିମାନ ଚଳାଚଳ ବାତିଲ

ଭୁବନେଶ୍ୱର : ଘୂର୍ଣ୍ଣିଝଡ଼ ତିତ୍‍ଲୀ ପ୍ରଭାବ ଟ୍ରେନ୍‍ ଚଳାଚଳ ଉପରେ ପଡିଛି। ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ କିଛି ଦୂରଗାମୀ ଟ୍ରେନ୍‍କୁ ବାତିଲ ଏବଂ ଆଉ କିଛି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି। ସେହିପରି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବୁଧବାର ରାତି ୧୦ଟା ପରଠାରୁ ଭୁବନେଶ୍ୱର ଏବଂ ବିଜୟନଗରମ୍‍ ମଧ୍ୟରେ ସମସ୍ତ ଟ୍ରେନ୍‍ ଚଳାଚଳକୁ ଘୂର୍ଣ୍ଣିଝଡ଼ ତିତ୍‍ଲି ପାଇଁ ବାତିଲ୍‍ ହେଉଥିବା ଟ୍ରେନ୍‍ର ଯାତ୍ରୀଙ୍କୁ ସେମାନଙ୍କର ଟିକଟ ମୂଲ୍ୟ ଫେରସ୍ତ ଦିଆଯିବ। ଏଥିପାଇଁ ପୂର୍ବତଟ ରେଳପଥର ଟିକଟ ବୁକିଂ କାଉଣ୍ଟରରେ ବ୍ୟବସ୍ଥା କରାଯାଇ ଥିବା ଜଣାପଡିଛି। ଅନ୍‍ଲାଇନ୍‍ ଅବା ଇ-ଟିକଟ ନେଇଥିବା ଯାତ୍ରୀଙ୍କୁ ଟିକଟ ଅର୍ଥ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଫେରସ୍ତ ଦିଆଯିବ ଏବଂ ଏଥିପାଇଁ ଆବେଦନ କରିବାକୁ ହେବ ନାହିଁ। ତେବେ ଯଦି ଟ୍ରେନ୍‍ର ଗତିପଥ ପରିବର୍ତ୍ତନ କରାଯାଇ ଥାଏ ଏବଂ କୌଣସି ନିର୍ଦ୍ଦିଷ୍ଟ ଷ୍ଟେସନ୍‍ରେ ଟ୍ରେନ୍‍ ପହଞ୍ଚି ନାହିଁ ତେବେ ସେହି କ୍ଷେତ୍ରରେ ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରସ୍ତ ପାଇଁ ୩ ଦିନ ମଧ୍ୟରେ (ଯାତ୍ରା ଦିବସକୁ ଛାଡ଼ି) ଆବେଦନ କରିବାକୁ ହେବ। ଅପରପକ୍ଷେ ପିଆରଏସ୍‍ ଟିକଟ ନେଇ ଥିବା ଯାତ୍ରୀ ଯଦି କୌଣସି କାରଣରୁ ଷ୍ଟେସନ୍‍ରେ ଥିବା ଟିକଟ କାଉଣ୍ଟର ପର୍ଯ୍ୟନ୍ତ ପହଞ୍ଚି ପାରୁନାହାନ୍ତି ତେବେ ସେହି କ୍ଷେତ୍ରରେ ଯାତ୍ରା ଦିବସକୁ ଛାଡ଼ି ୩ ଦିନ ମଧ୍ୟରେ ଯାତ୍ରୀଙ୍କୁ ଅର୍ଥ ଫେରସ୍ତ ଦିଆଯିବ। ଏଥିପାଇଁ ଆବେଦନ କରିବା ପାଇଁ ଯାତ୍ରୀଙ୍କୁ ୧୦ ଦିନ ସମୟ ଦିଆଯାଇଛି।
ପରୀକ୍ଷା ବାତିଲ କଲା​ ରେଳବାଇ

୧୧ ଓ ୧୨ ତାରିଖରେ ରେଳବାଇର ବିଭିନ୍ନ ପଦବୀ ପାଇଁ ଅନୁଷ୍ଠିତ ହେବାକୁ ଥିବା ପ୍ରବେଶିକା ପରୀକ୍ଷାକୁ ବାତିଲ କରାଯାଇଛି। ଏହି ଦିନ ଝଡ଼ବାତ୍ୟା ଅଧିକ ଉଗ୍ରରୂପ ଧାରଣ କରିବାର ସମ୍ଭାବନା ଥିବାରୁ ଆରଆରବି ପକ୍ଷରୁ ଓଡ଼ିଶାର ବିଭିନ୍ନ କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ବାତିଲ ପାଇଁ ନିଷ୍ପତ୍ତି ହୋଇଛି। ଏହି ଦିନ ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ସମ୍ବଲପୁର, ଖୋର୍ଦ୍ଧା, ବ୍ରହ୍ମପୁର କେନ୍ଦ୍ରରେ ପରୀକ୍ଷା ବାତିଲ ହୋଇଛି। ପରବର୍ତ୍ତୀ ଅବସ୍ଥାରେ ପରୀକ୍ଷା ତାରିଖ ନିର୍ଦ୍ଧାରଣ ହେବା ପରେ ପରୀକ୍ଷାର୍ଥୀଙ୍କୁ ସେମାନଙ୍କର ପଞ୍ଜିକୃତ ମୋବାଇଲ୍‍ ନମ୍ବର ଓ ଇ-ମେଲ୍‍ରେ ରେଳବାଇ ପକ୍ଷରୁ ଯୋଗାଯୋଗ କରାଯାଇ ସୂଚନା ଦିଆଯିବ।

- Advertisement -

 

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories