www.samajalive.in
Monday, December 15, 2025
17.1 C
Bhubaneswar

ଇନଷ୍ଟାରେ ପ୍ରକୃତିଙ୍କ ପୋଷ୍ଟ “ଦି ସୋ ମଷ୍ଟ ଗୋ ଅନ୍‌”

ଭୁବନେଶ୍ୱର – ରାଜରାସ୍ତାରେ ପ୍ରକୃତି ଏବଂ ବାବୁଶାନ୍‌ଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡା । ଏହାପରେ ଓଲିଉଡ୍‌ ରେ ଏକ ପ୍ରକାର ହଲଚଲ୍‌ । ପ୍ରକୃତି ମିଶ୍ର ତାଙ୍କ ଘର ଭାଙ୍ଗୁଥିବା କଥା ବାବୁଶାନ୍‌ଙ୍କ ପତ୍ନୀ ତୃପ୍ତି ଅଭିଯୋଗ କରୁଥିବା ବେଳେ ପ୍ରକୃତି ଏକ କାର୍ଯ୍ୟକ୍ରମରେ ଚେନ୍ନାଇ ଯାଉଥିବା କଥା କହିଛନ୍ତି । ଏହାପରେ ପ୍ରକୃତିଙ୍ତ ପିତା ସହିଦ ନଗର ଥାନାରେ ତାଙ୍କ ଝିଅକୁ ଆକ୍ରମଣ ସହ ଜୀବନପ୍ରତି ବିପଦ ଥିବା ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣାପରେ ପ୍ରକୃତି ତାଙ୍କ ଇନଷ୍ଟାଗ୍ରାମରେ “ଦି ସୋ ମଷ୍ଟ ଗୋ ଅନ୍‌” ଲେଖିବା ସହ  ସେ ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ , ଆଇନଉପରେ ତାଙ୍କର ଭରସା ଅଛି ବୋଲି କହିଛନ୍ତି ।

ଘଟଣାଟି ଏପରି ରହିଥିଲା , ରାଜରାସ୍ତାରେ ଷ୍ଟାର ଦମ୍ପତିଙ୍କ ଟଣାଓଟରା । ସ୍ୱାମୀଙ୍କୁ ମାରିଲେ ବାନ୍ଧବୀଙ୍କ ଚୂଳକୁ ଟାଣିଲେ । ସେତିକିରେ ବୁଝିଲାନି ପତ୍ନୀଙ୍କ ମନ । ପରେ ଓଲିଉଡର ସୁପରଷ୍ଟାରଙ୍କ ପତ୍ନୀ ଅଭିନେତ୍ରୀ ଜଣକୁ କିଛି କହୁଥିବା ଶୁଣିବାକୁ ମିଳୁଛି । ଏପରି ଅନେକ ଭିଡିଓ ସୋସିଆଲ ମିଡିଆରେ ଘୁରୁବୁଲୁଛି । ଆଉ ବାଟ ପଡ଼ି ଘାଟରେ ଭଡ଼ୁଛି ଅଭିନେତା ବାବୁସାନ ଓ ତୃପ୍ତିଙ୍କ କଳି । ଭିଡିଓରେ ଦେଖାଯାଉଥିବା ସମସ୍ତ ଷ୍ଟରମାନଙ୍କୁ ଆପଣ ନିଶ୍ଚୟ ଚିହ୍ନିପାରୁଥିବେ । ତେଣୁ ଆମେ ଅଭିନେତ୍ରୀ ଜଣଙ୍କ ନାଁ କହୁନାହୁଁ । କି ଏପରି ଏକ ଘଟଣାରେ ତାଙ୍କ ନାଁ ନେବାକୁ ଚାହୁଁନାହୁଁ ।

- Advertisement -

ତେବେ ଏଠି ପ୍ରଶ୍ନ ଉଠୁଛି ଅଭିନେତାଙ୍କ ସହିତ ଅଭିନେତ୍ରୀ ଜଣକ କେଉଁଠିକୁ ଯାଉଥିଲେ ? ଅଭିନେତା ଜଣକ ଡ୍ରାଇଭିଂ କରୁଥିବା ବେଳେ ଅଭିନେତ୍ରୀ ଜଣକ ଗାଡ଼ି ପଛରେ ନବସି ଆଗରେ ବସିଥିଲେ କାହିଁକି ? ପତ୍ନୀଙ୍କ ଅଭିଯୋଗ ଅନୁସାରେ ଅଭିନେତା ସ୍ବାମୀ କିଛି ଦିନ ହେବ ଘରକୁ ଯାଉନାହାନ୍ତି । ଯାହାର ସତ୍ୟାସତ୍ୟ ଜାଣିବାକୁ ଏପରି କରିଥିଲେ ଅଭିନେତାଙ୍କ ପତ୍ନୀ । ବାଟରେ ସ୍ୱାମୀଙ୍କ ସହ ଅଭିନେତ୍ରୀଙ୍କୁ ଦେଖି ନିଜକୁ ନିୟନ୍ତ୍ରଣରେ ରଖିପାରିନଥିଲେ । ଆଉ ରାସ୍ତାଉପରେ ଚାଲିଥିଲା ଷ୍ଟାର ଦମ୍ପତି ଓ ବାନ୍ଧବୀଙ୍କ ହାଇଡ୍ରାମା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories