www.samajalive.in
Monday, December 15, 2025
17.1 C
Bhubaneswar

କୂଅରୁ ଔଷଧ ମିଳିବା ଘଟଣା; ଖବର ପ୍ରକାଶ ପରେ ରାତାରାତି ଔଷଧ ଗାଏବ୍

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରୀପଡା ବ୍ଲକ ବାରିକୁମ୍ପାର ପ୍ରାଥମିକ ସ୍ୱାସ୍ଥକେନ୍ଦ୍ର ପରିସରରୁ ଗତ ୨୦ ତାରିଖଦିନ ଏକ ପରିତ୍ୟକ୍ତ କୂଅରୁ ବିପୁଳ ପରିମାଣରେ ଅବ୍ୟବହୃତ ଔଷଧ ମିଳିଥିଲା । ଏ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେବା ସହ ଗ୍ରାମର ରାଧାକୃଷ୍ଣ ଯୁବକ ସଂଘ ପକ୍ଷରୁ ଏହି ଘଟଣାର ତଦନ୍ତ ପାଇଁ ଜିଲା ଚିକିତ୍ସାଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରାଯାଇଥିଲା । ଜିଲାପାଳଙ୍କୁ ମଧ୍ୟ ଏ ନେଇ ଅବଗତ କରାଯାଇଥିଲା । ତେବେ ସମସ୍ତ ତଥ୍ୟ ନେଇ ଦାବିପତ୍ର ଦିଆଯାଇଥିଲେ ମଧ୍ୟ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇନଥିବା ବେଳେ ଏହାର ସୁଯୋଗ ନେଇ ଖବର ପ୍ରକାଶ ପରେ ପରେ ରାତାରାତି କୂଅ ମଧ୍ୟରେ ପକାଯାଇଥିବା ଔଷଧ ସବୁ କୁଆଡ଼େ ଗାଏବେ ହୋଇ ଯାଇଛି ।

କିନ୍ତୁ ଇତି ମଧ୍ୟରେ ୫ଦିନ ବିତିଯାଇଥିଲେ ମଧ୍ୟ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇ ନ ଥିବା ଯୁବକସଂଘ କହିଛି । ଏହା ଏକ ଗୁରୁତର ବିଷୟ ହୋଇଥିଲେ ମଧ୍ୟ୍ୟ ତଦନ୍ତ ପ୍ରକ୍ରିୟାରେ ଜାଣିଶୁଣି ବିଳମ୍ବ କରାଯାଉଥିବାରୁ ଗ୍ରାମବାସୀଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ବୋଲି ସଂଘର କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି । ତେଣୁ ଏ ନେଇ ଆଜି ପୁଣିଥରେ ଜିଲାପାଳଙ୍କ ପାଖରେ ଫେରାଦ ହୋଇଛି ସଂଘ । ଘଟଣାର ତଦନ୍ତ କରି ଦୋଷୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ଜିଲାପାଳଙ୍କ ନିକଟରେ ଲିଖିତ ଭାବେ ଦାବି କରିଛି ।

- Advertisement -

ଏ ଦିଗରେ ପ୍ରଶାସନ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ  ଦିନରେ ୪ଟି ପଞ୍ଚାୟତବାସୀ ମିଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରବା ସହିତ ରାଜରାସ୍ତାକୁ ମଧ୍ୟ ଓଲ୍ଳାଇବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ସଂଘର ସଭାପତି ଦୀନବନ୍ଧୁ ଗଣ୍ଡା, ସଂପାଦକ ସୌରଭ କୁମାର ପ୍ରଧାନ, ସମିତିସଭ୍ୟ ବିବନ କୁମାର ଗଣ୍ଡା, ସଦସ୍ୟ ଦେବେଶ୍ୱର ଝାଂକର, ଅଂଜନ ମଲିକ, ସାମେଶ୍ୱର ଝାଙ୍କର , ଅନଂଜ ମଲିକ , ଗୋରଖ ଗଣ୍ଡାଙ୍କ ସମେତ  ବହୁ ଅଞ୍ଚଳବାସୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏହି ଦାବିପତ୍ର ପ୍ରଦାନ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories