www.samajalive.in
Wednesday, December 10, 2025
18.1 C
Bhubaneswar

ମୋଟାପଣ ଚିନ୍ତା ବଢାଉଛି କି? ସେବନ କରନ୍ତୁ ତୁଳସୀ ,ଗୋଲମରିଚ

ସାଧାରଣତଃ ଭୁଲ ଖାଦ୍ୟପେୟ ଓ ଜୀବନଶୈଳୀ କାରଣରୁ ଓଜନ ବୃଦ୍ଧି ହୋଇଥାଏ। ଓଜନ ହ୍ରାସ କରିବା ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା। ପେଟ ଓ ଶରୀରରେ ବୃଦ୍ଧି ପାଉଥିବା ଚର୍ବି ସଭିଁଙ୍କ ମୁଣ୍ଡବିନ୍ଧାର କାରଣ। ଓଜନ ହ୍ରାସ ପାଇଁ ବ୍ୟାୟାମ କରିବା ସହ ଅନେକ ଘରୋଇ ଉପାୟ ଆପଣାଇ ଥାଆନ୍ତି। ଜାଣନ୍ତୁ ଏଭଳି କିଛି ସହଜ ଉପାୟରେ ଯାହା ଓଜନ ହ୍ରାସରେ ସହାୟକ ହୋଇଥାଏ…
ତୁଳସୀ ଓ ଗୋଲାମରିଚର ଆୟୁର୍ବେଦରେ ଖୁବ ମହତ୍ତ୍ୱ ରହିଛି। ଏହି ଦୁଇଟି ଜିନିଷରେ ଅନେକ ଔଷଧୀୟ ଗୁଣ ରହିଛି। ଏହା ଶରୀରକୁ ସୁସ୍ଥ ରଖିବା ସହ ଥଣ୍ଡା ଜନିତ ସମସ୍ୟାକୁ ଦୂର କରିଥାଏ। ରୋଗପ୍ରତିରୋଧ ଶକ୍ତି ବୃଦ୍ଧି ହୋଇଥାଏ।
କମ ସମୟରେ ଓଜନ ହ୍ରାସ ପାଇଁ ଇଚ୍ଛୁକ ଥିଲେ ତୁଳସୀ ଓ ଗୋଲମରିଚ ଏକ ଉତ୍ତମ ବିକଳ୍ପ। ନିୟମିତ ଭାବେ ଏହାର ସେବନ କଲେ ଖୁବ ଶୀଘ୍ର ଓଜନ ହ୍ରାସ ହୋଇଥାଏ। ଏହାସହ ବ୍ୟାୟାମ ମଧ୍ୟ କରନ୍ତୁ।
ଆୟୁର୍ବେଦ ଅନୁଯାୟୀ, ତୁଳସୀ ପତ୍ର ଓ ଗୋଲମରିଚରେ ଭିଟାମିନ ସି, କେ, ଏ,ଫାଇବର, କ୍ୟାଲସିୟମ ଓ ପୋଟାସିୟମ ପର୍ଯ୍ୟାପ୍ତ ମାତ୍ରାରେ ରହିଛି। ଏହାସହ ଅନ୍ୟାନ୍ୟ ଔଷଧୀୟ ଗୁଣ ମଧ୍ୟ ରହିଛି। ଏହି ସମସ୍ତ ଗୁଣ ଓଜନ ହ୍ରାସ କରିଥାଏ।
ଓଜନ ହ୍ରାସ ପାଇଁ କିଛି ତୁଳସୀ ପତ୍ରକୁ ଓ ଅଳ୍ପ ଗୋଲମରିଚକୁ କିଛି ସମୟ ଗ୍ୟାସରେ ଏକ ପାତ୍ର ବସାଇ ପାଣିରେ ଫୁଟାନ୍ତୁ। ସ୍ୱାଦ ବଢାଇବା ପାଇଁ ସାମାନ୍ୟ ମହୁ ମିଶାନ୍ତୁ। ଏହାଦ୍ୱାରା ଖୁବ ଶୀଘ୍ର ଓଜନ ହ୍ରାସ କରିଥାଏ।
ତୁଳସୀ ଓ ଗୋଲମରିଚ ଚା’ ପିଇବା ଦ୍ୱାରା ଚର୍ବି ଜମାଟ ହେବାକୁ ଦେଇନଥାଏ।
ସେହିପରି ତୁଳସୀ ପତ୍ର ,ଗୋଲମରିଚ,ଗୁଡ,ଜୁଆଣୀ ଆଦି ଏକ ପାତ୍ରରେ ପାଣିରେ ପକାଇ ଗ୍ୟାସରେ ବସାଇ କିଛି ସମୟ ଫୁଟାନ୍ତୁ। କିଛି ସମୟ ପରେ ଏହାକୁ ଛାଣି। ଏହି ଚା’କୁ ନିୟମିତ ସେବନ କରନ୍ତୁ। ଏହାଦ୍ୱାରା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ।
ଅନ୍ୟ ଏକ ଉପାୟରେ ତୁଳସୀ ପତ୍ରର ରସ,ଗୋଲମରିଚ ଗୁଣ୍ଡ ମିଶାନ୍ତୁ। ଏଥିରେ ସାମାନ୍ୟ ମହୁ କିମ୍ବା ଗୁଡ ମିଶାଇ ସେବନ କରନ୍ତୁ। ଏହାଦ୍ୱାରା ମଧ୍ୟ ଓଜନ ହ୍ରାସ ହୋଇଥାଏ।

 

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories