www.samajalive.in
Monday, December 8, 2025
24.1 C
Bhubaneswar

ଇଡି ଚଢଉ ପ୍ରସଙ୍ଗକୁ ନେଇ ଗୃହରେ କଂଗ୍ରେସର ହଟଗୋଳ : ଅପରାହ୍ନ ୪ଟା ଯାଏ ଗୃହ ମୁଲତବି

ଭୁବନେଶ୍ୱର : ବିଧାନସଭାରେ  ଶନିବାର ଶୂନକାଳରେ ବିଜେପି ସଦସ୍ୟ ବିଷ୍ଣୁ ସେଠୀ ଇଡି ଚଢଉ ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଦୁଇଦିନ ତଳେ କିଛି ସଦସ୍ୟ ଏଠାରେ କାହିଁକି ସୋନିଆ ଓ ରାହୁଳ ଗାନ୍ଧୀଙ୍କୁ ଇଡି ଡାକୁଛି ବୋଲି କହିବା ସହିତ ଗୃହରେ ହଟଗୋଳ କରୁଥିଲେ। ହେଲେ ଇଡି ଗତକାଲି ପଶ୍ଚିମବଙ୍ଗର କିଛି ମନ୍ତ୍ରୀ ଓ ତାଙ୍କ ସହଯୋଗୀଙ୍କ ଘରେ ରେଡ୍‍ କରି ନଗଦ ୨୦କୋଟି ଟଙ୍କା ଜବତ କରିଛି । ଯାହା ସୂଚନା ମିଳୁଛି ଏଥିରେ ଜଣେ ମନ୍ତ୍ରୀ ଗିରଫ ହେଲେଣି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି କହିଥିଲେ ଯେ ବିଜେପି ସଦସ୍ୟ କହୁଥିଲେ ଯିଏ ଗୃହରେ ନାହାନ୍ତି ତାଙ୍କ କଥା ଆଲୋଚନା ହୋଇପାରିବ ନାହିଁ। ହେଲେ ଆଜି ପୁଣିଥରେ ବିଭିନ୍ନ ନେତାଙ୍କ ନାଁ ନେଇଛନ୍ତି ଯେଉଁମାନେ ଗୃହରେ ନାହାନ୍ତି। ଶ୍ରୀ ବାହିନିପତି କହିଥିଲେ ଯେ ଯଦି ଇଡି ଏତେ ସମ୍ପତ୍ତି ଜବତ କରୁଛି ତେବେ ଦେଶରେ ବଛା ବଛା ଶିଳ୍ପପତି ଓ ନେତାଙ୍କ ପୁଅଙ୍କ ସମ୍ପତ୍ତି କିଭଳି ବୃଦ୍ଧି ପାଉଛି । ଏହାକୁ ନେଇ କଂଗ୍ରସ ଓ ବିଜେପି ସଦସ୍ୟଙ୍କ ମଧ୍ୟରେ କଟା କଟାକଟି ସହିତ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟରେ ଆସି ହଟଗୋଳ କରିଥିଲେ। ଏଥିପାଇଁ ଗୃହ ଦୁଇ ପ୍ରଥମେ ଦୁଇ ଥରରେ ୨୫ ମିନିଟ୍‍ ପାଇଁ ମୁଲତବି ହୋଇଥିବାବେଳେ ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories