www.samajalive.in
Sunday, December 7, 2025
26.1 C
Bhubaneswar

ପ୍ରେମିକାର ଘର ଦୁଆରେ ପ୍ରେମିକର ଆତ୍ମହତ୍ୟା

ଠାକୁରମୁଣ୍ଡା : ପ୍ରେମିକାର ଘର ଦୁଆରେ ପ୍ରେମିକର ଆତ୍ମହତ୍ୟା। ଏପରି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କରଂଜିଆ ବଜାର ଅଞ୍ଚଳରୁ। କରଞ୍ଜିଆ ବଜାରର ଜନୈକ ମୁସଲମାନ ସମ୍ପ୍ରଦାୟର ଝିଅକୁ ସେହି ସମ୍ପ୍ରଦାୟର ଜଣେ ପୁଅ ଭଲ ପାଇ ଆଜି ଆତ୍ମହତ୍ୟା କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଯୁବକର ଘର ମୟୂରଭଞ୍ଜ ଜିଲ୍ଲା ବହଳାଗୁଡା ଅଞ୍ଚଳରେ। ସାହିଲ ନାମକ ଏହି ଯୁବକ ଗତକାଲି ସନ୍ଧ୍ୟା ସମୟରେ କରଞ୍ଜିଆରେ ରହୁଥିବା ପ୍ରେମିକାକୁ ଦେଖା କରିବା ପାଇଁ ଆସିଥିଲା, ହେଲେ ଝିଅର ଘରେ ପୁଅକୁ ଏଥିରୁ ବାରଣ କରିବାରୁ ପ୍ରେମିକାର ଦୁଆରରେ ହିଁ ପ୍ରେମିକ ସାହିଲ ଫିନାଇଲ ଏବଂ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲା। ତେବେ ଘଟଣା ସ୍ଥଳରୁ ସାହିଲର ସମ୍ପର୍କୀୟ ସାହିଲକୁ ଉଦ୍ଧାର କରି କରଞ୍ଜିଆ ମେଡ଼ିକାଲ ଆଣିଥିଲେ । ହେଲେ ଏଠାରେ ଯୁବକର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଖବର ପାଇ କରଞ୍ଜିଆ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି, ଶବ ଜବତ କରିବା ସହିତ ଅଧିକ ତଦନ୍ତ କରୁଛି। ତେବେ ଯୁବକ ଜଣକ କାହିଁକି ଆତ୍ମହତ୍ୟା କଲା ସେ ନେଇ ପୁଲିସର ତଦନ୍ତ ଜାରି ରହିଛି । ପ୍ରେମ  ପାଇଁ ଜଣେ ପ୍ରେମିକା ଦୁଆରେ ଆତ୍ମହତ୍ୟା କରିବ କେହି ବିଶ୍ଵାସ କରୁ ନ ଥିଲେ ମଧ୍  ନିଜ ପ୍ରେମ ପାଇଁ ଯୁବକ ଜଣକ ପ୍ରେମିକା ଦୁଆରେ ଆତ୍ମହତ୍ୟା କରିଥିବା ଏବେ କରଞ୍ଜିଆ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories