www.samajalive.in
Tuesday, December 9, 2025
23.1 C
Bhubaneswar

ମୋହନା : ଝାଡାବାନ୍ତିରେ ୧ ମୃତ, ୪  ଗୁରୁତର

ମୋହନା :  ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ପି. ଗୋବିନ୍ଦପୁର ଗାଁରେ ଝାଡା ବାନ୍ତି ଆତଙ୍କ ଦେଖା ଦେଇଛି । ମଙ୍ଗଳବାର ସନ୍ଧ୍ୟାରେ ହଠାତ ଗାଁରେ ୫ ଜଣ ଝାଡା ବାନ୍ତିରେ ଆକ୍ରାନ୍ତ ହେବା ପରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ସେମାନଙ୍କୁ  ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗାଁର ୯ ବର୍ଷର ନାବାଳିକା ଲିପି ନାୟକ ଗୁରୁତର ହେବାରୁ  ଡାକ୍ତର ତାଙ୍କୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର କରିଥିଲେ । କିନ୍ତୁ ପରିବାର ଲୋକେ ଗୁରୁତର ନାବାଳିକାକୁ ବ୍ରହ୍ମପୁର ନ ନେଇ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖିଥିଲେ । ବୁଧବାର ସକାଳେ  ଶିଶୁ କନ୍ୟାର ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି । ଗାଁର ମିଟି ଗୌଡ(୫୦), ପାଣ ନାୟକ (୧୮), ଓମ୍ ସାହୁ (୨) ଝାଡାବାନ୍ତିର ଆକ୍ରାନ୍ତ ହୋଇ ଏବେ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ରହି ଚିକିତ୍ସିତ ହେଉଛନ୍ତି ଏବଂ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଥିବା ଡାକ୍ତର କହିଥିବା ବେଳେ ରୀନା ଜାନୀ (୩୫)କମଳାପୁର ଆୱ।ରା ସ୍ଵାସ୍ଥ୍ୟ କେନ୍ଦ୍ରରେ ରହି ଚିକିସ୍ଥିତ ହେଉଥିବା ଜଣାପଡିଛି। କେଉଁ କାରଣରୁ ଗାଁରେ ଝାଡା ବାନ୍ତି ବ୍ୟାପିଛି । ତାକୁ ଅନୁଧ୍ୟାନ କରିବା ପାଇଁ ଗାଁରେ ମେଡ଼ିକାଲ ଟିମ୍ ପହଞ୍ଚିଛନ୍ତି। ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ନିବେଦିତା ପଣ୍ଡା କହିଛନ୍ତି ପାଣି ଓ ଝାଡା ନମୁନା ପରୀକ୍ଷା କରାଯିବା ପରେ ହଇଜା ନା ଆଉ କ’ଣ ତାହାର କାରଣ ତାହାସ୍ପଷ୍ଟ ହେବ । ଗାଁରେ ମେଡ଼ିକାଲ ଟିମ୍ ସମେତ ଆଶା, ଅଙ୍ଗନୱାଡି କର୍ମୀ ପହଞ୍ଚି ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସଚେତନ କରିଛନ୍ତି ।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories