କୃଷି ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ
ଆଠଗଡ : ଆଠଗଡ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଦ୍ୱାରା ଚାଷୀଙ୍କୁ ସଚେତନ କରିବା ଲାଗି ଏକ କୃଷି ସଚେତନତା ରଥ ପରିକ୍ରମାର ଉଦ୍ଘାଟନ ହୋଇଯାଇଛି। ଶୁକ୍ରବାର ଏହି ଉପଲକ୍ଷେ ଆଠଗଡ କୃଷି ଜିଲ୍ଲା କାର୍ଯ୍ୟାଳୟ ପରିସରରେ କୃଷି ଜିଲ୍ଲା ଅଧିକାରୀ ଅମୀୟ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଠଗଡ ବ୍ଲକ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଅଧ୍ୟକ୍ଷ ରବିନ୍ଦ୍ରନାଥ ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କୃଷି ରଥକୁ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଥିଲେ । ଏହି କୃଷି ରଥ ଆଠଗଡର ସମସ୍ତ ପଞ୍ଚାୟତ ଅଧିନ ଗ୍ରାମଗୁଡିକରେ ପରିକ୍ରମା କରି ଚାଷୀମାନଙ୍କୁ ସରକାରୀ ଯୋଜନା ଯଥା ଗୋ-ସୁଗମ, କୃଷି ଓଡିଶା, ବଳରାମ, ଧାନମଣ୍ଡିରେ ଧାନ ବିକ୍ରୟ ପାଇଁ ଚାଷୀଙ୍କ ପଞ୍ଜିକରଣ ଆଦି ବିଷୟରେ କୃଷକଙ୍କୁ ସଚେତନ କରିବ ବୋଲି ଆତ୍ମା ଅଧ୍ୟକ୍ଷ କହିଛନ୍ତି। ଏହି କୃଷି ରଥକୁ ମା ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳନା କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ଲକ କୃଷି ଅଧିକାରୀ ଜଗବନ୍ଧୁ ମିଶ୍ର, ସହକାରୀ କୃଷି ଅଧିକାରୀ ପ୍ରିୟନାଥ ପାତ୍ର ଓ ସନାତନ ବେହେରା ଏବଂ ଗ୍ରାମ୍ୟ କୃଷି କର୍ମଚାରୀମାନେ ଯୋଗ ଦେଇଥିଲେ।
Comments are closed.