www.samajalive.in
Sunday, December 14, 2025
26.1 C
Bhubaneswar

ଏସ୍ ଟି ଏଫ୍ ଓ କଳାହାଣ୍ଡି ବନ ବିଭାଗ ଦ୍ୱାରା ବାଘ ଛାଲ ଜବତ ,ଜଣେ ଗିରଫ

ଭବାନୀପାଟଣା – ଏସ୍ ଟି ଏଫ୍ ଓ ଭବାନୀପାଟଣା ଜଙ୍ଗଲ ବିଭାଗ ପକ୍ଷରୁ ଜଣେ ବ୍ୟକ୍ତିଙ୍କ ଠାରୁ ଏକ ଚିତା ବାଘ ଚମଡା ଜବତ କରାଯାଇଛି । ସୂଚନାଯୋଗ୍ୟ , ରାଜ୍ୟ ଜଂଗଲ ବିଭାଗ ର ଏସ୍ ଟି ଏଫ ବିଶେଷ ସୂତ୍ରରୁ ଖବର ପାଇ ଅଚାନକ ଭାବରେ ଏସ୍ ଟି ଏଫ୍ କର୍ମଚାରୀ ଓ କଳାହାଣ୍ଡି ଜିଲ୍ଲାର ଉତ୍ତର ବନଖଣ୍ଡ ଅଧିନର ଭବାନୀପାଟଣା ରେଞ୍ଜ କର୍ମଚାରୀ ମିଳିତ ଭାବରେ ଭବାନୀପାଟଣା ବନ୍ୟଜନ୍ତୁ ଉତ୍ତର ରେଞ୍ଜ ଅଧିନରେ ଥିବା ଭବାନୀପାଟଣା – ରାୟଗଡା ଯାଉଥିବା ମୂଖ୍ୟ ରାସ୍ତା ର ଛତିକୁଡା ଛକ ନିକଟରେ ନର୍ଲା ଥାନା ଅଧିନର ଘଣ୍ଟମାଳ ପଞ୍ଚାୟତ ର ଗୁଣୁପୁର ଗ୍ରାମର କୃର୍ଷ ମାଝୀ ଙ୍କ ପୁଅ କୈଳାସ ମାଝୀ କୁ ଧରିଥିଲେ ।

ଏସ୍ ଟି ଏଫ ଓ ଜଙ୍ଗଲ ବିଭାଗ କର୍ମଚାରୀ ଯାଞ୍ଚ କରି କୈଳାସ ମାଝୀ ଠାରୁ ଏକ ଚିତା ବାଘ ଚମଡା ଓ ବନ୍ୟ ଜନ୍ତୁ ଶିକାର କରିବା ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ କରିବାରେ ସଫଳ ହୋଇଥିଲେ । ପରେ କୈଳାସ ମାଝୀ କୁ ଏସ ଟିଏଫ୍ ଓ ଜଙ୍ଗଲ ବିଭାଗ କର୍ମଚାରୀ ଗିରଫ କରି ଅଧିକ ଜେରା କରୁଥିବା ଜଣାଯାଏ । ଏଠାରେ ସୂଚନା ଥାଉ ଯେ , ପୂର୍ବରୁ ମଧ୍ୟ ଏସ ଟି ଏଫ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ସ୍ଥାନରୁ ବାଘ ଚମଡା ଓ ହାତୀ ଦାନ୍ତ ଆଦି ଜବତ କରିଛି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories