www.samajalive.in
Sunday, December 7, 2025
26.1 C
Bhubaneswar

କୁସୁମୀ ଗାଁରେ ବୀଭତ୍ସ ହତ୍ୟା; ରାସ୍ତାକଡ଼ରେ ପଡ଼ି ରହିଛି ମୃତଦେହ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅନ୍ତର୍ଗତ କୁସୁମୀ ଗ୍ରାମରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଜନୈକ ଯୁବକଙ୍କୁ କୁରାଢୀରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି । ତେବେ ଗତକାଲି ରାତିରେ ଏଭଳି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି । କୁସୁମୀ ଗ୍ରାମର ମାଝୀ ସାହି ରାସ୍ତା କଡ଼ରେ ଜୈନିକ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ଯୁବକଙ୍କୁ ବୀଭତ୍ସ ଭାବରେ କୁରାଢୀରେ ହାଣି ହତ୍ୟା କରାଯାଇଛି । ଖବର ପାଇ ବାଦାମପାହାଡ ଥାନା ପୁଲିସ ଓ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛନ୍ତି ।

ତେବେ ମୃତଦେହ ନିକଟରେ ଏକ ରକ୍ତ ଲଗା କୁରାଢୀ ମଧ୍ୟ ଜବତ କରିଛି ପୁଲିସ । ମୃତ ଯୁବକ ଜଣକ ସେହି କୁସୁମୀ ଗ୍ରାମ ମାଝୀ ସାହିର ନାଥ ନାଏକ ବୋଲି ଜଣାପଡିଛି । ତେବେ କିଏ କେଉଁ କାରଣରୁ ନାଥକୁ ଏଭଳି ବୀଭତ୍ସ ହତ୍ୟା କରିଛି ଜଣାପିନଥିଲା ବେଳେ ପୁଲିସ ସବୁ ଦିଗରୁ ଛାନଭିନ ଜାରି ରଖିଛି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories