www.samajalive.in
Monday, December 15, 2025
14.1 C
Bhubaneswar

ଜିଲ୍ଲାସ୍ତରୀୟ ଶ୍ରୀଅରବିନ୍ଦ ପାଠଚକ୍ର କର୍ମୀ ସମ୍ମିଳନୀ

ନବରଙ୍ଗପୁର: ଦଶହରାପଦାସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଜିଲ୍ଲା ସ୍ତରୀୟ ଶ୍ରୀଅରବିନ୍ଦ ପାଠଚକ୍ର ତଥା କର୍ମୀ ସମ୍ମିଳନୀ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାତୃଭବନ, କଟକରୁ ବିଶିଷ୍ଟ ବକ୍ତା ତଥା ସଙ୍ଗଠକ ମାନେ ଯୋଗ ଦେଇଥିଲେ ଏବଂ ଭାରତବର୍ଷ ତଥା ବିଶ୍ଵର କଲ୍ୟାଣ ନିମନ୍ତେ ଶ୍ରୀଅରବିନ୍ଦଙ୍କ ଦିବ୍ୟ ଦୃଷ୍ଟିର ମହାନତା ସମ୍ବନ୍ଧରେ ଆଲୋଚନା କରିଥିଲେ ।”ପୂର୍ଣ୍ଣାଙ୍ଗ ଶିକ୍ଷା -ଭବିଷ୍ୟତର ପ୍ରସ୍ତୁତି”ବିଷୟରେ ବ୍ରଜମୋହନ ବେହେରା,”ଚେତନାର ପରିବର୍ତ୍ତନରେ ପରିସ୍ଥିତିର ପରିବର୍ତ୍ତନ”ବିଷୟରେ କପିଳାସ ପ୍ରସାଦ ଦାସ,”ନିଜ ଭିତରେ ଦିବ୍ୟ ଉପସ୍ଥିତି “ବିଷୟରେ ଗଦାଧର ମିଶ୍ର ଏବଂ “ସଂଗଠନ ଓ ସଂଗତି “ବିଷୟରେ ସରୋଜ ପଟ୍ଟନାୟକ ଆଲୋଚନା କରିଥିଲେ । ନବରଙ୍ଗପୁର ଜିଲ୍ଲା ଆବାହିକା ସଂଗୀତା ପଟ୍ଟନାୟକ ଜିଲ୍ଲା ବିବରଣୀ ଉପସ୍ଥାପନା କରିଥିଲେ । ମଣ୍ଡଳ ସଂଯୋଜକ ସୁରେଶ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରସରାଜ ଭାଇ ମାତୃବନ୍ଦନା ଗାନ କରିଥିଲେ । ଇଂ ସନ୍ତୋଷ କୁମାର ଗାହଣ କୃତଜ୍ଞତା ଅର୍ପଣ କରିଥିଲେ ।

ଏହି ଉତ୍ସବରେ ନବରଙ୍ଗପୁର ଜିଲ୍ଲାର ସମସ୍ତ ବ୍ଲକ ଆବାହକ, ଦଶକର୍ମଧାରା ଆବାହକ, ଶିକ୍ଷାକେନ୍ଦ୍ର ଅପାଭାଇ, ପରିଚାଳକ ତଥା ପାଠଚକ୍ରର ଭାଇ ଭଉଣୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁରେନ୍ଦ୍ରନାଥ ଦାସ, କପିଳେନ୍ଦ୍ର ମିଶ୍ର, କୃଷ୍ଣଚନ୍ଦ୍ର ଘଡେଇ, ଦେବେନ୍ଦ୍ର ନାୟକ, ସ୍ୱର୍ଣ୍ଣଲତା ମହାଙ୍କଡ଼, ପ୍ରଲ୍ଲୀଭା ଭୂୟାଁ, ଅଭିମନ୍ୟୁ ଦାସ, ଶ୍ୟାମସୁନ୍ଦର ନିଙ୍ଗୀ, ଉର୍ମିଳା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସତ୍ୟନାରାୟଣ ଷଡ଼ଙ୍ଗୀ, ଚନ୍ଦନ ଭୂମିଆ, ସୁଧିରାଜ ରାଉତ, ଅଜୟ କୁମାର ସାହୁ, ଅଭିମନ୍ୟୁ ବେହେରା, ରଞ୍ଜନ କୁମାର ମହାପାତ୍ର, ଟୁକୁନା ପାଣିଗ୍ରାହୀ, ରବିକାନ୍ତ ରଘୁରାମ, ଶ୍ରୀଧର ଶତପଥୀ, ସୁଜାତା ପଟ୍ଟନାୟକ, ଉମା ମହେଶ୍ୱର ପଟ୍ଟନାୟକ, ସି.ଏଚ.ଉଷରାଣୀ, ଉତ୍କଳୀକା ବେହେରା, ପଦ୍ମଲତା ବିଷୋୟୀ, ଡି,କ୍ରିଷ୍ଣା, ଦେବକୀ ଯାନୀ, ଶ୍ରୀନିବାସ ପଟ୍ଟନାୟକ, ଲୀନା ପଟ୍ଟନାୟକ, ରୀତାଞ୍ଜଳି ଗଉଡ଼, ଦାଶରଥି ମାଝୀ, ମିହିର ସେଠୀ, ଅନୀଲ ସାମନ୍ତରାୟ, ତୁଳସୀରାମ ମାଝୀ, ପ୍ରପର୍ଣ୍ଣା ସାହୁ, ସବିତା ପଟ୍ଟନାୟକ, ସଂଗୀତା ପଟ୍ଟନାୟକ, ସୁଜାତା ମିଶ୍ର, ରଶ୍ମିରାଣୀ ବେହେରା, ନିର୍ମଳ ନାୟକ, ରୀତାଞ୍ଜଳି ବେହେରା ଏବଂ ଅନ୍ୟମାନେ ସକ୍ରୀୟ ସହଯୋଗ କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories