www.samajalive.in
Saturday, December 13, 2025
27.1 C
Bhubaneswar

୨୫ ପରିବର୍ତ୍ତେ ୨୬ରେ ହାଜର ପାଇଁ ସୋନିଆଙ୍କୁ ଇଡିର ସାନି ସମନ

ନୁଆଦିଲ୍ଲୀ : ନେସନାଲ୍‍ ହେରାଲ୍ଡ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଆସନ୍ତା ୨୫ ତାରିଖ ପରିବର୍ତ୍ତେ ୨୬ ତାରିଖରେ ହାଜର ହେବା ପାଇଁ ସାନି ସମନ ଜାରି କରିଛି । ପୂର୍ବରୁ ଶ୍ରୀମତୀ ଗାନ୍ଧୀଙ୍କୁ ୨୫ ତାରିଖରେ ଇଡିରେ ହାଜର ହେବାକୁ କୁହାଯାଇଥିଲା । ଗତ ଗୁରୁବାର ଦିନ ଇଡି ସୋନିଆ ଗାନ୍ଧୀଙ୍କୁ ୨ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଜେରା କରିଥିଲା। ୟଙ୍ଗ୍‍ ଇଣ୍ଡିଆନ୍‍ ପ୍ରାଇଭେଟ୍‍ ଲିମିଟେଡରେ ଆର୍ଥିକ ଅନିୟମିତତାର ଅଭିଯୋଗ ଉପରେ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କୁ ଜେରା କରୁଛି । ୟଙ୍ଗ ଇଣ୍ଡିଆନ୍‍ ପ୍ରାଇଭେଟ୍‍ ଲିମିଟେଡ୍‍ କଂଗ୍ରେସ ଦ୍ୱାରା ସ୍ଥାପନ କରାଯାଇଥିଲା । ଏହା ନେସନାଲ୍‍ ହେରାଲ୍ଡ ସମ୍ବାଦପତ୍ରର ମାଲିକ ।
ପୂର୍ବରୁ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କୁ ମଧ୍ୟ ଇଡି ୫ ଦିନ ଧରି ଜେରା କରିସାରିଛି । ଏହି ମାମଲାରେ କଳାଧନ ନିବାରଣ ଆଇନ ଅଧୀନରେ ସୋନିଆ ଗାନ୍ଧୀ ଓ ରାହୁଳ ଗାନ୍ଧୀଙ୍କ ଉପରେ ତଦନ୍ତ ଚାଲିଛି । ୨୦୧୩ ମସିହାରେ ସୁବ୍ରମନ୍ୟମ୍‍ ସ୍ୱାମୀଙ୍କ ଦ୍ୱାରା ଏକ ବ୍ୟକ୍ତିଗତ ଫୌଜଦାରୀ ଅଭିଯୋଗକୁ ଭିତ୍ତି କରି ୟଙ୍ଗ ଇଣ୍ଡିଆନ୍‍ ବିରୁଦ୍ଧରେ ଆୟକର ବିଭାଗ ଦ୍ୱାରା କରାଯାଇଥିବା ତଦନ୍ତକୁ ଦିଲ୍ଲୀର ଏକ ଅଦାଲତ ବିଚାରକୁ ନେବା ପରେ ଇଡିଏହି ମାମଲା ରୁଜୁ କରିଛି । ୨୦୧୬ରୁ ନେସନାଲ୍‍ ହେରାଲ୍ଡ ମାମଲାର ତଦନ୍ତ କରୁଥିବା ଆୟକର ବିଭାଗ କଂଗ୍ରେସ ଦ୍ୱାରା ପ୍ରୋତ୍ସାହିତ ୟଙ୍ଗ ଇଣ୍ଡିଆନ୍‍ ପ୍ରାଇଭେଟ୍‍ ଲିମିଟେଡ୍‍ରେ ଆର୍ଥିକ
ଅନିୟମିତତା ହୋଇଥିବାର ଅଭିଯୋଗ କରି ଏକ ଚାର୍ଜସିଟ୍‍ ଦାଖଲ କରିଥିଲା । ନେସନାଲ୍‍ ହେରାଲ୍ଡ ସମ୍ବାଦପତ୍ରର ମାଲିକାନା ୟଙ୍ଗ ଇଣ୍ଡିଆନ୍‍ ପ୍ରାଇଭେଟ୍‍ ଲିମିଟେଡ୍‍ ପାଖରେ ରହିଛି । ସୋନିଆ ଗାନ୍ଧୀ ଓ ରାହୁଳ ଗାନ୍ଧୀ ୟଙ୍ଗ ଇଣ୍ଡିଆନ୍‍ର ପୃଷ୍ଠପୋଷକମାନଙ୍କ ମଧ୍ୟରେ ରହିଛନ୍ତି ଓ ସେମାନଙ୍କର ଏଥିରେ ଅଧିକ ଅଂଶଧନ ରହିଛି । ଉଭୟଙ୍କର ଏଥିରେ ଶତକଡ଼ା ୩୮ ଭାଗ ଲେଖାଏଁ ଅଂଶଧନ ରହିଛି ।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories