ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ଦିଗରେ କାର୍ଯ୍ୟ କରି ସମ୍ମାନିତ ହେଲେ ସମାଜସେବୀ

ଲାଞ୍ଜିଗଡ଼ : କଳାହାଣ୍ଡି  ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରି ଜିଲ୍ଲାର ଚାରିଜଣ ସମାଜସେବୀ ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ ହୋଇଛନ୍ତି । ୟୁନିସେଫ୍‌, ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଆଦିବାସୀ ସଂଗ୍ରହାଳୟଠାରେ ଅନୁଷ୍ଠିତ ଚେଞ୍ଜ ମେକର୍ କନକ୍ଲେଭ୍ କାର୍ଯ୍ୟକ୍ରମରେ ୟୁନିସେଫ୍ ଓ ରାଜ୍ୟସ୍ତରୀୟ ସଚିବ ଓ ଅଧିକାରୀମାନେ ଉପସ୍ଥିତ ରହି ରାଜ୍ୟର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟ କରୁଥିବା ୩୨ଜଣ ସମାଜସେବୀମାନଙ୍କୁ ସମ୍ମାନିତ କରିଥିଲେ । ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ସମାଜସେବୀ ତଥା ବିଶ୍ୱନାଥପୁର ଆଞ୍ଚଳିକ ଉନ୍ନୟନ ସମିତିର ସଂପାଦିକା ସୁଶ୍ରୀ ଫୁଲମେ ମାଝୀ, ଲାଞ୍ଜିଗଡ଼ର ସଞ୍ଜୁ ମାଝୀ, ଚମ୍ପା ନାଗ ଓ ମ. ରାମପୁର ବ୍ଲକର ଯୋଗୀ ମାଝୀଙ୍କୁ ସମ୍ମାନିତ କରାଯାଇଥିଲା ।
kalyan agarbati

Comments are closed.