www.samajalive.in
Wednesday, December 10, 2025
16.1 C
Bhubaneswar

ଜେଲ୍‍ ଭିତରୁ ଟିଟୋର ଟେଣ୍ଡର ଫିକ୍ସିଂ

-ଠିକାଦାରଙ୍କୁ ଦାଦାବଟି ପାଇଁ ଦେଲେ ଧମକ,-ସ୍ଥାନାନ୍ତର ଲାଗି ଚିଠି ଲେଖିବ ଏସ୍‍ଟିଏଫ୍‍
-କେନ୍ଦ୍ରାପଡାରେ ହିଂସାକାଣ୍ଡ ଲାଗି ଟିଟୋର ବ୍ଲୁପ୍ରିଣ୍ଟ୍‍, -ସହଯୋଗୀ ମାଧ ଖୁଣ୍ଟିଆର ଜିମା ଅବଧି ସରିଲା

ଭୁବନେଶ୍ୱର : କେନ୍ଦ୍ରାପଡ଼ାର ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‍ ସୟଦ ଉସ୍‍ମାନ୍‍ ଅଲ୍ଲୀକୁ କ୍ରାଇମ୍‍ବ୍ରାଞ୍ଚ ଏସ୍‍ଟିଏଫ୍‍ ଜୁନ୍‍-୩୦ରେ ଗିରଫ କରିଥିଲା। କ୍ରାଇମ୍‍ବ୍ରାଞ୍ଚ ଏକାଧିକବାର ଟିଟୋକୁ ହେପାଜତରେ ନେଇ ତା’ର ନେଟୱର୍କ ସମ୍ପର୍କରେ ପଚରାଉଚରା କରିବା ପରେ କୋର୍ଟରେ ହାଜର କରିଥିଲା। ପରେ ଟିଟୋ ଗ୍ୟାଙ୍ଗର ୨୦ ଜଣ ସଦସ୍ୟଙ୍କୁ ଏସ୍‍ଟିଏଫ୍‍ ପର୍ଯ୍ୟାୟକ୍ରମେ ଗିରଫ କରିଥିଲା। ଗତ ସେପ୍‍ଟେମ୍ବର ୨୭ରେ ଟିଟୋର ଅନ୍ୟତମ ସହଯୋଗୀ ନିଆଳି ଥାନା ରାଣିଓଳାର ଦୁର୍ଦାନ୍ତ ଅପରାଧୀ ମାଧବ ଖୁଣ୍ଟିଆ ଓରଫ୍‍ ସଚ୍ଚିଦାନନ୍ଦ ଖୁଣ୍ଟିଆକୁ ଗିରଫ କରାଯାଇଥିଲା। ମାଧବର ରିମାଣ୍ଡ ସରିବା ପରେ ତାକୁ ମଙ୍ଗଳବାର ବଲାଙ୍ଗୀର କୋର୍ଟରେ ହାଜର କରାଯାଇଛି। ହେଲେ ଏବେ ଟିଟୋ ଏସ୍‍ଟିଏଫ୍‍ର ମୁଣ୍ଡବ୍ୟଥା ବଢ଼ାଇ ଦେଇଛି।
ଏସ୍‍ଟିଏଫ୍‍ର ତଦନ୍ତ ଶିଥିଳ ନ ପଡୁଣୁ ଗ୍ୟାଙ୍ଗଷ୍ଟର ଟିଟୋ ତା’ର ଟେଣ୍ଡର ଫିକ୍ସିଂ ଓ ଦାଦାବଟି କାରବାର ପୁଣି ଆରମ୍ଭ କରିଦେଇଛି। କେନ୍ଦ୍ରାପଡ଼ା ବାରିମୂଳ ଜେଲ୍‍ରେ ରହୁଥିବା ଗ୍ୟାଙ୍ଗଷ୍ଟର ଟିଟୋ ଦଶହରା ଓ ଲକ୍ଷ୍ମୀପୂଜା ପାଇଁ ଚାନ୍ଦା ଆଦାୟ ଆରମ୍ଭ କରିଦେଇଛି। କେବଳ ସେତିକି ନୁହେଁ ଏନେଇ ସେ ଏକ ତାଲିକା ପ୍ରସ୍ତୁତ କରିଛି। ନିକଟରେ କେନ୍ଦ୍ରାପଡା ଜିଲା ଲୁଣା ଅଞ୍ଚଳ ପାଇଁ ଜଳସେଚନ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଏସବୁ ଟେଣ୍ଡରରେ ଅଂଶଗ୍ରହଣ କରିଥିବା ଠିକାଦାରଙ୍କର ତାଲିକା ମଧ୍ୟ ଟିଟୋ ପାଖରେ ପହଞ୍ଚିଛି। ନିକଟରେ ଦୁଇ ଜଣ ଠିକାଦାରଙ୍କୁ ଟିଟୋ ଜେଲ୍‍ ଭିତରୁ ଯୋଗାଯୋଗ କରି କାମ ବାବଦରେ ଅର୍ଥ ପହଞ୍ଚାଇ ଦେବାକୁ ଧମକ ଦେଇଛି। ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିବା ଠିକାଦାରଙ୍କ ନାମ କେମିତି ଟିଟୋ ପାଖରେ ପହଞ୍ଚିଲା ସେନେଇ ଏବେ ସେମାନେ ଚିନ୍ତାରେ ପଡି ଯାଇଛନ୍ତି।
କ୍ରାଇମ୍‍ବ୍ରାଞ୍ଚର ଏସ୍‍ଟିଏଫ୍‍ ହାତରେ ଗ୍ୟାଙ୍ଗଷ୍ଟର ଟିଟୋ ଏବଂ ତା’ର ସହଯୋଗୀ ଧରାପଡିବା ପରେ ରାଜ୍ୟରେ ଦାଦାବଟି ଏବଂ ଟେଣ୍ଡର ଫିକ୍ସିଂ ଭଳି ସଂଗଠିତ ଅପରାଧ ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା। ହେଲେ ଜେଲ୍‍ ଭିତରୁ ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧ ନେଟୱାର୍କ ଏବେ କ୍ରାଇମ୍‍ବ୍ରାଞ୍ଚ ଏସ୍‍ଟିଏଫ୍‍ର ବରିଷ୍ଠ ଅଧିକାରୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଗ୍ୟାଙ୍ଗଷ୍ଟର-ସରକାରୀ ଅଧିକାରୀଙ୍କ ସମ୍ପର୍କକୁ ନେଇ ଏସ୍‍ଟିଏଫ୍‍ ଓ ଭିଜିଲାନ୍ସ ବିଭାଗ ତଦନ୍ତ କରୁଛନ୍ତି। ସେପଟେ ଜେଲ୍‍ ଭିତରୁ ଗ୍ୟାଙ୍ଗଷ୍ଟର ଟେଣ୍ଡର ଫିକ୍ସିଂ ଆରମ୍ଭ କରିବା ଘଟଣା ଏକ ପ୍ରକାର ପୁଲିସ ବିଭାଗ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ଏସ୍‍ଟିଏଫ୍‍ ଅଧିକାରୀଙ୍କ ନିକଟରେ ଏନେଇ ଖବର ପହଞ୍ଚିଥିଲେ ମଧ୍ୟ ଠିକାଦରମାନେ ଅଭିଯୋଗ କରିବାକୁ ସାହସ କରୁ ନ ଥିବା ଜଣେ ଅଧିକାରୀ କହିଛନ୍ତି। ତେବେ ଏହାକୁ ରୋକିବାକୁ ହେଲେ ଟିଟୋକୁ କେନ୍ଦ୍ରାପଡା ଜେଲ୍‍ରୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଜରୁରୀ ହୋଇପଡିଛି ବୋଲି ଉକ୍ତ ଏସ୍‍ଟିଏଫ୍‍ ଅଧିକାରୀ କହିଛନ୍ତି। ଏସ୍‍ଟିଏଫ୍‍ ପକ୍ଷରୁ ଏନେଇ ଖୁବ୍‍ଶୀଘ୍ର ଜେଲ୍‍ ବିଭାଗକୁ ପତ୍ର ଲେଖାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଜେଲ୍‍ ବିଭାଗର ବରିଷ୍ଠ ଅଧିକାରୀ ଏନେଇ ସୂଚନା ପାଇବା ପରେ ମଧ୍ୟ ଜେଲ୍‍ର ସୁରକ୍ଷା ବୃଦ୍ଧି କରାଯିବା ଲାଗି କେନ୍ଦ୍ରାପଡା ଏସ୍‍ପିଙ୍କ ସହିତ ଆଲୋଚନା କରିଛନ୍ତି।
କେନ୍ଦ୍ରାପଡାରେ ବେଶ୍‍ ଜାକଜମକରେ ଲକ୍ଷ୍ମୀପୂଜା ହୁଏ। ତେଣୁ ଲକ୍ଷ୍ମୀପୂଜା ସମୟରେ ବଡ଼ଧରଣର ଗଣ୍ଡଗୋଳ କରି ସହରରେ ଅଶାନ୍ତି ସୃଷ୍ଟି କରିବାକୁ ଟିଟୋ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା ସଂକ୍ରାନ୍ତରେ ଏସ୍‍ଟିଏଫ୍‍କୁ ସୂଚନା ମିଳିଛି। ନିକଟରେ ଟିଟୋ ତା’ର ଜଣେ ଘନିଷ୍ଠ ସହଯୋଗୀକୁ ବିହାରର ମୁଙ୍ଗେରରୁ ମାରଣାସ୍ତ୍ର ଆଣିବାକୁ ପଠାଇଥିବା ବୋଲି ଜଣାପଡିଛି। ଏନେଇ ଏକ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ଏସ୍‍ଟିଏଫ୍‍ ଟିଟୋର ସହଯୋଗୀକୁ ଗିରଫ କରିବାକୁ ଯୋଜନା କରୁଛି। ଟିଟୋର କାର୍ଯ୍ୟକଳାପ ଉପରେ ମଧ୍ୟ ନଜର ରଖାଯାଇଛି। ବାରିମୂଳଠାରେ ଥିବା କେନ୍ଦ୍ରାପଡା ଜେଲ୍‍ରେ ଟିଟୋର ବହୁ ଖାସ୍‍ ଲୋକ ଅଛନ୍ତି। ଟିଟୋର ଘର ନିକଟରେ ହୋଇଥିବାରୁ ଅନେକ ଲୋକ ଟିଟୋକୁ ସେଠାରେ ଭେଟୁଛନ୍ତି। ଜେଲ୍‍ର ସୁରକ୍ଷା ବ୍ୟବସ୍ଥା ଉପରେ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସ୍‍ଟିଏଫ୍‍ ଟିଟୋର ଅନ୍ୟ ୭ ଭାଇଙ୍କୁ ପଚରାଉଚରା କରିବା ଲାଗି ଏକ ତାଲିକା ପ୍ରସ୍ତୁତ କରିଥିଲା। ହେଲେ ଏପର୍ଯ୍ୟନ୍ତ ଜଣଙ୍କୁ ଖୋଜି ବାହାର କରିବାରେ ସମର୍ଥ ହୋଇପାରିନାହିଁ। ଟିଟୋର ସାମ୍ରାଜ୍ୟକୁ ଏବେବି ତା’ର ଭାଇମାନେ ଚଳାଉଥିବା ଅଭିଯୋଗ ହୋଇଛି। ଟିଟୋ ସହିତ ମିଶି ଡକାୟତି ଟେଣ୍ଡର ଫିକ୍ସିଂ କରୁଥିବା ମାଧବ ଖୁଣ୍ଟିଆକୁ ଏସ୍‍ଟିଏଫ୍‍ ଗିରଫ କରିଥିଲା। ମାଧବକୁ ୫ ଦିନ ପାଇଁ ରିମାଣ୍ଡରେ ଆଣି ଏସ୍‍ଟିଏଫ୍‍ ପଚରାଉଚରା କରିବା ପରେ ମଙ୍ଗଳବାର ପୁଣି ବଲାଙ୍ଗୀର କୋର୍ଟରେ ହାଜର କରିଛି। ମାଧବକୁ ଜେରା କରାଯାଇଥିଲେ ମଧ୍ୟ କେହି ମୁହଁ ଖୋଲୁନାହାନ୍ତି।

Hot this week

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

Related Articles

Popular Categories